/odisha-reporter/media/post_attachments/uploads/2019/11/sona.jpg)
sona
ନୂଆଦିଲ୍ଲୀ: ବିବାଦୀୟ ଟିପ୍ପଣୀ ଦେଇ ଗାୟିକା ସୋନା ମହାପାତ୍ର ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି। ବର୍ତ୍ତମାନ ସୋନା ଏପରି କିଛି ଟିପ୍ପଣୀ ଦେଇ କ୍ରିକେଟର ଭଗବାନ ତଥା ଭାରତରତ୍ନ ସଚିନ୍ ତେନ୍ଦୁଲକରଙ୍କ ଉପରେ ସୋଶାଲ୍ ମିଡିଆରେ ଆକ୍ରମଣ କରିଛନ୍ତି।
ନିକଟରେ ଇଣ୍ଡିଆନ୍ ଆଇଡଲ୍ରେ କିଛି ପ୍ରତିଯୋଗୀଙ୍କ ପ୍ରଦର୍ଶନ ସଚିନ୍ଙ୍କ ମନକୁ ବେଶ୍ ଛୁଇଁ ଥିଲା। ସେ ରାହୁଲ, ଚେଲ୍ସୀ, ଦିବସ ଓ ସନିଙ୍କ ପରି ୪ ଜଣ ପ୍ରତିଯୋଗୀଙ୍କ ଫଟୋକୁ ତାଙ୍କ ଟ୍ୱିଟ୍ର ପେଜ୍ରେ ପୋଷ୍ଟ କରିଥିଲେ ଓ ସେମାନେ ଭବିଷ୍ୟତରେ ବହୁତ ଆଗକୁ ଯିବେ ବୋଲି ଲେଖିଥିଲେ।
ତେବେ ସଚିନଙ୍କର ଏହି ଟ୍ୱିଟ୍ରେ ପ୍ରତିକ୍ରିୟା ଦେଇ ସୋନା ଲେଖିଛନ୍ତି, “ପ୍ରିୟ ସଚିନ, କ’ଣ ଆପଣ ମହିଳାଙ୍କ ‘ମି ଟୁ’ ଅଭିଯାନ ବିଷୟରେ ଅବଗତ ଅଛନ୍ତି, ଯେଉଁଥିରେ ଅନେକ ମହିଳା ଏପରିକି କିଛି ନାବାଳିକା ଅନୁ ମଲିକଙ୍କ ବିଷୟରେ ସର୍ବସାଧାରଣରେ କହିଥିଲେ। ସେମାନଙ୍କ ସହିତ ଘଟିଥିବା ଦୁଃଖଦ ଘଟଣା କ’ଣ କିଛି ମାନେ ରଖେ ନାହିଁ ଅବା ସେଥିରୁ ଗୋଟିଏ ବି ଆପଣଙ୍କ ମନକୁ ଛୁଇଁ ନାହିଁ।”
https://twitter.com/sonamohapatra/status/1189211774542897155
ସୂଚନାଯୋଗ୍ୟ, ‘ ମି ଟୁ’ ଅଭିଯାନ ପରଠାରୁ ସୋନା ଲଗାତାର ଭାବରେ ଅନୁ ମଲିକଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରି ଆସୁଛନ୍ତି। କେବଳ ସୋନା ନୁହନ୍ତି, ଶ୍ୱେତା ପଣ୍ଡିତ ମଧ୍ୟ ‘ଇଣ୍ଡିଆନ୍ ଆଇଡଲ୍’ର ଗତ ସିଜିନ୍ ବେଳେ ଅନୁଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଥିଲେ। ଏବେ ଏଥିରେ ଗାୟିକା ନେହା ଭାସିନ୍ ମଧ୍ୟ ସାମିଲ ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
