‘ମୁନ୍ନାଭାଇ ଏମ୍‌.ବି.ବି.ଏସ୍‌-୩’ ରେ ଅଭିନୟ କରିବାକୁ ଏହି ସର୍ତ୍ତ ରଖିଲେ ସୋନମ୍‌

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ସୋନମ୍‌ କପୁର ଏବେ ନିଜ ଫିଲ୍ମ ‘ଏକ୍‌ ଲଡ୍‌କୀ କୋ ଦେଖା ତୋ ଐସା ଲଗା’ ଫିଲ୍ମ ଯୋଗୁ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମଟି ଆଜି ରିଲିଜ୍‌ ହେଉଛି। ତେବେ ଏସବୁ ଭିତରେ ସୋନମ୍‌କୁ ନେଇ ଆଉ ଏକ ଚର୍ଚ୍ଚା ମଧ୍ୟ ଜୋର୍‌ ଧରିଛି। କଥା ହେଉଛି ରାଜକୁମାର ହିରାନୀ ନିଜର ସୁପରହିଟ୍‌ ଫିଲ୍ମ ‘ମୁନ୍ନାଭାଇ ଏମ୍‌.ବି.ବି.ଏସ୍‌’ର ତୃତୀୟ ଭାଗ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି। ଏହାର ତୃତୀୟ ଭାଗରେ ଅର୍ସଦ […]

sonam

Sangita Sahoo
  • Published: Friday, 01 February 2019
  • , Updated: 01 February 2019, 11:35 AM IST

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ସୋନମ୍‌ କପୁର ଏବେ ନିଜ ଫିଲ୍ମ ‘ଏକ୍‌ ଲଡ୍‌କୀ କୋ ଦେଖା ତୋ ଐସା ଲଗା’ ଫିଲ୍ମ ଯୋଗୁ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମଟି ଆଜି ରିଲିଜ୍‌ ହେଉଛି। ତେବେ ଏସବୁ ଭିତରେ ସୋନମ୍‌କୁ ନେଇ ଆଉ ଏକ ଚର୍ଚ୍ଚା ମଧ୍ୟ ଜୋର୍‌ ଧରିଛି।

କଥା ହେଉଛି ରାଜକୁମାର ହିରାନୀ ନିଜର ସୁପରହିଟ୍‌ ଫିଲ୍ମ ‘ମୁନ୍ନାଭାଇ ଏମ୍‌.ବି.ବି.ଏସ୍‌’ର ତୃତୀୟ ଭାଗ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି। ଏହାର ତୃତୀୟ ଭାଗରେ ଅର୍ସଦ ଓ୍ଵାର୍ସି ଏବଂ ସଞ୍ଜୟ ଦତ୍ତ ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ଜଣା ପଡ଼ିଥିବା ବେଳେ ଫିଲ୍ମରେ ସୋନମ କପୁରଙ୍କୁ କାଷ୍ଟ୍‌ କରାଯିବ ବୋଲି ଚର୍ଚ୍ଚା ହେଉଛି । ତେବେ ନିକଟରେ ସୋନମ୍‌ ଏହି ଫିଲ୍ମ କରିବା ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି।

ସୋନମ ନିଜ ଫିଲ୍ମ ‘ଏକ୍‌ ଲଡକି କୋ ଦେଖା ତୋ ଐସା ଲଗା’ ଫିଲ୍ମର ପ୍ରମୋସନରେ କରୁଥିବା ବେଳେ ତାଙ୍କୁ ଏକ ସାକ୍ଷାତକାରରେ ‘ମୁନ୍ନା ଭାଇ-୩’ ଫିଲ୍ମରେ ଅଭିନୟ କରିବା କଥା ନେଇ ପ୍ରଶ୍ନ କରାଯାଇଥିଲା। ଯାହାର ଉତ୍ତର ରଖି ସୋନମ୍‌ କହିଥିଲେ, ‘‘ଯାହାବି ଚର୍ଚ୍ଚା ହେଉଛି ସେ ସବୁ ମିଛ। ମୁଁ ଏହି ଫିଲ୍ମରେ ଅଭିନୟ କରିବାକୁ ଏ ପର୍ଯ୍ୟନ୍ତ ନିଜ ମତ ଦେଇ ନାହିଁ। ତେବେ ହଁ, ମୁଁ ‘ମୁନ୍ନା ଭାଇ-୩’ରେ ନିଶ୍ଚୟ କାମ କରିବାକୁ ପସନ୍ଦ କରିବି । କିନ୍ତୁ ଗୋଟେ ସର୍ତ୍ତରେ। ଯଦି ଫିଲ୍ମରେ ମୋତେ ଲିଡ୍‌ ଚରିତ୍ର ମିଳେ ଆଉ ଫିଲ୍ମର ନାଁ ‘ମୁନ୍ନୀ ବହେନ’ ହେବ ତେବେ ଯାଇ ମୁଁ ଫିଲ୍ମରେ ନିଶ୍ଚିତ କାମ କରିବି।’’

ତେବେ ସୋନମ୍‌ଙ୍କ ଡିମାଣ୍ଡ୍‌ ‘ମୁନ୍ନାଭାଇ-୩’ର ନିର୍ଦ୍ଦେଶକ ଓ ପ୍ରଡ୍ୟୁସର୍‌ଙ୍କୁ ଭଲ ଲାଗୁଛି ନା ନାହିଁ। ସୋନମ୍‌ଙ୍କ ଇଚ୍ଛା ପୂରଣ ହୋଇପାରୁଚି ନା ନାହିଁ ତାହା ଦେଖିବା ବାକି ରହିଲା।

ସୂଚନାଯୋଗ୍ୟ ଫିଲ୍ମ ‘ଏକ୍‌ ଲଡକି କୋ ଦେଖା ତୋ ଐସା ଲଗା’ରେ ସୋନମ୍‌ଙ୍କ ବାପା ଅନୀଲ୍‌ କପୁର୍‌ ରିଲ୍‌ରେ ମଧ୍ୟ ତାଙ୍କ ବାପାଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି।

Related story