Advertisment

ରାଜନୀତିରେ ଏଣ୍ଟ୍ରି କରିବେ କି ସୋନାକ୍ଷୀ?

ମୁମ୍ବାଇ: ବଲିଉଡର  ସଟଗନ୍ ଶତ୍ରୁଘ୍ନ ସିହ୍ନାଙ୍କ ଅଲିଅଳି ସୋନାକ୍ଷୀ ସିହ୍ନା। ବଲିଉଡରେ ସେ ଯେତିକି ଚର୍ଚ୍ଚିତ ସୋଶାଲ ମିଡିଆରେ ମଧ୍ୟ ସେତିକି ଆକ୍ଟିଭ। ବାପା ଶତ୍ରୁଘ୍ନ ସିହ୍ନା, ମାଆ ପୁନମ ସିହ୍ନା ଓ ଭାଇ ଲବ ସିହ୍ନା ସମସ୍ତେ ରାଜନୀତିରେ ସକ୍ରିୟ। ସୋନାକ୍ଷୀ ମଧ୍ୟ ନିଜ ପରିବାର ଲୋକଙ୍କ ରାଜନୀତି କ୍ୟାରିଅରକୁ ନେଇ ବେଶ ସମର୍ଥନ କରନ୍ତି। ତେବେ ଆଗକୁ ସୋନାକ୍ଷୀ ମଧ୍ୟ ରାଜନୀତିରେ ପ୍ରବେଶ କରିବେ କି। ନିକଟରେ ଏହି ପ୍ରଶ୍ନକୁ ନେଇ ସେ ପ୍ରତିକ୍ରିୟା […]

author-image
Madhupriya Mistry
ରାଜନୀତିରେ ଏଣ୍ଟ୍ରି କରିବେ କି ସୋନାକ୍ଷୀ?

Sonakshi

ମୁମ୍ବାଇ: ବଲିଉଡର  ସଟଗନ୍ ଶତ୍ରୁଘ୍ନ ସିହ୍ନାଙ୍କ ଅଲିଅଳି ସୋନାକ୍ଷୀ ସିହ୍ନା। ବଲିଉଡରେ ସେ ଯେତିକି ଚର୍ଚ୍ଚିତ ସୋଶାଲ ମିଡିଆରେ ମଧ୍ୟ ସେତିକି ଆକ୍ଟିଭ। ବାପା ଶତ୍ରୁଘ୍ନ ସିହ୍ନା, ମାଆ ପୁନମ ସିହ୍ନା ଓ ଭାଇ ଲବ ସିହ୍ନା ସମସ୍ତେ ରାଜନୀତିରେ ସକ୍ରିୟ। ସୋନାକ୍ଷୀ ମଧ୍ୟ ନିଜ ପରିବାର ଲୋକଙ୍କ ରାଜନୀତି କ୍ୟାରିଅରକୁ ନେଇ ବେଶ ସମର୍ଥନ କରନ୍ତି। ତେବେ ଆଗକୁ ସୋନାକ୍ଷୀ ମଧ୍ୟ ରାଜନୀତିରେ ପ୍ରବେଶ କରିବେ କି। ନିକଟରେ ଏହି ପ୍ରଶ୍ନକୁ ନେଇ ସେ ପ୍ରତିକ୍ରିୟା ରଖିଛନ୍ତି।

Advertisment

ଏକ ସାକ୍ଷାତକାରରେ ସେ କହିଛନ୍ତି, ରାଜନୀତିରେ ପ୍ରବେଶ କରିବା ନେଇ ମୋର କୌଣସି ପ୍ଲାନିଂ ନାହିଁ। ଭାଇ ଲବ ସିହ୍ନାଙ୍କ ରାଜନୀତି କ୍ୟାରି୍ଅରକୁ ନେଇ ମୁଁ ବେଶ ଖୁସି। ଏଥିପାଇଁ ତାଙ୍କ ପାଖରେ ଯୋଗ୍ୟତା ଅଛି। ରାଜନୀତିରେ କ’ଣ ଚାଲିଛି ତା’ର ପୂର ସୂଚନା ଭାଇଙ୍କ ପାଖରେ ଅଛି। ଅଭିନୟ ଛଡା ଆଗକୁ କ’ଣ କରିବି ସେ ନେଇ କିଛି ଯୋଜନା ନାହିଁ ବୋଲି ସେ କହିଛନ୍ତି।

କରୋନା ଯୋଗୁଁ ଦୀର୍ଘ ଦିନ ହେବ ଶୁଟିଂ ଠାରୁ ଦୂରରେ ଥିବା ସୋନାକ୍ଷୀ ନିକଟରେ ନିଜର ଡିଜିଟାଲ ପ୍ରୋଜେକ୍ଟ ପାଇଁ ଶୁଟିଂ ଆରମ୍ଭ କରିଛନ୍ତି। ସଲମାନ ଖାନଙ୍କ ଦବଙ୍ଗ-୩ରେ ସୋନାକ୍ଷୀଙ୍କୁ ଶେଷଥର ପାଇଁ ବଡ ପରଦାରେ ଦେଖିବାକୁ ମିଳିଥିଲା। ଆଗକୁ ସୋନାକ୍ଷୀ, ଅଜୟ ଦେବଗନଙ୍କ ଫିଲ୍ମ ‘ଭୁଜ: ଦ ପ୍ରାଇଡ ଅଫ ଇଣ୍ଡିଆ’ରେ ନଜର ଆସିବେ। ଏହି ଫିଲ୍ମରେ ଲିଡ୍ ରୋଲରେ ଅଜୟ ଦେବଗନ ଏବଂ ସଞ୍ଜୟ ଦତ୍ତ ଅଛନ୍ତି। ଅନ୍ୟ ପ୍ରମୁଖ ଭୂମିକାରେ ଶରଦ କେଲକର, ଏମ୍ମି ୱିର୍କ ଏବଂ ପ୍ରଣିତା ସୁଭାଷଙ୍କୁ ମଧ୍ୟ ଦେଖିବାକୁ ମିଳିବ।

Advertisment
Bollywood Sonakshi Sinha