ସୋଶାଲ୍ ମିଡିଆ ପୋଷ୍ଟ୍ ଦେଖି ଝିଲିକ୍‌ଙ୍କୁ ସମାଲୋଚନା, କହିଲେ- ଘରେ କ୍ୟାମେରା ରଖି ଆସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେତେବେଳେ ଗଛ ଲଗାଉଛନ୍ତି, ଆଉ କେତେବେଳେ ପିଲାମାନଙ୍କୁ ଚକୋଲେଟ୍‌ ବାଣ୍ଟୁଛନ୍ତି। ପୁଣି କେତେବେଳେ ଗରିବ ଲୋକମାନଙ୍କୁ ଖାଦ୍ୟ ଯୋଗାଉଛନ୍ତି। ବିବାହ ପରେ ତଥା ଲକ୍‌ଡାଉନ୍ ବେଳେ ନିଜର ସମସ୍ତ ସମୟ ପରିବାରକୁ ଦେବା ସହିତ ଏମିତି କିଛି କାମରେ ନିଜକୁ ନିୟୋଜିତ ରଖିଛନ୍ତି ଓଲିଉଡ୍‌ ଅଭିନେତ୍ରୀ ଝିଲିକ୍‌ ଭଟ୍ଟାଚାର୍ଯ୍ୟ।

ନିକଟରେ ଝିଲିକ୍‌ ଛୋଟ ପିଲାଙ୍କୁ ଖାଇବା ବାଣ୍ଟିବାର ଦେଖିବାକୁ ମିଳିଥିଲା। ଏହାର ଫଟୋ ଝିଲିକ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଶେଆର କରିଛନ୍ତି। ଫଟୋ ଶେଆର କରି ଝିଲିକ୍‌ ଲେଖିଛନ୍ତି, ଆମ ସମସ୍ତଙ୍କର ଗୋଟିଏ ଧର୍ମ ରହିବା ଦରକାର। ସେଇଟା ହେଉଛି- ସମସ୍ତଙ୍କ ପାଇଁ ଭଲ କରିବା ଏବଂ ଖୁସି ବାଣ୍ଟିବା।

ତାଙ୍କର ଏହି ପୋଷ୍ଟ ଦେଖି କିଛି ଲୋକ କହିଛନ୍ତି-  ଯେତେବେଳେ ଆପଣ କାହାକୁ ସାହାଯ୍ୟ କରିବାକୁ ଯାଉଛନ୍ତି, ସେତେବେଳେ କ୍ୟାମେରାକୁ ଘରେ ରଖି ଦେଇ ଯାଆନ୍ତୁ।

ଆଉ କିଛି ଲୋକ ଏହି ପୋଷ୍ଟ ଦେଖି ଝିଲିକ୍ ଭଟ୍ଟାଚାର୍ଯ୍ୟ‌ କେବେ ରାଜନୀତିରେ ମିଶିବେ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି। ତେବେ ଆଉ କେହି କେହି ମହାମାରୀ ସମୟରେ ଝିଲିକ୍‌ ଲୋକମାନଙ୍କୁ ସାହାଯ୍ୟ କରୁଥିବାରୁ ଖୁସି ପ୍ରକଟ କରିଛନ୍ତି।

ସୂଚନାଯୋଗ୍ୟ, ‘ଓଲେ ଓଲେ ଦିଲ୍‌ ବୋଲେ’, ‘ତମକୁ ଦେଖିଲା ପରେ’, ‘ଜବରଦସ୍ତ ପ୍ରେମିକ’, ‘ଅଗସ୍ତ୍ୟ’, ‘ଲଭ୍‌ ୟୁ ହମେସା’, ‘ଜଗା ହାତରେ ପଘା’ ଆଦି ଫିଲ୍ମରେ କାମ କରିଛନ୍ତି ଝିଲିକ୍‌। ଚଳିତ ବର୍ଷ ମାର୍ଚ୍ଚ ୧୧ ତାରିଖରେ ସୁକିନ୍ଦା ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇଙ୍କ ପୁଅ ପ୍ରୀତିରଞ୍ଜନ ଘଡ଼େଇଙ୍କୁ ଝିଲିକ୍‌ ବିବାହ କରିଛନ୍ତି ।

 

 

ଆହୁରି ପଢ଼ନ୍ତୁ

ଏହି ଟିଭି କଳାକାରଙ୍କୁ ଲୁଟିନେଲେ ଦୁର୍ବୃତ୍ତ, ପୂରା ଘଟଣା ଶୁଣିଲେ ଆଶ୍ଚର୍ଯ୍ୟ ହେବେ

କରନ ଜୋହରଙ୍କ ନାଁ ନେବାକୁ ଗିରଫ କ୍ଷୀତିଜ୍‌ଙ୍କୁ ବାଧ୍ୟ କରୁଛନ୍ତି ଏନସିବି ଅଧିକାରୀ!

ଭାରତରେ କରୋନା ମୃତ୍ୟୁସଂଖ୍ୟା ୯୫ ହଜାର ଓ ଆରୋଗ୍ୟ ସଂଖ୍ୟା ୫୦ ଲକ୍ଷ ଡେଇଁଲା

ଟ୍ରମ୍ପଙ୍କ ଆଦେଶ ଉପରେ ରୋକ୍ ଲଗାଇଲେ ସ୍ଥାନୀୟ କୋର୍ଟ

ସ୍ତ୍ରୀଙ୍କୁ ପିଟିଲେ ସ୍ୱତନ୍ତ୍ର ଡିଜି; କହିଲେ ପତ୍ନୀ କରୁଛନ୍ତି ଗୁଇନ୍ଦାଗିରି

ବଢ଼ୁଛି ମନ୍ଦିର ଦାନବାକ୍ସରୁ ଚୋରି ଘଟଣା, ସକ୍ରିୟ ଗ୍ୟାଙ୍ଗକୁ ବାନ୍ଧିଲା ପୁଲିସ୍

କୃଷି ବିଲ୍ ବିରୋଧରେ ଛତିଶଗଡ ବିଧାନସଭାରେ ଆସିବ ପ୍ରସ୍ତାବ

ବିକାଶ ଦୁବେ ଘଟଣାର ପୁନରାବୃତ୍ତି ! ଫେରାର ଗ୍ୟାଙ୍ଗଷ୍ଟାର ୟୁପି ଆସୁଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁ

‘ମୋଦିଙ୍କ ପାଇଁ ପିଓକେର ଆଶା ବଢ଼ିଛି, ଆମେ ଭାରତରେ ସାମିଲ୍ ହେବାକୁ ଇଚ୍ଛୁକ’

ଏଲଜେପିର ଚାରି ସାଂସଦ ବିଜେପି ଲିଙ୍କରେ, ଏନଡିଏରେ ବଢ଼ିବ ଅସନ୍ତୋଷ!

ବିଶ୍ୱରେ ୧୦ ଲକ୍ଷ ଅତିକ୍ରମ କଲା କରୋନା ମୃତକଙ୍କ ସଂଖ୍ୟା

‘ଯଦି ମୁଁ କରୋନାରେ ଆକ୍ରାନ୍ତ ହେବି, ତା’ହେଲେ ମମତାଙ୍କୁ ଆଲିଙ୍ଗନ କରିବି’