Advertisment

ଇଣ୍ଡଷ୍ଟ୍ରିର ପାର୍ଟିରୁ ଆରମ୍ଭ କରି ଘରୋଇ ପାର୍ଟି ସବୁଠି ଥାନ୍ତି ସୋନମଙ୍କ ବୟଫ୍ରେଣ୍ଡ

ମୁମ୍ବାଇ: ବି ଟାଉନ୍‌ରେ ବୟଫ୍ରେଣ୍ଡ, ଗାର୍ଲଫ୍ରେଣ୍ଡ ହେବା ଓ ସେମାନଙ୍କ ଖବର ପ୍ରସାର ହେବା କିଛି ନୂଆ କଥା ନୁହେଁ। ପ୍ରସଂଶକମାନେ ସବୁବେଳେ ନିଜ ପସନ୍ଦର ଷ୍ଟାରଙ୍କ ପରଦା ପଛର ଜୀବନ ବିଷୟରେ ଜାଣିବାକୁ ଚାହିଁଥାନ୍ତି। ଏପରିକି ସେମାନଙ୍କ ବୟଫ୍ରେଣ୍ଡ, ଗାର୍ଲଫ୍ରେଣ୍ଡଙ୍କ ସେମାନେ ବିତାଉ ଥିବା ବିଶେଷ ମୁହୂର୍ତ୍ତ ବିଷୟରେ ଜାଣିବାକୁ ବ୍ୟଗ୍ର ଥାନ୍ତି। ଏବେ ଏପରି ଏକ ଜୋଡ଼ିଙ୍କ ଫଟୋ ସୋସିଆଲ ମିଡିଆରେ ଆସିଛି ଯେଉଁମାନଙ୍କୁ ନେଇ କିଛିଦିନ ହେବ ବି-ଟାଉନ୍‌ରେ ଚର୍ଚ୍ଚା ଜୋର ଧରିଛି। ସେ […]

ଅଦ୍ୟତନ ହୋଇଛି
ଇଣ୍ଡଷ୍ଟ୍ରିର ପାର୍ଟିରୁ ଆରମ୍ଭ କରି ଘରୋଇ ପାର୍ଟି ସବୁଠି ଥାନ୍ତି ସୋନମଙ୍କ ବୟଫ୍ରେଣ୍ଡ

sonam-anand-ahuja

Advertisment

ମୁମ୍ବାଇ: ବି ଟାଉନ୍‌ରେ ବୟଫ୍ରେଣ୍ଡ, ଗାର୍ଲଫ୍ରେଣ୍ଡ ହେବା ଓ ସେମାନଙ୍କ ଖବର ପ୍ରସାର ହେବା କିଛି ନୂଆ କଥା ନୁହେଁ। ପ୍ରସଂଶକମାନେ ସବୁବେଳେ ନିଜ ପସନ୍ଦର ଷ୍ଟାରଙ୍କ ପରଦା ପଛର ଜୀବନ ବିଷୟରେ ଜାଣିବାକୁ ଚାହିଁଥାନ୍ତି। ଏପରିକି ସେମାନଙ୍କ ବୟଫ୍ରେଣ୍ଡ, ଗାର୍ଲଫ୍ରେଣ୍ଡଙ୍କ ସେମାନେ ବିତାଉ ଥିବା ବିଶେଷ ମୁହୂର୍ତ୍ତ ବିଷୟରେ ଜାଣିବାକୁ ବ୍ୟଗ୍ର ଥାନ୍ତି। ଏବେ ଏପରି ଏକ ଜୋଡ଼ିଙ୍କ ଫଟୋ ସୋସିଆଲ ମିଡିଆରେ ଆସିଛି ଯେଉଁମାନଙ୍କୁ ନେଇ କିଛିଦିନ ହେବ ବି-ଟାଉନ୍‌ରେ ଚର୍ଚ୍ଚା ଜୋର ଧରିଛି। ସେ ବଲିଉଡ ଇଣ୍ଡଷ୍ଟ୍ରିର କୌଣସି ପାର୍ଟି ହେଉ ହେବା କିଛି ଘରୋଇ କାର୍ଯ୍ୟକ୍ରମ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥାଏ। ଏହି ଜୋଡ଼ି ହେଲେ ଲାଡଲା ବୟ ଅନୀଲ କପୁରଙ୍କ କନ୍ୟା ସୋନମ ଏବଂ ତାଙ୍କ ବୟଫ୍ରେଣ୍ଡ ଆନନ୍ଦ ଆହୁଜା। ନିକଟରେ ସୋନମ ଓ ଆନନ୍ଦଙ୍କ ବୟଫ୍ରେଣ୍ଡଙ୍କ ଫଟୋ ଇନଷ୍ଟାଗ୍ରାମରେ ଦେଖିବାକୁ ମିଳିଛି।

Advertisment

ନିକଟରେ ସୋନମ ନିଜ ସଂପର୍କୀୟ ଭାଇଙ୍କ ରୋକାରେ ଯୋଗ ଦେବାକୁ ଯାଇଥିଲେ। ନିଜ ପାରିବାରିକ ଉତ୍ସବରେ ପୁଣି ଥରେ ସୋନମଙ୍କ ସହ ଆନନ୍ଦଙ୍କୁ ଦେଖିବାକୁ ମିଳିଥିଲା। ଇନଷ୍ଟାଗ୍ରାମରେ ଆସିଥିବା ଏହି ଫଟୋରେ ସୋନମ ଏବଂ ଆନନ୍ଦ ପାଖାପାଖି ବସିଥିବା ଦେଖିବାକୁ ମିଳୁଛି। ଆଉ ଏହି ଫଟୋକୁ ସୋନମଙ୍କ ଭଉଣୀ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

ପୁର୍ବରୁ ଆନନ୍ଦଙ୍କୁ ଖିଲାଡ଼ି ଷ୍ଟାର ଅକ୍ଷୟ କୁମାରଙ୍କ ଦ୍ୱାରା ହଲିଉଡର ଅଭିନେତା ବିଲ ସ୍ମିଥ୍‌ଙ୍କ ପାଇଁ ଆୟୋଜିତ ପାର୍ଟିରେ ସୋନମଙ୍କ ସହ ଦେଖିବାକୁ ମିଳିଥିଲା। ପାର୍ଟିରେ ସୋନମଙ୍କ ସହ ଫଟୋକୁ ନିଜେ ଆନନ୍ଦ ହିଁ ସେୟାର କରିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe