ମୁମ୍ବାଇ: ‘ନିର୍ଜା’ ଫିଲ୍ମ ପାଇଁ ବେଷ୍ଟ ଫିଲ୍ମ ଫେୟାର୍ ଆୱାଡ୍ ଜିତି ଥିବା ବଲିଉଡ୍ ଅଭିନେତ୍ରୀ ସୋନମ କପୁର୍ଙ୍କ ଆଜି ଜନ୍ମଦିନ। ୯ ଜୁନ୍ ୧୯୮୫ ମସିହାରେ ସୋନମ୍ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସେ ବଲିଉଡ୍ ଅଭିନେତା ରଣବୀର୍ କପୁର୍ଙ୍କ ସହ ଫିଲ୍ମ ‘ସାବରିୟାଁ’ ଜରିଆରେ ବଲିଉଡ୍ରେ ପାଦ ରଖିଥିଲେ।
https://www.instagram.com/p/Bx2cDjhF1hA/?utm_source=ig_web_copy_link
ବଲିଉଡ୍ର ଏଭରଗ୍ରୀନ୍ ଅଭିନେତା ଅନିଲ୍ କପୁର୍ଙ୍କ ଝିଅ ହୋଇଥିବା ସତ୍ତ୍ୱେ ନିଜ ପକେଟ୍ମନି ପାଇଁ ତାଙ୍କୁ ୱେଟର୍ ହେବାକୁ ପଡ଼ିଥିଲା। କାରଣ ସେ ସବୁବେଳେ ଆତ୍ମନିର୍ଭରଶୀଳ ହୋଇ ରହିବାକୁ ପସନ୍ଦ କରୁଥିଲେ। ତାଙ୍କୁ ଘରେ ପଇସା ମାଗିବାକୁ ଖରାପ ଲାଗୁଥିଲା। ଏଥିପାଇଁ ସେ ୱେଟର୍ ହୋଇ ଖାଦ୍ୟ ପରଷିବା ଚାକିରି ମଧ୍ୟ କରିଥିଲେ।
https://www.instagram.com/p/BxuTtuyljVM/?utm_source=ig_web_copy_link
ଏବେ ସେ ତାଙ୍କ ସ୍ୱାମୀ ଆନନ୍ଦ ଆହୁଜାଙ୍କ ହସଖୁସିର ବୈବାହିକ ଜୀବନ ଅତିବାହିତ କରୁଛନ୍ତି।
https://www.instagram.com/p/BvXK2gPFK-u/?utm_source=ig_web_copy_link
ସୋନମ୍ କୁପର୍ଙ୍କ ସହ ଆଜି ଆଉ ଜଣେ ବଲିଉଡ୍ ଅଭିନେତ୍ରୀଙ୍କ ମଧ୍ୟ ଜନ୍ମଦିନ। ସେ ହେଉଛନ୍ତି ଅମିଷା ପଟେଲ୍। ୧୯୭୬ ମସିହା ଆଜିର ଦିନରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ।
https://www.instagram.com/p/Bw6iP-MlXB0/?utm_source=ig_web_copy_link
ଗୁଜୁରଟି ପରିବାରରେ ଜନ୍ମଗ୍ରହଣ କରିଥିବା ଅମିଷା ୨୦୦୦ ମସିହାରେ ଆସିଥିବା ସୁପରହିଟ୍ ଫିଲ୍ମ ‘କହୋନା ପ୍ୟାର୍ ହୈ’ ଜରିଆରେ ବଲିଉଡ୍ରେ ଏଣ୍ଟ୍ରି କରିଥିଲେ। ଏହି ଫିଲ୍ ସୁପର୍ହିଟ୍ ହେଲା ପରେ ୨୦୦୧ରେ ‘ଗଦ୍ଦର ଏକ୍ ପ୍ରେମ୍ କଥା’ ବକ୍ସ ଅଫିସ୍ରେ ଧମାଲ୍ କରିଥିଲା।
https://www.instagram.com/p/BxR_No-FeND/?utm_source=ig_web_copy_link
ଅମିଷା ଏବେ ଫିଲ୍ମରେ ଅଧିକା ଦେଖାଯାଉନାହନ୍ତି ସତ କିନ୍ତୁ ବଡ଼ ବଡ଼ ପାର୍ଟିରେ କିନ୍ତୁ ତାଙ୍କୁ ଦେଖିବାକୁ ମିଳୁଛି।
https://www.instagram.com/p/BxO9xyvlSC5/?utm_source=ig_web_copy_link
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।