Advertisment

ଚିନ୍ତା ପ୍ରକଟ କଲେ ସୋନମ; କହିଲେ ଭୟାନକ ରାଜନୀତି ବନ୍ଦ କର

ମୁମ୍ବାଇ: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ଓ ଏନ୍‌ଆର୍‌ସିକୁ ନେଇ ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଗତ ଗୁରୁବାର ଅପରାହ୍ନରେ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ନିକଟରେ ଏଭିଳି ବିରୋଧ ଚାଲିଥିବା ବେଳେ ଜଣେ ନାବାଳକ ‘ଏଇ ନିଅ ଆଜାଦୀ’ ବୋଲି କହି ଗୁଳି ଫୁଟାଇଥିଲେ। ଏଥିରେ ଜଣେ ଯୁବକ ଆହତ ହୋଇଥିଲେ। ସେହିପରି ଶନିବାର ଶାହୀନ ବାଗ୍‌ରେ କପିଲ ଗୁର୍ଜର ନାମକ ଜଣେ ଯୁବକ ଗୁଳି ଫୁଟାଇଥିଲେ। ଦେଶରେ କେବଳ ହିନ୍ଦୁମାନଙ୍କ ରାଜୁତି ଚାଲିବ […]

ଅଦ୍ୟତନ ହୋଇଛି
ବାପାଙ୍କ ଫିଲ୍ମ ଦେଖି ଡରି ଯାଉଥିଲେ ସୋନମ୍

sonam

Advertisment

ମୁମ୍ବାଇ: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ଓ ଏନ୍‌ଆର୍‌ସିକୁ ନେଇ ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଗତ ଗୁରୁବାର ଅପରାହ୍ନରେ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ନିକଟରେ ଏଭିଳି ବିରୋଧ ଚାଲିଥିବା ବେଳେ ଜଣେ ନାବାଳକ ‘ଏଇ ନିଅ ଆଜାଦୀ’ ବୋଲି କହି ଗୁଳି ଫୁଟାଇଥିଲେ। ଏଥିରେ ଜଣେ ଯୁବକ ଆହତ ହୋଇଥିଲେ। ସେହିପରି ଶନିବାର ଶାହୀନ ବାଗ୍‌ରେ କପିଲ ଗୁର୍ଜର ନାମକ ଜଣେ ଯୁବକ ଗୁଳି ଫୁଟାଇଥିଲେ। ଦେଶରେ କେବଳ ହିନ୍ଦୁମାନଙ୍କ ରାଜୁତି ଚାଲିବ ବୋଲି ସେ କହିଥିଲେ। ଆଉ ଏସବୁ କଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବଲିଉଡ୍ ଅଭିନେତ୍ରୀ ସୋନମ କପୁର। ତା’ସହିତ ଭୟାନକ ରାଜନୀତି ବନ୍ଦ କରାଯାଉ ବୋଲି କହିଛନ୍ତି।

Advertisment

https://twitter.com/sonamakapoor/status/1223678490089680896?s=20

ସୋନମ୍‌ ଟ୍ୱିଟ୍‌ କରି ଲେଖିଛନ୍ତି, “ଭାରତରେ ଏପରି ଘଟିବ ବୋଲି ମୁଁ କେବେ କଳ୍ପନା ବି କରି ନଥିଲି। ଏ ପ୍ରକାରର ଭୟାନକ ବିଭାଜନକାରୀ ରାଜନୀତି ବନ୍ଦ କର। ଏହା ଘୃଣାକୁ ପ୍ରୋତ୍ସାହିତ କରୁଛି। ଯଦି ଆପଣ ନିଜକୁ ହିନ୍ଦୁ ବୋଲି ବିଶ୍ୱାସ କରୁଛନ୍ତି, ତା’ହେଲେ ବୁଝିଯା’ନ୍ତୁ ଯେ ଆପଣଙ୍କ ଧର୍ମ ଆପଣଙ୍କ କର୍ମରେ ରହିଛି। ଆଉ ଏ ସବୁ ଯାହା ହେଉଛି ତାହା ସେଥିରେ ନାହିଁ।”

https://twitter.com/sonamakapoor/status/1223682433289113600?s=20

https://twitter.com/sonamakapoor/status/1223682986366734337?s=20

https://twitter.com/sonamakapoor/status/1223681022979497984?s=20

ଏହି ଟ୍ୱିଟ୍ ପରେ କିଛି ଲୋକ ତାଙ୍କୁ ସମାଲୋଚନା କରିଥିଲେ। ହେଲେ ସୋନମ ବି ସେମାନଙ୍କୁ ଛାଡ଼ି ନଥିଲେ। ସେ ବି ସେମାନଙ୍କ ପ୍ରତିକ୍ରିୟା ଉପରେ ନିଜ ମତ ରଖିଥିଲେ। ଜଣେ ବ୍ୟକ୍ତି ଲେଖିଥିଲେ, ଆମକୁ ଧର୍ମ ଶିଖାଅ ନାହିଁ। ଏହାର ଜବାବରେ ସୋନମ ଲେଖିଥିଲେ,“ଏହା ମୋର ବିଶ୍ୱାସ। ଆଉ ଆପଣ ଏହାକୁ ଶିଖିବା ଦରକାର। ଏହା ହିନ୍ଦୁ ଧର୍ମର ଆଚରଣ ନୁହେଁ। ଏହା ଘୃଣାର ଧର୍ମ।” ସେହିପରି ଅନ୍ୟଜଣେ ବ୍ୟକ୍ତି ତାଙ୍କୁ କହିଥିଲେ ଯେ ଯଦି ରାଜନୀତି ଜଣାନାହିଁ ତା’ହେଲେ କର ନାହିଁ। ଏହାର ଜବାବରେ ସୋନମ କହିଥିଲେ ଯେ ସେ ନିଶ୍ଚିତ କରିବେ। ସେ ତଥ୍ୟରେ ବିଶ୍ୱାସ କରନ୍ତି। ସେ ଷଡ଼ଯନ୍ତ୍ରରେ ବିଶ୍ୱାସ କରନ୍ତି ନାହିଁ ଯେଉଁଥିରେ ଲୋକେ କେବଳ ଭଲ ବୋଲି କହିବେ।

Advertisment

https://twitter.com/arunsingh4775/status/1223571921083625474?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe