Advertisment

‘ମିଷ୍ଟର ଇଣ୍ଡିଆ’ର ରିମେକ୍ କଥା ଶୁଣି ରାଗିଗଲେ ସୋନମ୍

ମୁମ୍ବାଇ: ଫିଲ୍ମ ନିର୍ମାତା ଅଲି ଅବ୍ବାସ ଜାଫର୍ ଏକ ନୂଆ ପ୍ରୋଜେକ୍ଟର ଘୋଷଣା କରିଛନ୍ତି। ୧୯୮୭ରେ ଆସିଥିବା ଅନୀଲ କପୁରଙ୍କର ସୁପର୍‌ ହିଟ୍‌ ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ର ସେ ରିମେକ୍ ତିଆରି କରିବାକୁ ଯାଉଛନ୍ତି। ତେବେ ଏ ସମ୍ପର୍କିତ ଖବର ଚର୍ଚ୍ଚାକୁ ଆସିବା ପରେ ବିବାଦ ଆରମ୍ଭ ହୋଇଯାଇଛି। କାରଣ ଉକ୍ତ ଫିଲ୍ମର କଳାକାର ଓ ନିର୍ଦ୍ଦେଶକଙ୍କୁ ଏ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ। Excited to partner with @ZeeStudios_ for an epic trilogy […]

author-image
Chinmayee Roy
ଅଦ୍ୟତନ ହୋଇଛି
‘ମିଷ୍ଟର ଇଣ୍ଡିଆ’ର ରିମେକ୍ କଥା ଶୁଣି ରାଗିଗଲେ ସୋନମ୍

sonam2

ମୁମ୍ବାଇ: ଫିଲ୍ମ ନିର୍ମାତା ଅଲି ଅବ୍ବାସ ଜାଫର୍ ଏକ ନୂଆ ପ୍ରୋଜେକ୍ଟର ଘୋଷଣା କରିଛନ୍ତି। ୧୯୮୭ରେ ଆସିଥିବା ଅନୀଲ କପୁରଙ୍କର ସୁପର୍‌ ହିଟ୍‌ ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ର ସେ ରିମେକ୍ ତିଆରି କରିବାକୁ ଯାଉଛନ୍ତି। ତେବେ ଏ ସମ୍ପର୍କିତ ଖବର ଚର୍ଚ୍ଚାକୁ ଆସିବା ପରେ ବିବାଦ ଆରମ୍ଭ ହୋଇଯାଇଛି। କାରଣ ଉକ୍ତ ଫିଲ୍ମର କଳାକାର ଓ ନିର୍ଦ୍ଦେଶକଙ୍କୁ ଏ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ।

Advertisment

https://twitter.com/aliabbaszafar/status/1229355767456616450?s=20

ନିକଟରେ ଅଲି ଅବ୍ବାସ ଜାଫର୍ ଏ ନେଇ ଏକ ଟ୍ୱିଟ୍‌ କରିଥିଲେ। ଏଥିରେ ସେ ଲେଖିଥିଲେ, “ମିଷ୍ଟ ଇଣ୍ଡିଆ’ର ସିକ୍ୱେଲ୍‌ ବନାଇବାକୁ ବହୁତ ଉତ୍ସାହିତ ଅଛି। ଏବେ ଯାଏ କୌଣସି ବି ଅଭିନେତାଙ୍କୁ ସାଇନ୍‌ କରାଯାଇ ନାହିଁ। ସ୍କ୍ରିପ୍ଟର ପ୍ରଥମ ଡ୍ରାଫ୍ଟ ତିଆରି ହୋଇଗଲେ ଆମେ ଏହାର ଶୁଟିଂ ଆରମ୍ଭ କରିଦେବୁ।”

ତେବେ ଏହି ଫିଲ୍ମ କଥା ଶୁଣିବା ପରେ ଅନୀଲ କପୁରଙ୍କ ଝିଅ ସୋନମ୍‌ ରାଗିଯାଇଛନ୍ତି ଓ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ କରି ଅଲି ଅବ୍ବାସଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ଲେଖିଛନ୍ତି, “ମିଷ୍ଟର ଇଣ୍ଡିଆର ରିମେକ୍‌ ତିଆରି ହେବାକୁ ଯାଉଛି। ହେଲେ ଏ ବିଷୟରେ ନା ମୋ ବାପା ଅନୀଲ୍ କପୁରଙ୍କୁ ଜଣା ଅଛି ନା ଫିଲ୍ମର ନିର୍ଦ୍ଦେଶକ ଶେଖର କପୁରଙ୍କୁ। ଏହି ଫିଲ୍ମ ମୋ ପାଇଁ ବହୁତ ଖାସ୍‌। କାରଣ ଏଥିରେ ମୁଖ୍ୟ ଭୂମିକାରେ ମୋ ବାପା ଅଭିନୟ କରିଥିଲେ। ଏହା ଘୋର୍‌ ଅପମାନଜନକ। ଏହି ଫିଲ୍ମକୁ ନେଇ କେହି ବି ମୋ ବାପା ଓ ଶେଖର ଅଙ୍କଲ୍‌ଙ୍କୁ ପଚାରିବା ଉଚିତ୍‌ ଭାବି ନାହାନ୍ତି। ଦୁହେଁ ଏହି ଫିଲ୍ମକୁ ବହୁତ ପରିଶ୍ରମ କରି ତିଆରି କରିଥିଲେ।”

Advertisment

ସୂଚନାଯୋଗ୍ୟ, 'ମିଷ୍ଟର ଇଣ୍ଡିଆ' ୧୯୮୭ରେ ରିଲିଜ୍ ହୋଇଥିଲା। ଏଥିରେ ଲିଡ୍‌ ରୋଲ୍‌ରେ ଅନୀଲ କପୁର ଓ ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀ ଅଭିନୟ କରିଥିଲେ। ଏଥିରେ ସ୍ୱର୍ଗତ ଅମରିଶ୍ ପୁରୀ ବି ଅଭିନୟ କରିଥିଲେ। ଆଉ ତାଙ୍କ ‘ମୋଗାମ୍ବୋ’ ଡାଇଲଗ୍‌କୁ ଆଜି ବି ଲୋକେ ମନେ ରଖିଛନ୍ତି।