Advertisment

ମୁଢ଼ି ସହ ବରଫ ଖାଆନ୍ତି ବାବୁସାନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଣେ ଦକ୍ଷ ଅଭିନେତା ସହ ମଜାଳିଆ ମଣିଷ ଟିଏ ହେଉଛନ୍ତି ଓଲିଉଡ୍‌ର ଚକୋଲେଟ୍‌ ବୟ ବାବୁସାନ୍‌। ମୁହଁଟା ତାଙ୍କର ସବୁବେଳେ ହସ ହସ ଥିବାର ଆପଣ ଦେଖିଥିବେ। ଶୁଟିଂ ସେଟ୍‌ରେ ବାବୁସାନ୍‌ ରହିଲେ କେହି ବି ଟିମ୍‌ ମେମ୍ବର ବୋର୍‌ ହୁଅନ୍ତିନି। ବାବୁସାନ୍‌ ନିଜ ଜୋକ୍‌ ମାଧ୍ୟମରେ ମାହୋଲ୍‌କୁ ସବୁବେଳେ ଲାଇଟ୍‌ ରଖିବାକୁ ଚେଷ୍ଟା କରନ୍ତି। ଏକଦମ୍‌ ବିନ୍ଦାସ୍‌ ଏବଂ ଖୋଲା ଲୋକ ଭାବେ ଜଣାଯାଉଥିବା ବାବୁସାନ୍‌ଙ୍କର ମଧ୍ୟ କିଛି ସିକ୍ରେଟ୍‌ ରହିଛି। ଆଜି […]

ମୁଢ଼ି ସହ ବରଫ ଖାଆନ୍ତି ବାବୁସାନ୍‌

babushan

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଣେ ଦକ୍ଷ ଅଭିନେତା ସହ ମଜାଳିଆ ମଣିଷ ଟିଏ ହେଉଛନ୍ତି ଓଲିଉଡ୍‌ର ଚକୋଲେଟ୍‌ ବୟ ବାବୁସାନ୍‌। ମୁହଁଟା ତାଙ୍କର ସବୁବେଳେ ହସ ହସ ଥିବାର ଆପଣ ଦେଖିଥିବେ। ଶୁଟିଂ ସେଟ୍‌ରେ ବାବୁସାନ୍‌ ରହିଲେ କେହି ବି ଟିମ୍‌ ମେମ୍ବର ବୋର୍‌ ହୁଅନ୍ତିନି। ବାବୁସାନ୍‌ ନିଜ ଜୋକ୍‌ ମାଧ୍ୟମରେ ମାହୋଲ୍‌କୁ ସବୁବେଳେ ଲାଇଟ୍‌ ରଖିବାକୁ ଚେଷ୍ଟା କରନ୍ତି। ଏକଦମ୍‌ ବିନ୍ଦାସ୍‌ ଏବଂ ଖୋଲା ଲୋକ ଭାବେ ଜଣାଯାଉଥିବା ବାବୁସାନ୍‌ଙ୍କର ମଧ୍ୟ କିଛି ସିକ୍ରେଟ୍‌ ରହିଛି। ଆଜି ସେମିତି କିଛି ସିକ୍ରେଟ୍‌ରୁ ୩ଟି ସିକ୍ରେଟ୍‌ ଜାଣିବା।

Advertisment

ସିକ୍ରେଟ୍‌ ନଂ ୧- ବାବୁସାନ୍‌ଙ୍କୁ ମୁଢ଼ି ସହ ବରଫ ଖାଇବାକୁ ଭଲଲାଗେ।

ବାବୁସାନ୍‌ ଜଣେ ଖାଦ୍ୟ ପ୍ରେମୀ । ଭିନ୍ନ ଭିନ୍ ସ୍ୱାଦର ଖାଦ୍ୟ ଖଇବାକୁ ତାଙ୍କୁ ଭଲ ଲାଗେ। ବାବୁସାନ୍‌ କୁହନ୍ତି ତାଙ୍କୁ ମୁଢ଼ି ସହ ବରଫ ଖାଇବାକୁ ଭଲ ଲାଗେ। ମଝି ମଝିରେ ସେ ମୁଢ଼ି ବରଫ ଖାଆନ୍ତି।

ସିକ୍ରେଟ୍‌ ନଂ ୨- ବାବୁସାନ୍‌ ଘଣ୍ଟା ଘଣ୍ଟା ବ୍ୟାୟାମ କରିପାରନ୍ତି।

ବାବୁସାନ୍‌ କୁହନ୍ତି ସେ ସକାଳୁ ଉଠିବା ମାତ୍ରେ ପ୍ରଥମେ ଯୋଗ କରନ୍ତି। ତାଙ୍କୁ ଯୋଗ କରିବାକୁ ଭଲଲାଗେ। ସେ ନିୟମିତ ଯୋଗ ଏବଂ ବ୍ୟାୟାମରେ ଘଣ୍ଟା ଘଣ୍ଟା ସମୟ ଅତିବାହିତ କରନ୍ତି।

Advertisment

ସିକ୍ରେଟ୍‌ ନଂ ୩- ବାବୁସାନ୍‌ଙ୍କ ପସନ୍ଦର ଫଳ ହେଉଛି ‘ଡିମିରି ଫଳ’।

ବାବୁସାନ୍‌ ଡିମିରି ଫଳ ଖାଇବାକୁ ଭଲ ପାଆନ୍ତି। ସେ କୁହନ୍ତି ଯେ, ସେ ଡିମିରି ଫଳ ଖାଇଛନ୍ତି ଏବଂ ବଞ୍ଚିଛନ୍ତି।

ନିକଟରେ ଓଟିଭିରେ ପ୍ରସାରିତ ହେଇଥିବା ଚାଟ୍‌ ଶୋ ‘ଗପସପ’ରେ ଯୋଗ ଦେଇଥିଲେ ବାବୁସାନ୍‌। ସେହି ସମୟରେ ତାଙ୍କ ବିଷୟରେ ସେ ଏହି ୩ଟି ସିକ୍ରେଟ୍‌ କହିଥିଲେ। କିନ୍ତୁ ସେ ଏହି ସିକ୍ରେଟ୍‌କୁ ଗୁରୁତର ସହ ନେବାକୁ ଅର୍ଥାତ ସତ ଭାବିବାକୁ ମନା କରିଛନ୍ତି। ବାବୁସାନ୍‌ଙ୍କର ମଜାମସ୍ତି କରିବାର ସ୍ୱଭାବ ପୁରୁଣା। ତେଣୁ ସେ ଏସବୁ କଥାକୁ ମଜାରେ କହୁଥିଲେ ବୋଲି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe