Advertisment

କରୋନା ଯୋଗୁଁ ଲଣ୍ଡନରୁ ଭାରତ ଫେରିଲେ ସୋନମ୍‌

ମୁମ୍ୱାଇ : କରୋନା ଭାଇରସ୍‌ ବା କୋଭିଡ୍‌-୧୯ର ପ୍ରଭାବ ବଲିଉଡ୍‌ରେ ମଧ୍ୟ ଦେଖିବାକୁ ମିଳିଛି। ଏହି ମହାମାରୀ ବିଷୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ଭାରତ ସରକାରଙ୍କ ସହିତ ବଲିଉଡ୍‌ ସେଲେବ୍ରିଟି ମଧ୍ୟ ହାତ ମିଳାଇଛନ୍ତି। ବାହାରକୁ ଶୁଟିଂରେ ନଯାଇ ସୋଶାଲ ମିଡିଆ ଜରିଆରେ ସେଲେବ୍ରିଟିମାନେ ଲୋକଙ୍କୁ ସଚେତନତା ବାର୍ତ୍ତା ଦେଉଥିବା ଦେଖିବାକୁ ମିଳୁଛି। କରୋନା ଭୟରେ ଲଣ୍ଡନରେ ଥିବା ସୋନମ୍‌ କପୁର ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହିତ ଭାରତ ଫେରି ଆସିଛନ୍ତି। https://www.instagram.com/p/B91VDJshvay/?utm_source=ig_web_copy_link ସୋଶାଲ ମିଡିଆରେ […]

ଅଦ୍ୟତନ ହୋଇଛି
କରୋନା ଯୋଗୁଁ ଲଣ୍ଡନରୁ ଭାରତ ଫେରିଲେ ସୋନମ୍‌

sonam33

Advertisment

ମୁମ୍ୱାଇ : କରୋନା ଭାଇରସ୍‌ ବା କୋଭିଡ୍‌-୧୯ର ପ୍ରଭାବ ବଲିଉଡ୍‌ରେ ମଧ୍ୟ ଦେଖିବାକୁ ମିଳିଛି। ଏହି ମହାମାରୀ ବିଷୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ଭାରତ ସରକାରଙ୍କ ସହିତ ବଲିଉଡ୍‌ ସେଲେବ୍ରିଟି ମଧ୍ୟ ହାତ ମିଳାଇଛନ୍ତି।

Advertisment

ବାହାରକୁ ଶୁଟିଂରେ ନଯାଇ ସୋଶାଲ ମିଡିଆ ଜରିଆରେ ସେଲେବ୍ରିଟିମାନେ ଲୋକଙ୍କୁ ସଚେତନତା ବାର୍ତ୍ତା ଦେଉଥିବା ଦେଖିବାକୁ ମିଳୁଛି। କରୋନା ଭୟରେ ଲଣ୍ଡନରେ ଥିବା ସୋନମ୍‌ କପୁର ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହିତ ଭାରତ ଫେରି ଆସିଛନ୍ତି।

https://www.instagram.com/p/B91VDJshvay/?utm_source=ig_web_copy_link

ସୋଶାଲ ମିଡିଆରେ ମାସ୍କ ପିନ୍ଧି ଏକ ଫଟୋ ଓ ଭିଡିଓ ଶେଆର୍‌ କରି ସେ କହିଛନ୍ତି, ‘ସ୍ୱାମୀଙ୍କ ସହିତ ମୁଁ ଲଣ୍ଡନରୁ ଭାରତ ଫେରିଆସିଛି। ଏପରି ପରିସ୍ଥିତିରେ ମୁଁ ଘରକୁ ନଆସି ରହିପାରିଲି ନାହିଁ। ସମସ୍ତଙ୍କୁ ମୋର ଭଲ ପାଇବା ଜଣାଉଛି।’

Advertisment

ସେହିପରି ଅନ୍ୟ ଏକ ଫଟୋରେ ସୋନମ୍‌ ସ୍ୱାମୀଙ୍କ ସହିତ ପ୍ଲେନ୍‌ରେ ବସିଥିବା ଦେଖାଯାଇଛି।

https://www.instagram.com/p/B91HyuBBB5I/?utm_source=ig_web_copy_link

ଲଣ୍ଡନରୁ ଫେରିବା ପରେ ଏୟାରପୋର୍ଟ ଅଥରିଟି ସୋନମ୍‌ଙ୍କର ବିଗତ ୨୫ ଦିନର ବିଦେଶ ଯାତ୍ରାର ସୂଚନା ନେଇଥିଲେ। ଏୟାରପୋର୍ଟ ଅଥରିଟିଙ୍କର ଏହି କାର୍ଯ୍ୟକୁ ସୋନମ୍ ପ୍ରଶଂସା କରିଛନ୍ତି।

ସୋନମ  ଓ ତାଙ୍କ ସ୍ୱାମୀଙ୍କର କରୋନା ଭାଇଇସ୍‌ ନେଇ ସମସ୍ତ ପ୍ରକାର ପରୀକ୍ଷା କରିଥିଲେ। ଦୁହିଁଙ୍କଠାରୁ କରୋନା ସମ୍ପର୍କିତ କୌଣସି ଲକ୍ଷଣ ମିଳିନଥିଲା।

ସୂଚନାଯୋଗ୍ୟ, ଭାରତରେ କରୋନା ଭାଇରସ୍‌ର ପ୍ରଭାବ ଯୋଗୁଁ ଫେଡେରେସନ୍‌ ଅଫ୍‌ ୱେଷ୍ଟର୍ଣ୍ଣ ଇଣ୍ଡିଆନ୍‌ ସିନେ ଏମ୍ପ୍ଲୋଇଜ୍‌ (FWICE) ଏବଂ ଇଣ୍ଡିଆନ୍‌ ଫିଲ୍ମ ଆଣ୍ଡ ଟେଲିଭିଜନ୍‌ ଡିରେକ୍ଟର ଆସୋସିଏସନ୍‌ (IFTDA) ପକ୍ଷରୁ ମାର୍ଚ୍ଚ ୧୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ କୌଣଲି ଫିଲ୍ମ, ଟିଭି ଶୋ’ ଓ ୱେବ ସିରିଜ୍‌ ଶୁଟିଂ ହେବ ନାହିଁ ବୋଲି ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି।

ଶେଷଥର ପାଇଁ ସୋନମ୍‌ କପୁରଙ୍କୁ ‘ଜୋୟା ଫ୍ୟାକ୍ଟର’ ଫିଲ୍ମରେ ଦେଖିବାକୁ ମିଳିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe