Advertisment

ଜାହ୍ନବୀଙ୍କ ପୋଷାକକୁ ନେଇ ଚିନ୍ତା ପ୍ରକଟ କଲେ କ୍ୟାଟ୍ରିନା

ମୁମ୍ବାଇ: ସବୁବେଳେ ସେଲେବ୍ରିଟି ମାନଙ୍କର ବେଶ ପୋଷାକକୁ ନେଇ ଚର୍ଚ୍ଚା ହୋଇଥାଏ। ତା’କୁ ନେଇ ଅନେକ ସମୟରେ ବିଭିନ୍ନ ସେଲେବ୍ରିଟି ସୋଶାଲ୍‌ ମିଡିଆରେ ଟ୍ରୋଲ୍‌ ହୋଇଥାନ୍ତି। ସେହି ସେଲେବ୍ରିଟି ମାନଙ୍କର ପୋଷାକକୁ ନେଇ ନିକଟରେ କ୍ୟାଟ୍ରିନା ଏକ ବଡ଼ କଥା କହିଛନ୍ତି। ଏକ ସାକ୍ଷାତକାରରେ ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର୍‌ଙ୍କୁ ସେ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି,ଜାହ୍ନବୀ ଜିମ୍‌କୁ ବହୁତ ଛୋଟ ଡ୍ରେସ୍‌ ପିନ୍ଧି ଆସନ୍ତି। ବେଳେବେଳେ ଏହାକୁ ନେଇ ମୋ ମନକୁ ଚିନ୍ତା ଆସେ। ଏବେ […]

ଅଦ୍ୟତନ ହୋଇଛି
ଜାହ୍ନବୀଙ୍କ ପୋଷାକକୁ ନେଇ ଚିନ୍ତା ପ୍ରକଟ କଲେ କ୍ୟାଟ୍ରିନା

janahbi

Advertisment

ମୁମ୍ବାଇ: ସବୁବେଳେ ସେଲେବ୍ରିଟି ମାନଙ୍କର ବେଶ ପୋଷାକକୁ ନେଇ ଚର୍ଚ୍ଚା ହୋଇଥାଏ। ତା'କୁ ନେଇ ଅନେକ ସମୟରେ ବିଭିନ୍ନ ସେଲେବ୍ରିଟି ସୋଶାଲ୍‌ ମିଡିଆରେ ଟ୍ରୋଲ୍‌ ହୋଇଥାନ୍ତି। ସେହି ସେଲେବ୍ରିଟି ମାନଙ୍କର ପୋଷାକକୁ ନେଇ ନିକଟରେ କ୍ୟାଟ୍ରିନା ଏକ ବଡ଼ କଥା କହିଛନ୍ତି। ଏକ ସାକ୍ଷାତକାରରେ ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର୍‌ଙ୍କୁ ସେ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି,ଜାହ୍ନବୀ ଜିମ୍‌କୁ ବହୁତ ଛୋଟ ଡ୍ରେସ୍‌ ପିନ୍ଧି ଆସନ୍ତି। ବେଳେବେଳେ ଏହାକୁ ନେଇ ମୋ ମନକୁ ଚିନ୍ତା ଆସେ।

Advertisment

ଏବେ କ୍ୟାଟ୍ରିନାଙ୍କ ଏହି ବୟାନ୍‌ ଉପରେ ସୋନମ୍‌ କପୁର୍‌ ନିଜ ମତ ରଖିଛନ୍ତି। ସୋନମ୍‌ କହିଛନ୍ତି କ୍ୟାଟ୍ରିନାଙ୍କୁ ଏହି କଥା ପସନ୍ଦ ଆସୁନାହିଁ। ସୋନମ୍‌ ନିଜ ସୋଶାଲ୍‌ ମିଡିଆ ଆକାଉଣ୍ଟରେ ଜାହ୍ନବୀଙ୍କ ଏକ ଫଟୋ ଶେୟାର୍‌ କରି ଲେଖିଛନ୍ତି ଯେ, ସେ ରେଗୁଲାର୍‌ ଡ୍ରେସ୍‌ ପିନ୍ଧନ୍ତି। ସେ ପିନ୍ଧିଥିବା ପୋଷାକରେ ସେ ଭଲ ଲାଗନ୍ତି।

ସୋନମ୍‌ ଶେୟାର୍‌ କରିଥିବା ଜାହ୍ନବୀଙ୍କ ଫଟୋରେ ସେ ବ୍ଲୁ ରଙ୍ଗର ଶର୍ଟସ ଏବଂ ଧଳା ରଙ୍ଗର କ୍ରପ୍‌ ଟପ୍‌ ପିନ୍ଧିଛନ୍ତି।
publive-image

Advertisment

କ୍ୟାଟ୍ରିନା ବିଗତ ଦିନରେ ନେହା ଧୂପିଆଙ୍କ ଟକ୍‌ ଶୋ’ ବିଏଫଏଫ୍‌କୁ ଯାଇଥିଲେ। ସେଠାରେ ତାଙ୍କୁ ପଚରାଯାଇଥିଲା ଯେ, କ’ଣ ସେଲିବ୍ରିଟିଙ୍କ ଜିମ୍‌ ଲୁକ୍‌ ତାଙ୍କୁ କିଛି ଅଧିକା ହେଲା ଭଳି ଲାଗେ? ସେ କହିଥିଲେ ଅଧିକା ନୁହେଁ, ଜାହ୍ନବୀ ମୋ ଜିମ୍‌କୁ ଆସନ୍ତି। ଆମେ ଏକାଠି ମିଶି ଜିମ୍‌ରେ ଏକ୍ସରସାଇଜ କରୁ। ହେଲେ ଜାହ୍ନବୀଙ୍କୁ ଛୋଟ ଡ୍ରେସ୍‌ରେ ଦେଖି ବହୁତ ଚିନ୍ତା ହୁଏ।

ଏଠାରେ ଆମେ କହିରଖିବାକୁ ଚାହୁଁଛୁ ଯେ, କ୍ୟାଟ୍ରିନା ଏବେ ଫିଲ୍ମ ‘ଭାରତ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ‘ଭାରତ’ ୫ ଜୁନ୍‌ରେ ରିଲିଜ୍‌ ହେବ। ଫିଲ୍ମରେ ସଲ୍‌ମାନ୍‌, କ୍ୟାଟ୍ରିନାଙ୍କ ସହ ତବୁ, ଜ୍ୟାକି ଶ୍ରଫ୍‌, ଦିଶା ପଟାନି, ସୁନିଲ୍‌ ଗ୍ରୋଭରଙ୍କ ଭଳି ବହୁ କଳାକାର ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe