Advertisment

କରୋନା ଯୋଗୁ ଦୁବାଇରେ ଫସିଲେ ସୋନୁ

ମୁମ୍ବାଇ: କରୋନା ଭୂତାଣୁ ଜନିତ ସ୍ଥିତିକୁ ଦୃଷ୍ଟିରେ ରଖି ବଲିଉଡ୍ ଲୋକପ୍ରିୟ ଗାୟକ ସୋନୁ ନିଗମ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ନିଜକୁ ତଥା ନିଜ ପରିବାରକୁ ସେଲ୍ଫ ଆଇସୋଲେଶନରେ ରଖିଛନ୍ତି। କେବଳ ଏତିକି ନୁହେଁ ରବିବାର ଜନତା କର୍ଫ୍ୟୁରେ ସମସ୍ତେ ସହଯୋଗ କରିବାକୁ ଲୋକଙ୍କୁ ଅପିଲ୍ ମଧ୍ୟ କରିଛନ୍ତି। ଏନେଇ ସୋନୁ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ସେଲଫି ଭିଡିଓ ଶେୟାର କରି ଲୋକଙ୍କୁ କରୋନା ସଚେତନତାର ବାର୍ତ୍ତା ଦେବା ସହ ପ୍ରଧାନମନ୍ତ୍ରୀ […]

ଅଦ୍ୟତନ ହୋଇଛି
କରୋନା ଯୋଗୁ ଦୁବାଇରେ ଫସିଲେ ସୋନୁ

sonu nigam

Advertisment

ମୁମ୍ବାଇ: କରୋନା ଭୂତାଣୁ ଜନିତ ସ୍ଥିତିକୁ ଦୃଷ୍ଟିରେ ରଖି ବଲିଉଡ୍ ଲୋକପ୍ରିୟ ଗାୟକ ସୋନୁ ନିଗମ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ନିଜକୁ ତଥା ନିଜ ପରିବାରକୁ ସେଲ୍ଫ ଆଇସୋଲେଶନରେ ରଖିଛନ୍ତି। କେବଳ ଏତିକି ନୁହେଁ ରବିବାର ଜନତା କର୍ଫ୍ୟୁରେ ସମସ୍ତେ ସହଯୋଗ କରିବାକୁ ଲୋକଙ୍କୁ ଅପିଲ୍ ମଧ୍ୟ କରିଛନ୍ତି। ଏନେଇ ସୋନୁ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ସେଲଫି ଭିଡିଓ ଶେୟାର କରି ଲୋକଙ୍କୁ କରୋନା ସଚେତନତାର ବାର୍ତ୍ତା ଦେବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରିଛନ୍ତି।

Advertisment

https://www.instagram.com/p/B4_xaLmhUSt/?utm_source=ig_web_copy_link

ଭାରତରେ ନ ଥାଇ ମଧ୍ୟ କରୋନା ଭୂତାଣୁ ନେଇ ଜନସଚେତନତା ଅଭିଯାନରେ ସାମିଲ ହୋଇଛନ୍ତି ସୋନୁ ନିଗମ। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୫ ଯାଏ ସେ ହିମାଳୟରେ ଥିଲେ। ଏହାପରେ ମୁମ୍ବାଇରେ ହେବାକୁ ଥିବା ତାଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ସ୍ଥଗିତ ହୋଇଗଲା। ଭାରତରେ ଯେପର୍ଯ୍ୟନ୍ତ ସ୍ଥିତି ସୁଧୁରି ନାହିଁ ସେ ଦୁବାଇରେ ହିଁ ପରିବାର ସହ ରହିବେ ଭାରତ ଆସିବେ ନାହିଁ ବୋଲି କହିଛନ୍ତି। ସୋନୁ କହିଛନ୍ତି ଯେ, “ମୋତେ ଅପେକ୍ଷା କରିବାକୁ ହେବ। ମୁଁ ଏକାନ୍ତବାସରେ ଫସିବାକୁ ଚାହେଁନି। ଏହାସହ ଆଗରୁ ବୋଝ ନେଇ କାମ କରୁଥିବା ଅଧିକାରୀମାନଙ୍କ ପାଇଁ ଆଉ ବୋଝ ବଢ଼ାଇବାକୁ ଚାହୁଁନି। ଏଣୁ ଆସନ୍ତା ୧୭ ତାରିଖ ଯାଏଁ ମୁଁ ଦୁବାଇରେ ହିଁ ରହିବି। “

