Advertisment

ସୋନମ୍‌ଙ୍କ ପାଇଁ ଲୋକହସା ହେଲେ ଅନୀଲ

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ଯାହା କହନ୍ତି ସ୍ପଷ୍ଟ କହନ୍ତି। ସେଥିପାଇଁ ସେ ସୋଶାଲ ମିଡିଆରେ ଚର୍ଚ୍ଚାରେ ବି ରହନ୍ତି। ତେବେ ବେଳେ ବେଳେ ସେ ଏମିତି କିଛି କହି ଦିଅନ୍ତି, ଯେଉଁଥିପାଇଁ ତାଙ୍କୁ ଟ୍ରୋଲ୍‌ ହେବାକୁ ପଡ଼େ। ଏବେ ବି ସେମିତି କିଛି ଘଟିଛି। କିନ୍ତୁ ଏଥର ଲୋକେ ତାଙ୍କର ମନ୍ତବ୍ୟ ପାଇଁ ତାଙ୍କ ବାପା ତଥା ବଲିଉଡ୍‌ର ଅନ୍ୟତମ ସଫଳ ଅଭିନେତା ଅନୀଲ କପୁରଙ୍କୁ ଟ୍ରୋଲ୍ କରୁଛନ୍ତି। ସୋନମ୍‌ ମହିଳା ସଶକ୍ତିକରଣକୁ ନେଇ ଏକ ଟ୍ୱିଟ୍‌ […]

ସୋନମ୍‌ଙ୍କ ପାଇଁ ଲୋକହସା ହେଲେ ଅନୀଲ

anil

Advertisment

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ଯାହା କହନ୍ତି ସ୍ପଷ୍ଟ କହନ୍ତି। ସେଥିପାଇଁ ସେ ସୋଶାଲ ମିଡିଆରେ ଚର୍ଚ୍ଚାରେ ବି ରହନ୍ତି। ତେବେ ବେଳେ ବେଳେ ସେ ଏମିତି କିଛି କହି ଦିଅନ୍ତି, ଯେଉଁଥିପାଇଁ ତାଙ୍କୁ ଟ୍ରୋଲ୍‌ ହେବାକୁ ପଡ଼େ। ଏବେ ବି ସେମିତି କିଛି ଘଟିଛି। କିନ୍ତୁ ଏଥର ଲୋକେ ତାଙ୍କର ମନ୍ତବ୍ୟ ପାଇଁ ତାଙ୍କ ବାପା ତଥା ବଲିଉଡ୍‌ର ଅନ୍ୟତମ ସଫଳ ଅଭିନେତା ଅନୀଲ କପୁରଙ୍କୁ ଟ୍ରୋଲ୍ କରୁଛନ୍ତି।

Advertisment

ସୋନମ୍‌ ମହିଳା ସଶକ୍ତିକରଣକୁ ନେଇ ଏକ ଟ୍ୱିଟ୍‌ କରିଥିଲେ। ଏଥିରେ ସେ ଲେଖିଥିଲେ, “ମୋ ପାଇଁ ମହିଳା ସଶକ୍ତିକରଣ ବହୁତ ଜରୁରୀ। କାରଣ ମୁଁ ଦୁନିଆର ଏପରି ଭାଗରେ ରହିଛି, ଯେଉଁଠି ମହିଳା ଦ୍ୱିତୀୟ ଶ୍ରେଣୀର ନାଗରିକ ବା ସେକେଣ୍ଡ କ୍ଲାସ୍‌ ସିଟିଜେନ୍‌ ଭାବରେ ପରିଚିତ।”

Advertisment

ସୋନମ୍‌ଙ୍କର ଏହି ଟ୍ୱିଟ୍‌ଟି ଏବେ ଭାଇରାଲ୍‌ ହେବାରେ ଲାଗିଛି। ୟୁଜର୍‌ ସୋନମ୍‌ଙ୍କୁ ନୁହେଁ, ଅନୀଲ କପୁରଙ୍କୁ ଟାର୍ଗେଟ୍ କରି କମେଣ୍ଟ ଦେବାରେ ଲାଗିଛନ୍ତି। କିଛି ୟୁଜର୍ସ ଅନୀଲ କପୁରଙ୍କୁ କହିଛନ୍ତି, “ଆପଣ ନିଜ ଝିଅକୁ ସେକେଣ୍ଡ କ୍ଲାସ୍‌ ସିଟିଜେନ୍‌ ଭାବେ କାହିଁକି ଟ୍ରିଟ୍‌ କରୁଛନ୍ତି ?”

ଜଣେ ୟୁଜର ଲେଖିଛନ୍ତି, “କ’ଣ ଅନୀଲ କପୁର ତାଙ୍କ ସ୍ତ୍ରୀ ଓ ଝିଅକୁ ସେକେଣ୍ଡ କ୍ଲାସ୍‌ ସିଟିଜେନ୍‌ ଭାବରେ ବ୍ୟବହାର କରନ୍ତି ?”

ସେହିପରି ଅନ୍ୟ ଜଣେ ଲେଖିଛନ୍ତି, “ବ୍ୟକ୍ତିଗତ ଅଭିଜ୍ଞତା ଥିଲେ ଲୋକେ ଏପରି ଲେଖନ୍ତି। ସୋନମ୍ ଅନୀଲଙ୍କୁ ବଦନାମ୍ କରୁନାହାନ୍ତି ତ ?”

ତେବେ ଏହାକୁ ନେଇ ସୋନମ୍ କିମ୍ୱା ଅନୀଲ କପୁରଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।

ସୂଚନାଯୋଗ୍ୟ, ଶେଷଥର ପାଇଁ ସୋନମ୍ ‘ଦ ଜୋୟା ଫ୍ୟାକ୍ଟର’ ଫିଲ୍ମରେ ଅଭିନୟ କରିଥିଲେ। ଫିଲ୍ମରେ ତାଙ୍କର ଅଭିନୟକୁ ବେଶ୍ ପ୍ରଶଂସା କରାଯାଇଥିଲା। କିନ୍ତୁ ବକ୍ସ ଅଫିସରେ ଫିଲ୍ମଟି ସେତେଟା ସଫଳତା ହାସଲ କରିପାରି ନ ଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe