ସୋନମଙ୍କ ସହ ଘଟିଲା ଭୟାନକ ଘଟଣା

ମୁମ୍ବାଇ: ସୋନମ କପୁରଙ୍କର ଆଜିକାଲି ଦିନ ଭଲ ଚାଲୁନାହିଁ। ଗତ କିଛି ଦି ତଳେ ସେ ଅଭିଯୋଗ କରିଥିଲେ ଯେ ଫ୍ଲାଇଟ୍‌ରେ ଲଣ୍ଡନ ଯିବାବେଳେ ତାଙ୍କ ଲଗେଜ୍‌ ବ୍ୟାଗ ହଜିଯାଇଥିଲା। ବର୍ତ୍ତମାନ ପୁଣି ଥରେ ତାଙ୍କ ସହ ଏମିତି କିଛି ହୋଇଛି ଯେଉଁଥିରେ ସେ ବହୁତ ଡରିଯାଇଛନ୍ତି। Hey guys I’ve had the scariest experience with @Uber london. Please please be careful. The best and safest is just to […]

sonam

Chinmayee Roy
  • Published: Thursday, 16 January 2020
  • , Updated: 16 January 2020, 12:29 PM IST

ମୁମ୍ବାଇ: ସୋନମ କପୁରଙ୍କର ଆଜିକାଲି ଦିନ ଭଲ ଚାଲୁନାହିଁ। ଗତ କିଛି ଦି ତଳେ ସେ ଅଭିଯୋଗ କରିଥିଲେ ଯେ ଫ୍ଲାଇଟ୍‌ରେ ଲଣ୍ଡନ ଯିବାବେଳେ ତାଙ୍କ ଲଗେଜ୍‌ ବ୍ୟାଗ ହଜିଯାଇଥିଲା। ବର୍ତ୍ତମାନ ପୁଣି ଥରେ ତାଙ୍କ ସହ ଏମିତି କିଛି ହୋଇଛି ଯେଉଁଥିରେ ସେ ବହୁତ ଡରିଯାଇଛନ୍ତି।

https://twitter.com/sonamakapoor/status/1217576538901794816

ସୋନମ ଟ୍ୱିଟ୍‌ କରି ନିଜ ସହ ଘଟିଥିବା ଘଟଣା ବିଷୟରେ କହିଛନ୍ତି। ସେ ଲେଖିଛନ୍ତି ‘ମୁଁ ଲଣ୍ଡନ ଉବର କ୍ୟାବ୍‌ରେ କିଛି ଭୟାନକ ଅନୁଭବ କରିଲି। ଆପଣମାନେ ଧ୍ୟାନ ଦିଅନ୍ତୁ। ଭଲ ହେବ ଆପଣ ଲଣ୍ଡନର ଲୋକାଲ କ୍ୟାବ୍‌ ଓ ପବ୍ଲିକ୍‌ ଗାଡ଼ି ବ୍ୟବହାର କରନ୍ତୁ ଓ ସୁରକ୍ଷିତ ରୁହନ୍ତୁ। ମୁଁ ବହୁତ ଡରିଯାଇଛି।’ ସୋନମଙ୍କ ଏହି ଟ୍ୱିଟ୍‌ ପରେ ତାଙ୍କ ପରିବାର ଲୋକ ବନ୍ଧୁଙ୍କ ସମେତ ଫ୍ୟାନମାନେ ତାଙ୍କୁ କ’ଣ ହୋଇଛି ବୋଲି ପଚାରିବାକୁ ଲାଗିଲେ। ଏହାପରେ ସୋନମ ଜବାବ ଦେଇ କହିଲେ, ‘କ୍ୟାବ୍‌ ଡ୍ରାଇଭର୍‌ ମାନସିକ ରୂପେ ଅସ୍ଥିର ଥିଲେ ଓ ଜୋର୍‌ ଜୋର୍‌ ସେ ମୋ ଉପରେ ଚିଲାଉଥିଲେ। ମୁଁ ଶେଷ ପର୍ଯ୍ୟନ୍ତ ବହୁତ ଡରିଯାଇଥିଲି।’

https://twitter.com/PriyaMulji/status/1217576716446654467

ସୋନମଙ୍କ ଏହି ଟ୍ୱିଟ୍‌ରେ ଉବର ଗ୍ଲୋବାଲ୍‌ ହେଲ୍ପ ଲାଇନ୍‌ ଜବାବ ଦେଇ ଲେଖିଛି, ‘ତାଙ୍କ ଗ୍ରାହକ ତାଙ୍କର କୌଣସି ଅସୁବିଧା ନେଇ ସିଧାସଳଖ ଅଭିଯୋଗ କରିପାରିବେ।’ ହେଲେ ଏହାର ଉତ୍ତରରେ ସୋନମ୍‌ କିଛି କହିନାହାନ୍ତି। ତେବେ ତାଙ୍କ ସହ ଘଟିଥିବା ଘଟଣା ଜାଣିବା ପରେ ଅନେକ ଲୋକ ସେ ଠିକ୍‌ ଅଛନ୍ତି କି ନାହିଁ ପଚାରୁଛନ୍ତି। ସମସ୍ତ ତାଙ୍କ ପାଇଁ ଚିନ୍ତା ପ୍ରକଟ କରୁଛନ୍ତି।

https://twitter.com/sonamakapoor/status/1217576538901794816

ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ସୋନମ କପୁର ବ୍ରିଟିଶ୍‌ ଏୟାର୍‌ୱେଜ୍‌କୁ ନେଇ ଟ୍ୱିଟ୍‌ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ସେ ତୃତୀୟ ଥର ପାଇଁ ଏହି ଏୟାର୍‌ଲାଇନ୍‌ରେ ଯାତ୍ରା କରୁଛନ୍ତି ଓ ତାଙ୍କ ବ୍ୟାଗ ଦ୍ୱିତୀୟ ଥର ହଜିଯାଇଛି। ସେ ଆହୁରି କହିଥିଲେ ଯେ ଏଥିରୁ ତାଙ୍କୁ ଏକ ଶିକ୍ଷା ମିଳିଛି ଓ ସେ ଆଉ କେବେ ହେଲେ ଏହି ଏୟାର୍‌ ଲାଇନ୍‌ରେ ଯାତ୍ରା କରିବେ ନାହିଁ।

 

 

Related story