https://www.instagram.com/tv/B99JPKxh4Rx/?utm_source=ig_web_copy_link

ଅନ୍ୟପଟେ ସୋଶାଲ ମିଡିଆରେ ଶେୟାର କରିଥିବା ଭିଡିଓରେ ମଧ୍ୟ ସୋନୁ ଲୋକଙ୍କୁ ଅନୁରୋଧ କରିଛନ୍ତି। ପ୍ରଥମେ ସେ ପ୍ରଧାନମନ୍ତ୍ରୀ ଗତକାଲି ଦେଇଥିବା ଭାଷଣର ଖୁବ୍ ପ୍ରଶଂସା କରିଛନ୍ତି। ଏହାପରେ ସେ ସଚେତନତା ବାର୍ତ୍ତା ଦେଇ କହିଛନ୍ତି, କରୋନା ଭୂତାଣୁ ୧୨ ଘଣ୍ଟାରେ ନିଷ୍କ୍ରିୟ ହୋଇଯାଇଥାଏ। ଆଉ ଜନତା କର୍ଫ୍ୟୁ ୧୪ ଘଣ୍ଟାର ରହିଛି। ଏହା ଏପରି ଏକ ମାଷ୍ଟରଷ୍ଟ୍ରୋକ୍, ଯାହାକି କୌଣସି ଦେଶ ଠିକ୍ ସମୟରେ ଖେଳିପାରି ନାହିଁ। ହେଲେ ରବିବାର ଭାରତ ଏହା ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଖେଳିବାକୁ ଯାଉଛି। ଆପଣମାନେ ଘରେ ରହିବେ ବୋଲି ସୋନୁ ଲୋକଙ୍କୁ ଅପିଲ କରିଛନ୍ତି।

Advertisment

https://www.instagram.com/tv/B96nY2-BDiD/?utm_source=ig_web_copy_link

ସୋନୁ ଆହୁରି ମଧ୍ୟ କହିଛନ୍ତି ଯେ, ଶାହିନବାଗ ଆନ୍ଦୋଳନ କରୁଥିବା ପ୍ରଦର୍ଶନକାରୀ ମହିଳାମାନେ ବର୍ତ୍ତମାନ ପରିସ୍ଥିତିରେ ଆନ୍ଦାଳନ ସ୍ଥଗିତ ରଖନ୍ତୁ। ସ୍ୱରା ଭାସ୍କର, ଅନୁରାଗ କାଶ୍ୟପ ଏବଂ ଅସାଦୁଦ୍ଦିନ ଓଓ୍ୱେସୀଙ୍କୁ ସୋନୁ ଅନୁରୋଧ ପୂର୍ବକ କହିଛନ୍ତି, ଶାହିନବାଗ ବିକ୍ଷୋଭକାରୀଙ୍କୁ ଆନ୍ଦୋଳନ ସ୍ଥଗିତ ରଖିବା ନେଇ ବୁଝାନ୍ତୁ। ଯେହେତୁ ଆପଣମାନେ ଏହି ଆନ୍ଦୋଳନକୁ ସବୁବେଳେ ସମର୍ଥନ ଜଣାଇ ଆସିଛନ୍ତି, ଏଣୁ ଆପଣମାନେ ଆନ୍ଦୋଳନକାରୀଙ୍କୁ ବୁଝାନ୍ତୁ ଅତିକମରେ କରୋନା ଭୂତାଣୁର ପ୍ରତିଷେଧକ ଆସିବା ଯାଏ ବା ପରିସ୍ଥିତିରେ ସୁଧାର ଆସିବା ଯାଏ ସେମାନେ ଆନ୍ଦୋଳନକୁ ସ୍ଥଗିତ ରଖନ୍ତୁ। ଏହାବ୍ୟତୀତ ଜନତା କର୍ଫ୍ୟୁ ପାଇଁ ଆହ୍ୱାନ ଦେଇ ସେ ନିଜେ ମଧ୍ୟ ଦୁବାଇରେ ରହି ଏଥିରେ ସାମିଲ ହେବେ ବୋଲି ଜଣାଇଛନ୍ତି। ଏହି ଅବସରରେ ଭାରତୀୟମାନଙ୍କ ପାଇଁ ସୋସିଆଲ ମିଡିଆରେ ଲାଇଭ୍ ଆସିବେ ବୋଲି ମଧ୍ୟ ସୋନୁ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe