Advertisment

କଲେଜରେ ସୋନାଙ୍କ ସହିତ କ’ଣ କରିଥିଲେ ସିନିୟର, ନିଜେ କରିଛନ୍ତି ଟୁଇଟ୍‌

ମୁମ୍ବାଇ: ବଲିଉଡ୍‌ରେ ଯେତେବେଳେ ‘ମି ଠୁ’ ଅଭିଯାନ ଚାଲିଥିଲା ସେତେବେଳେ ଖୁବ୍ ଚର୍ଚ୍ଚାରେ ରହିଥିଲେ ଗାୟିକା ସୋନା ମହାପାତ୍ର। ସେ ସଂଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏଥିପାଇଁ ‘ଇଣ୍ଡିଆନ୍ ଆଇଡଲ’ ଶୋ’ର ବିଚାରକ ପଦରୁ ତାଙ୍କୁ ହଟିବାକୁ ପଡ଼ିଥିଲା। କେବଳ ସେତେବେଳେ ନୁହେଁ, ଅନେକ ସମୟରେ ନିଜର ଖୋଲା ମତ ଓ ମନ୍ତବ୍ୟ ପାଇଁ ମଧ୍ୟ ସୋନା ଚର୍ଚ୍ଚାରେ ରହନ୍ତି। ସୋଶାଲ୍ ମିଡିଆରେ ବିଭିନ୍ନ ପୋଷ୍ଟ ପାଇଁ ଟ୍ରୋଲ ବି […]

କଲେଜରେ ସୋନାଙ୍କ ସହିତ କ’ଣ କରିଥିଲେ ସିନିୟର, ନିଜେ କରିଛନ୍ତି ଟୁଇଟ୍‌

ona1

Advertisment

ମୁମ୍ବାଇ: ବଲିଉଡ୍‌ରେ ଯେତେବେଳେ ‘ମି ଠୁ’ ଅଭିଯାନ ଚାଲିଥିଲା ସେତେବେଳେ ଖୁବ୍ ଚର୍ଚ୍ଚାରେ ରହିଥିଲେ ଗାୟିକା ସୋନା ମହାପାତ୍ର। ସେ ସଂଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏଥିପାଇଁ ‘ଇଣ୍ଡିଆନ୍ ଆଇଡଲ’ ଶୋ’ର ବିଚାରକ ପଦରୁ ତାଙ୍କୁ ହଟିବାକୁ ପଡ଼ିଥିଲା। କେବଳ ସେତେବେଳେ ନୁହେଁ, ଅନେକ ସମୟରେ ନିଜର ଖୋଲା ମତ ଓ ମନ୍ତବ୍ୟ ପାଇଁ ମଧ୍ୟ ସୋନା ଚର୍ଚ୍ଚାରେ ରହନ୍ତି। ସୋଶାଲ୍ ମିଡିଆରେ ବିଭିନ୍ନ ପୋଷ୍ଟ ପାଇଁ ଟ୍ରୋଲ ବି ହୁଅନ୍ତି।

Advertisment

ଏବେ ପୁଣି ସେ ଚର୍ଚ୍ଚାରେ ରହିଛନ୍ତି। ମହିଳାଙ୍କ ପ୍ରତି ହେଉଥିବା ଅସଦାଚରଣ ଓ ଦୁର୍ବ୍ୟବହାର ପ୍ରସଙ୍ଗ ଉଠାଇବା ସହିତ କଲେଜରେ ପଢ଼ିବା ବେଳେ ତାଙ୍କ ସହିତ ଘଟିଥିବା ଏକ ଘଟଣା ବିଷୟରେ ସୋଶାଲ ମିଡିଆରେ ଲେଖିଛନ୍ତି ଓ ଅନ୍ୟମାନଙ୍କୁ ମଧ୍ୟ ଏଭଳି ଅନୁଭୂତି ରହିଥିଲେ ଶେଆର କରିବାକୁ କହିଛନ୍ତି।

https://twitter.com/sonamohapatra/status/1330751782373318661?s=20

ସୋନା ବି.ଟେକ୍ କରୁଥିବା ବେଳେ ତାଙ୍କ ସହିତ ଘଟିଥିବା ଏକ ଘଟଣା ବିଷୟରେ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ ଇଞ୍ଜିନିୟରିଂ କଲା ବେଳେ ଦିନେ ଖଦୀର ଏକ ସବୁଜ ରଙ୍ଗର ଢିଲା କୁର୍ତ୍ତା ସହ ସଲୱାର ପିନ୍ଧି ମାଇକ୍ରୋପ୍ରୋସେସର୍ ଲ୍ୟାବ୍ ଆଡ଼କୁ ଯାଉଥିଲେ। ସେତବେଳେ ସିନିୟରମାନେ ସିଟି ମାରି ବଡ଼ ପାଟିରେ ତାଙ୍କ ବ୍ରା’ର ସାଇଜ୍‌ର ଅନ୍ଦାଜ ଲଗାଉଥିଲେ। ଏହା ପରେ ଜଣେ ‘ଶୁଭ ଚିନ୍ତକ’ ତାଙ୍କ ପାଖକୁ ଆସିଥିଲେ ଓ ସେ କାହିଁକି ତାଙ୍କ ଓଢ଼ଣୀକୁ ଠିକ୍‌ ଢଙ୍ଗରେ ଛାତିକୁ ସଂପୂର୍ଣ୍ଣ ଘୋଡ଼ାଉ ନାହାନ୍ତି ବୋଲି କହିଥିଲେ।

Advertisment

ସୋନାଙ୍କ ଏହି ଟୁଇଟ୍ ପରେ ଅନେକ ମହିଳା ସେମାନଙ୍କ ସହିତ ଘଟିଥିବା ଏଭଳି ଘଟଣା ଶେଆର କରିଛନ୍ତି। ଅବଶ୍ୟ କିଛି ଲୋକ ଟୁଇଟ୍ କରି ତାଙ୍କୁ ସମାଲୋଚନା କରିଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି ଯେ ଅଶ୍ଲୀଳ ଗପ କହିବା ଆରମ୍ଭ ହୋଇଗଲା। ଏହାର ଜବାବରେ ସୋନା ଲେଖିଛନ୍ତି ଯେ ଏହି ବ୍ୟକ୍ତିଙ୍କୁ ଯୌନ ଉତ୍ପୀଡ଼ନ ଅଶ୍ଲୀଳ ଗପ ଭଳି ଲାଗୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe