Advertisment

ଜୁସ୍‌ ପିଇ ଅନଶନ ଭାଙ୍ଗିଲେ ସନଲିସା, କିନ୍ତୁ ମଙ୍ଗଳବାର ପର୍ଯ୍ୟନ୍ତ ଚାଲିବ ଧାରଣା

ଗଣମାଧ୍ୟମକୁ ସୂଚନା ଦେଇ କୁନା ତ୍ରିପାଠୀ କହିଛନ୍ତି, ଆସନ୍ତା ୨୮ ତାରିଖରେ ବୈଠକ ହେବ। ସରକାରୀ ସ୍ତରରେ ଆଲୋଚନା ପରେ ନିଷ୍କର୍ଷ ବାହାରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କୁନା ତ୍ରିପାଠୀ।

author-image
Manoranjan Sial
ଅଦ୍ୟତନ ହୋଇଛି
Film

Film

ଆମରଣ ଅନଶନରୁ ଭାଙ୍ଗିଲେ ପ୍ରଯୋଜିକା ସନଲିସା ପଟେଲ। କିନ୍ତୁ ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଧାରଣା ମଙ୍ଗଳବାର ପର୍ଯ୍ୟନ୍ତ ଜାରି ରହିବ ବୋଲି କହିଛନ୍ତି ସନଲିସା। ଭୁବନେଶ୍ୱର ଲୋୟର ପିଏମଜିରେ ସେ ଧାରଣାରେ ବସିଥିବା ବେଳେ ସେଠାରେ ମହାଶ୍ୱେତା ରାୟଙ୍କ ସମେତ ବହୁ ବିଶିଷ୍ଟ କଳାକାର ପହଞ୍ଚିଥିଲେ। ଧାରଣା ସ୍ଥଳରେ ଓଡ଼ିଶା ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ ପହଞ୍ଚି ଜୁସ ପିଆଇ ସନଲିସାଙ୍କ ଅନଶନ ଭାଙ୍ଗିଥିଲେ।

Advertisment

ଗଣମାଧ୍ୟମକୁ ସୂଚନା ଦେଇ କୁନା ତ୍ରିପାଠୀ କହିଛନ୍ତି, ଆସନ୍ତା ୨୮ ତାରିଖରେ ବୈଠକ ହେବ। ସରକାରୀ ସ୍ତରରେ ଆଲୋଚନା ପରେ ନିଷ୍କର୍ଷ ବାହାରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କୁନା ତ୍ରିପାଠୀ।

ଧାରଣା ସ୍ଥଳରେ ପହଞ୍ଚିଥିବା ଅଭିନେତ୍ରୀ ମହାଶ୍ୱେତା ରାୟ କହିଛନ୍ତି, ଏହି ଝିଅଟି ଯେତେବେଳେ ପ୍ରଥମ ଷ୍ଟେପ୍‌ ନେଲା, ସେ ଜାଣିନଥିଲା, ତା ପାଖରେ କେତେ ଜଣ ଆସି ଠିଆ ହେବେ। ତା’ର ହିସାବ ତା’ ପାଖରେ ନଥିଲା। ହେଲେ ଆମ ଇଣ୍ଡଷ୍ଟ୍ରୀ ତାକୁ ସମର୍ଥନ କଲା। ତା’ ପାଖରେ ଆସି ଠିଆ ହେଲା। ଆମେ ସମସ୍ତେ ଚାହୁଁଛୁ ଆମ ଇଣ୍ଡଷ୍ଟ୍ରୀ କେମିତି ଆଗକୁ ବଢ଼ିବ? ସରକାର କେମିତି ଆମ କଥା ଶୁଣିବେ? ବିତରଣ ବ୍ୟବସ୍ଥା ଆହୁରି କେମିତି ଭଲ ହୋଇପାରିବ? ପ୍ରଯୋଜକମାନେ କେମିତି ପଇସା ପାଇପାରିବେ? କଳାକାରମାନେ କେତେ କାମ ପାଇବେ? ଏହା ଦ୍ୱାରା ଟେକ୍ନିସିଆନ୍‌ଙ୍କୁ କେତେ ଲାଭ ମିଳିବ? ଯେଉଁ ଦର୍ଶକ ଆମଠାରୁ ମୁହଁ ମୋଡି ନେଇଥିଲେ, ସେମାନେ ଏବେ ଫେରିଛନ୍ତି। କିନ୍ତୁ ହଲ୍‌ ନାହିଁ। ଯଦି ହଲ୍‌ ହେବ ତାହାହେଲେ, ଡିଷ୍ଟ୍ରିବ୍ୟୁଟରମାନଙ୍କୁ ଏତେ ସମସ୍ୟା ହେବନି। ପ୍ରଯୋଜକମାନେ ଟଙ୍କା ଖର୍ଚ୍ଚ କରିବା ପାଇଁ ଅରାଜି ହେବେନି। ମୁଁ ସରକାରଙ୍କୁ ଅନୁରୋଧ କରୁଛି ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟ୍ରିକୁ ଟିକେ ନଜର ଦିଅନ୍ତୁ। ସେମାନଙ୍କ କଥା ଶୁଣନ୍ତୁ। ସେମାନଙ୍କ ସହିତ ବସି ଆଲୋଚନା କରନ୍ତୁ। କାହାର କ୍ଷତି ନହେଉ ବୋଲି ମହାଶ୍ୱେତା କହିଛନ୍ତି।

Advertisment

୫ ଦଫା ଦାବି ପୂରଣ ନେଇ ପ୍ରଯୋଜିକା ସନଲିସା ପଟେଲ ପିଏମ୍‌ଜିରେ ଆମରଣ ଅନଶନରେ ବସିଥିଲେ। ସନଲିସାଙ୍କୁ ବହୁ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ, ନିର୍ଦ୍ଦେଶକ, ମ୍ୟୁଜିକ ନିର୍ଦ୍ଦେଶକ ପ୍ରମୁଖ ସମର୍ଥନ ଦେଇଥିଲେ।

Bhubaneswar Bhubaneswar News Entertainment