Advertisment

ଶାହରୁଖ୍ ଓ ଅକ୍ଷୟ କୁମାରଙ୍କୁ ପଛରେ ପକାଇଲେ ସୋନୁ ସୁଦ୍

ମୁମ୍ବାଇ: କରୋନା ଭାଇରସ୍ ଯୋଗୁ ଲାଗୁ ହୋଇଥିବା ଲକଡାଉନରେ ଏକମାତ୍ର ନାଁ ଖୁବ୍ ଚର୍ଚ୍ଚାରେ ଥିଲା। ଆଉ ସେ ହେଉଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ୍। ଲକଡାଉନରେ ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ଯୋଗାଇବା ଓ ସେମାନଙ୍କୁ ଘରେ ପହଞ୍ଚାଇବାର ବନ୍ଦୋବସ୍ତ କରି ସୋନୁ ସବୁଠି ପ୍ରଶଂସାର ପାତ୍ର ହୋଇଥିଲେ। ଲକଡାଉନ୍ ଖୋଲିବା ପରେ ମଧ୍ୟ ସୋନୁ ନିଜର ଏହି ମହତ କାମ ଜାରି ରଖିଛନ୍ତି। ଏହି କାରଣରୁ ସୋଶାଲ୍ ମିଡିଆରେ ସୋନୁଙ୍କ ଫ୍ୟାନ୍ ସଂଖ୍ୟା ବଢ଼ିଚାଲିଛି। ଏବେ […]

ଶାହରୁଖ୍ ଓ ଅକ୍ଷୟ କୁମାରଙ୍କୁ ପଛରେ ପକାଇଲେ ସୋନୁ ସୁଦ୍

sonu

Advertisment

ମୁମ୍ବାଇ: କରୋନା ଭାଇରସ୍ ଯୋଗୁ ଲାଗୁ ହୋଇଥିବା ଲକଡାଉନରେ ଏକମାତ୍ର ନାଁ ଖୁବ୍ ଚର୍ଚ୍ଚାରେ ଥିଲା। ଆଉ ସେ ହେଉଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ୍। ଲକଡାଉନରେ ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ଯୋଗାଇବା ଓ ସେମାନଙ୍କୁ ଘରେ ପହଞ୍ଚାଇବାର ବନ୍ଦୋବସ୍ତ କରି ସୋନୁ ସବୁଠି ପ୍ରଶଂସାର ପାତ୍ର ହୋଇଥିଲେ। ଲକଡାଉନ୍ ଖୋଲିବା ପରେ ମଧ୍ୟ ସୋନୁ ନିଜର ଏହି ମହତ କାମ ଜାରି ରଖିଛନ୍ତି। ଏହି କାରଣରୁ ସୋଶାଲ୍ ମିଡିଆରେ ସୋନୁଙ୍କ ଫ୍ୟାନ୍ ସଂଖ୍ୟା ବଢ଼ିଚାଲିଛି। ଏବେ ସୋନୁ ଟ୍ୱିଟରରେ ଏନଗେଜମେଣ୍ଟ କ୍ଷେତ୍ରରେ ଶାହରୁଖ୍ ଖାନ୍ ଓ ଅକ୍ଷୟ କୁମାରଙ୍କ ଭଳି ସୁପରଷ୍ଟାରଙ୍କୁ ପଛରେ ପକାଇ ଦେଇଛନ୍ତି।

Advertisment

ଏବେବି ଫ୍ୟାନ୍ ଓ ଗରିବ ଲୋକେ ସୋନୁଙ୍କୁ ଟ୍ୱିଟ୍ କରି ସହାୟତା ମାଗୁଛନ୍ତି। ସୋନୁ ମଧ୍ୟ ସହାୟତା କରିବାକୁ ଆଗେଇ ଆସନ୍ତି। ଏବେ ଏକ ସୋଶାଲ୍ ମିଡିଆ ଆନାଲିଷ୍ଟିକ୍ସ ଫର୍ମ ଟ୍ୱିଟିଟ୍ ତା'ର ଏକ ରିପୋର୍ଟରେ ଦର୍ଶାଇଛି ଯେ ଅକ୍ଟୋବର ମାସର ସମସ୍ତ ୪ଟି ଯାକ କ୍ୟାଟେଗୋରୀରେ ସୋନୁ ସୁଦ୍ ଶୀର୍ଷରେ କାଏମ ରହିଛନ୍ତି। ରାଜନୀତି, ସାମ୍ବାଦିକତା, ବିଜନେସ୍, ଇନଭେଷ୍ଟମେଣ୍ଟ, ସ୍ପୋର୍ଟ୍ସ, ଫିଲ୍ମ, ବୁକ୍ ରାଇଟିଂ ଏବଂ କମେଡି ଆଦି କ୍ୟାଟେଗୋରୀକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

ଏହି ତାଲିକାର ଶୀର୍ଷରେ ଅଛନ୍ତି ନରେନ୍ଦ୍ର ମୋଦି। ତାଙ୍କ ପରେ କଂଗ୍ରେସ ନେତା ରାହୁଲ୍ ଗାନ୍ଧି, ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଓ ସୋନୁ ସୁଦ୍ ରହିଛନ୍ତି। ବଲିଉଡ୍ ଅଭିନେତା ତାଲିକାରେ ସୋନୁ ସୁଦ୍ ୨.୪ ମିଲିୟନ୍ ଏନଗେଜମେଣ୍ଟ ସହ ଶୀର୍ଷରେ ରହିଛନ୍ତି। ତାଙ୍କ ପରକୁ ଶାହରୁଖ୍ ଖାନ୍, ଅକ୍ଷୟ କୁମାର, ଅନୁପମ ଖେର୍, ରିତେଶ ଦେଶମୁଖ୍ ଓ ପୂଜା ହେଗଡେ ରହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe