Advertisment

ଅସହାୟଙ୍କ 'ଭଗବାନ'ଙ୍କୁ ଅଭ୍ୟାସଗତ ଅପରାଧୀ କହିଲା ବିଏମସି

ମୁମ୍ବାଇ: ଲକଡାଉନ୍ ସମୟରେ ଅସହାୟ ଲୋକଙ୍କୁ ସହାୟତା କରି ଚର୍ଚ୍ଚା ସାଉଁଣ୍ଟିଥିବା ଅଭିନେତା ସୋନୁ ସୁଦଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛି ବିଏମସି। ବମ୍ବେ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ବିଏମସି ସୋନୁ ସୁଦଙ୍କୁ ଅଭ୍ୟାସଗତ ଅପରାଧୀ କହିବା ସହ ସେ ବାରମ୍ବାର କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଜୁହୁରେ ଏକ ବେଆଇନ୍ ବିଲ୍ଡିଂ ନିର୍ମାଣ କରୁଥିବା କହିଛି। ବିଏମସି ତା’ର ସତ୍ୟପାଠରେ କହିଛି, ସୋନୁ ସୁଦ୍ ଜଣେ ଅଭ୍ୟାସଗତ ଅପରାଧୀ ଏବଂ ବେଆଇନ୍ ଭାବେ ଟଙ୍କା ରୋଜଗାର […]

ଅଦ୍ୟତନ ହୋଇଛି
ଅସହାୟଙ୍କ 'ଭଗବାନ'ଙ୍କୁ ଅଭ୍ୟାସଗତ ଅପରାଧୀ କହିଲା ବିଏମସି

sonu

Advertisment

ମୁମ୍ବାଇ: ଲକଡାଉନ୍ ସମୟରେ ଅସହାୟ ଲୋକଙ୍କୁ ସହାୟତା କରି ଚର୍ଚ୍ଚା ସାଉଁଣ୍ଟିଥିବା ଅଭିନେତା ସୋନୁ ସୁଦଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛି ବିଏମସି। ବମ୍ବେ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ବିଏମସି ସୋନୁ ସୁଦଙ୍କୁ ଅଭ୍ୟାସଗତ ଅପରାଧୀ କହିବା ସହ ସେ ବାରମ୍ବାର କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଜୁହୁରେ ଏକ ବେଆଇନ୍ ବିଲ୍ଡିଂ ନିର୍ମାଣ କରୁଥିବା କହିଛି।

Advertisment

ବିଏମସି ତା'ର ସତ୍ୟପାଠରେ କହିଛି, ସୋନୁ ସୁଦ୍ ଜଣେ ଅଭ୍ୟାସଗତ ଅପରାଧୀ ଏବଂ ବେଆଇନ୍ ଭାବେ ଟଙ୍କା ରୋଜଗାର କରିବାକୁ ଚାହାନ୍ତି। ସେ ଲାଇସେନ୍ସ ବିଭାଗର ବିନା ଅନୁମତିରେ ଭଙ୍ଗା ଯାଇଥିବା ଜାଗାକୁ ପୁଣିଥରେ ବେଆଇନ୍ ଭାବେ ନିର୍ମାଣ କରି ଏହାକୁ ଏକ ହୋଟେଲ ଭାବେ ବ୍ୟବହାର ଚାହୁଁଥିବା ବିଏମସି ତା'ର ସତ୍ୟପାଠରେ ଦର୍ଶାଇଛି।

ଏହି ବିବାଦ ମଧ୍ୟରେ ମଙ୍ଗଳବାର ସନ୍ଧ୍ୟାରେ ଅଭିନେତା ସୋନୁ ସୁଦ୍ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ସାକ୍ଷାତ କରିଛନ୍ତି। ଦୁହିଁଙ୍କ ମଧ୍ୟରେ ପ୍ରାୟ ଅଧଘଣ୍ଟା ଧରି ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ସୋନୁ ଏନସିପି ମୁଖ୍ୟଙ୍କୁ କୌଣସି ବେଆଇନ୍ ନିର୍ମାଣ କରିନଥିବା କହିଛନ୍ତି। କିଛି ଲୋକେ ତାଙ୍କୁ ବଦନାମ କରିବାକୁ ଚାହୁଁଥିବା ସୋନୁ କହିଛନ୍ତି।

Advertisment

ଗତବର୍ଷ ଅକ୍ଟୋବର ମାସରେ ବିଏମସି ସୋନୁ ସୁଦଙ୍କୁ ନୋଟିସ୍ କରିଥିଲା। ଏହି ନୋଟିସ ବିରୋଧରେ ସୋନୁ ଗତ ଡିସେମ୍ବରରେ ସିଭିଲ୍ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ, କିନ୍ତୁ କୋର୍ଟ ତାଙ୍କର ଆବେଦନକୁ ଖାରଜ କରିଦେଇଥିଲେ। ଏହା ପରେ ସେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଏହି ମାମଲାରେ ବମ୍ବେ ହାଇକୋର୍ଟ ବିଏମସିକୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ମାମଲାରେ ବିଏମସି ସୋନୁଙ୍କ ବିରୋଧରେ ଜୁହୁ ପୁଲିସ୍ ଷ୍ଟେସନରେ ଅଭିଯୋଗ ଦାୟର କରିଥିଲା। ସୋନୁଙ୍କ ବିରୋଧରେ ଏବି ନାୟର ରୋଡରେ ଶକ୍ତି ସାଗର ବିଲ୍ଡିଂକୁ ବିନା ଅନୁମତିରେ ହୋଟେଲ ନିର୍ମାଣ କରୁଥିବା ଅଭିଯୋଗ ହୋଇଛି। ଏହି ବିଲ୍ଡିଂ ୬ ମହଲା ବିଶିଷ୍ଟ ହୋଇଥିବା ବେଳେ ଏହାକୁ ବ୍ୟବସାୟିକ ବ୍ୟବହାର କରାଯାଇପାରିବ ନାହିଁ ବିଏମସି ତା'ର ଅଭିଯୋଗରେ କହିଥିଲା। ଏପରିକି ନୋଟିସ୍ ଦେବା ସତ୍ତ୍ୱେ ସୋନୁ ଏହି ବିଲ୍ଡିଂରେ ବେଆଇନ୍ ନିର୍ମାଣ ଜାରି ରଖିଥିବା ବିଏମସି ଅଭିଯୋଗ କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe