ରିଅଲ୍ ପରେ ରିଲ୍ ଲାଇଫରେ ହିରୋ ହେବେ ସୋନୁ

ମୁମ୍ବାଇ: ଖଳନାୟକରୁ ହେବେ ନାୟକ। ରିଅଲ ଲାଇଫରେ ହିରୋ ପରେ ରିଲ ଲାଇଫରେ ମଧ୍ୟ ହିରୋ ସାଜିବେ ବଲିଉଡ ଅଭିନେତା ସୋନୁ ସୁଦ। ତାଙ୍କୁ ଭିଲେନରୁ ଅଫର ହେଉଛି ହିରୋ ଭୂମିକା । କେବଳ ହିରୋ ନୁହେଁ ତାଙ୍କୁ ଫିଲ୍ମ ନିର୍ମାତାମାନେ ସବୁ ପ୍ରକାରର ଚରିତ୍ର ଅଫର କରୁଛନ୍ତି । ଏନେଇ ସୋନୁ ନିଜେ ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି । କରୋନା ମହାମାରୀ ଓ ଲକଡାଉନ ବେଳେ ପ୍ରବାଶୀ ଶ୍ରମିକଙ୍କ ଠାରୁ ଆରମ୍ଭ କରି ଆବଶ୍ୟକୀୟ […]

sonu-sood

Madhupriya Mistry
  • Published: Sunday, 20 December 2020
  • , Updated: 20 December 2020, 01:11 PM IST

ମୁମ୍ବାଇ: ଖଳନାୟକରୁ ହେବେ ନାୟକ। ରିଅଲ ଲାଇଫରେ ହିରୋ ପରେ ରିଲ ଲାଇଫରେ ମଧ୍ୟ ହିରୋ ସାଜିବେ ବଲିଉଡ ଅଭିନେତା ସୋନୁ ସୁଦ। ତାଙ୍କୁ ଭିଲେନରୁ ଅଫର ହେଉଛି ହିରୋ ଭୂମିକା । କେବଳ ହିରୋ ନୁହେଁ ତାଙ୍କୁ ଫିଲ୍ମ ନିର୍ମାତାମାନେ ସବୁ ପ୍ରକାରର ଚରିତ୍ର ଅଫର କରୁଛନ୍ତି । ଏନେଇ ସୋନୁ ନିଜେ ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି ।

କରୋନା ମହାମାରୀ ଓ ଲକଡାଉନ ବେଳେ ପ୍ରବାଶୀ ଶ୍ରମିକଙ୍କ ଠାରୁ ଆରମ୍ଭ କରି ଆବଶ୍ୟକୀୟ ଗରିବ ଲୋକଙ୍କୁ ସାହାଯ୍ୟ କରି ଢ଼େର ପ୍ରଶଂସା ସାଉଁଟିଛନ୍ତି ସୋନୁ ସୁଦ । ଲକଡାଉନ ପରେ ବି ସେ ଲୋକଙ୍କ ସହାୟତା କରିବା ଜାରି ରଖିଛନ୍ତି । ତାଙ୍କର ଏହି ଅବଦାନ ପରେ ତାଙ୍କୁ ଏବେ ଚାରିଆଡୁ ଅଫରର ସୁଅ ଛୁଟିଛି । ଫିଲ୍ମ ନିର୍ମାତାମାନେ ତାଙ୍କୁ ଫିଲ୍ମରେ ହିରୋ ଭୂମିକା ଅଫର କରୁଛନ୍ତି । ‘ୱି ଦ ୱିମେନ’ କାର୍ଯ୍ୟକ୍ରମରେ ସୋନୁ ସୁଦ ଏନେଇ ଖୁଲାସା କରିଛନ୍ତି । ସେ କହିଛନ୍ତି, ୨୦୨୦ ତାଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନକୁ ବଦଳାଇ ଦେଇଛି । ଅଭିନେତା ଭାବେ ତାଙ୍କ ପ୍ରତିଛବିକୁ ସମ୍ପୂର୍ଣ୍ଣ ଅଲଗା କରିଦେଇଛି ।

ସୋନୁ କହିଛନ୍ତି, ଯେଉଁ ଅଭିନେତାକୁ ଲୋକେ କେବଳ ଭିଲେନ ବୋଲି ଜାଣିଥିଲେ ତାଙ୍କୁ ପ୍ରକୃତ ଜୀବନରେ ହିରୋ ସଜାଇ ଦେଇଛି ଏହି ବର୍ଷ। ‘ସିମ୍ବା’, ‘ଆର.ରାଜକୁମାର’, ‘ଅରୁନ୍ଧତୀ’ ଭଳି ଫିଲ୍ମରେ ସେ ଭିଲେନ ଭୂମିକା କରିଛନ୍ତି । ଏବେ କିନ୍ତୁ ତାଙ୍କୁ ସବୁ ପ୍ରକାରର ଚରିତ୍ର ଅଫର ହେଉଛି । ତାଙ୍କ ହାତରେ ଏବେ ୪ରୁ ୫ଟି ଭଲ ପ୍ରୋଜେକ୍ଟ ରହିଛି । ଏକ ନୂଆ ଆରମ୍ଭ ଏବଂ ଆଗକୁ ନୂଆ ଚରିତ୍ରରେ ଅଭିନୟ କରିବାକୁ ବେଶ ଭଲ ଲାଗିବ ବୋଲି ସେ କହିଛନ୍ତି ।

କରୋନା ଏବଂ ଲକଡାଉନ ବେଳେ ସୋନୁ ସୁଦ ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଥିଲେ । ସେମାନଙ୍କୁ ଘରକୁ ପହଞ୍ଚାଇବା ପାଇଁ ସେ ସବୁ ପ୍ରକାରର ସାହାଯ୍ୟ କରିଥିଲେ । ଟ୍ରେନ ଠାରୁ ଆରମ୍ଭ କରି ବସ୍ ଏପରିକି ଫ୍ଲାଇଟ ଟିକେଟ ମଧ୍ୟ ବୁକ୍ କରି ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇବା ବ୍ୟବସ୍ଥା କରିଥିଲେ ସୋନୁ । ଏବେ ବି ସୋନୁଙ୍କ ଏଭଳି ମହତ କାମ ଜାରି ରହିଛି । ଅସୁବିଧାରେ ଥିବା ଲୋକେ ସହାୟତା ପାଇଁ ଅନୁରୋଧ କଲେ ସୋନୁ ସହାୟତାର ହାତ ବଢ଼ାଉଛନ୍ତି।

Related story