s222
ମୁମ୍ୱାଇ : ରାଗିଗଲେ ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ରାଗିଯିବା ପରେ ରବିବାର ସୋଶାଲ ମିଡିଆରେ ଏକ ଭିଡିଓ ଶେଆର୍ କରି ଇଣ୍ଡିଗୋ ଏୟାର ଲାଇନସ୍ ଉପରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି।
ସୋନାକ୍ଷୀଙ୍କ ଅଭିଯୋଗ ଅନୁସାରେ ଏୟାରଲାଇନସ୍ର ଷ୍ଟାଫ୍ ତାଙ୍କ ବ୍ୟାଗ୍କୁ ଭାଙ୍ଗି ଦେଇଛନ୍ତି। ଭିଡିଓଟିକୁ ଶେଆର୍ କରି ସୋନାକ୍ଷୀ ଲେଖିଛନ୍ତି, ‘ମୁଁ ଇଣ୍ଡିଗୋରେ ଟ୍ରାଭେଲ୍ କରୁଥିଲି। ସାଙ୍ଗରେ ଏକ ଭଲ ବ୍ୟାଗ୍ ଆଣିଥିଲି। କିନ୍ତୁ ବ୍ୟାଗ୍ ମୋ ପାଖକୁ ଆସିବା ପରେ ଏହାର ପ୍ରଥମ ଓ ଦ୍ୱିତୀୟ ହ୍ୟାଣ୍ଡେଲ୍ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଥିବା ଦେଖିବାକୁ ପାଇଛି। ଇଣ୍ଡିଗୋ ଆପଣଙ୍କୁ ଧନ୍ୟବାଦ।’ ଏହି ଭିଡିଓଟିକୁ ସୋନାକ୍ଷୀ ଇଣ୍ଡିଗୋ ଏୟାରଲାଇନ୍ସକୁ ଟ୍ୱିଟ୍ କରି ଜଣାଇଥିଲେ।
ଟ୍ୱିଟ୍ ପରେ ସୋନାକ୍ଷୀଙ୍କୁ ଇଣ୍ଡିଗୋ ପକ୍ଷରୁ ଏହାର ଜବାବ ମଧ୍ୟ ମିଳିଛି। ଏହି ଘଟଣାରେ ଦୁଃଖପ୍ରକାଶ କରି ଇଣ୍ଡିଗୋ ଲେଖିଛି, ‘ସୋନାକ୍ଷୀ ଆମ ଟିମ୍ ସହିତ ସମ୍ପର୍କ କରିଥିବାକୁ ଧନ୍ୟବାଦ। ଆମେ ଏ ସମ୍ପର୍କରେ ଆମ ହ୍ୟୋଣ୍ଡେଲିଙ୍ଗ୍ ଟିମ୍ ସହିତ କଥା ହେବୁ। ପୁଣିଥରେ ଆମେ ଆପଣଙ୍କୁ ଅପେକ୍ଷା କରିବୁ।’
ଇଣ୍ଡିଗୋ ପକ୍ଷରୁ ସୋନାକ୍ଷୀଙ୍କୁ ଜବାବ ମିଳିବା ପରେ ଟ୍ୱିଟରରେ ତାଙ୍କୁ ଟ୍ରୋଲ୍ କରାଯାଇଛି। ଜଣେ ୟୁଜର୍ ଲେଖିଛନ୍ତି, ‘ଜଣେ ସାଧାରଣ ଲୋକର ବ୍ୟାଗ୍ ଭାଙ୍ଗିଲେ ଇଣ୍ଡିଗୋ ଜବାବ ଦେଉନାହିଁ’। ସେହିପରି କିଛି ୟୁଜର୍ ସୋନାକ୍ଷୀଙ୍କୁ ନୂଆ ବ୍ୟାଗ୍ କିଣିବା ପାଇଁ ପରାମର୍ଶ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/11/s222.jpg)