ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ‘ଦବଙ୍ଗ-୩’ର ମୁଖ୍ୟ ନାରୀ ଚରିତ୍ରରେ ନଜର ଆସିବେ ‘ଆକିରା’ ଷ୍ଟାର ସୋନାକ୍ଷୀ ସିହ୍ନା। ‘ଦବଙ୍ଗ’ ସିରିଜ୍ର ପୂର୍ବ ଦୁଇଟି ଫିଲ୍ମ ପରି ଏହି ଫିଲ୍ମରେ ସୋନାକ୍ଷୀ ରହିବେ କି ନାହିଁ ତାହା ସନ୍ଦେହରେ ଥିଲା। ପ୍ରଯୋଜକ ଅର୍ବାଜ ଖାନ୍ ଏନେଇ କିଛି ସ୍ପଷ୍ଟ କରି ନ ଥିଲେ। କିନ୍ତୁ ଆଜି ସେ ସ୍ପଷ୍ଟ କରିଛନ୍ତି ଯେ ସୋନାକ୍ଷୀ ମୁଖ୍ୟ ନାରୀ ଚରିତ୍ରରେ ଅଭିନୟ କରିବେ।
ଏହି ଫିଲ୍ମରେ ‘ସୁଲତାନ୍’ ଷ୍ଟାର ସଲମାନ୍ ଖାନ୍ ‘ଚୁଲବୁଲ ପାଣ୍ଡେ’ ଭୂମିକାରେ ନଜର ଆସୁଥିବା ବେଳେ ତାଙ୍କ ବିପକ୍ଷରେ ପୁଣି ଥରେ ନାୟିକା ସାଜିବେ ସୋନାକ୍ଷୀ। ଏଥିରେ ଆଉ କିଛି ନାରୀ ଚରିତ୍ର ମଧ୍ୟ ଯୋଡା ଯିବାର ସମ୍ଭାବନା ରହିଛି।
ପ୍ରଯୋଜକ ଅର୍ବାଜ ଖାନ୍ କହିଛନ୍ତି,“ ଦବଙ୍ଗ-୩ ତ ନିଶ୍ଚିତ ହେବ। ଚଳିତ ବର୍ଷ ଶେଷ ଆଡକୁ ଏହି ଫିଲ୍ମର ସୁଟିଂ କାର୍ଯ୍ୟ ଆରମ୍ଭ ହେବ। ୨୦୧୮ ଇଦ୍ରେ ଏହି ଫିଲ୍ମ ପରଦାକୁ ଆସିବ। ସ୍କିପ୍ଟଂ ଚାଲିଛି। ଏଥିରେ ସୋନାକ୍ଷୀଙ୍କ ସହ ଆଉ ନାରୀ ଚରିତ୍ର ମଧ୍ୟ ଆସିପାରନ୍ତି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ଚର୍ଚ୍ଚାରେ ସୈଫ ଓ କରୀନାଙ୍କ ଘର
ଦାମୀ ଜାଗାରେ ଘର କରିଛନ୍ତି ସୈଫ ଓ କରୀନା। କିନ୍ତୁ ଏହାର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Bollywood
ହାସ୍ୟ ଅଭିନେତା ଟିକୁଙ୍କୁ ହୃଦ୍ଘାତ! ହସ୍ପିଟାଲରେ ଭର୍ତ୍ତି
ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।