Advertisment

ଭଗବାନ ପାଲଟିଲେ ସୋନୁ! ତିଆରି ହେଲା ମନ୍ଦିର

ହାଇଦ୍ରାବାଦ:ଲକଡାଉନରେ ପ୍ରବାସୀ ଶ୍ରମିକଙ୍କ ସହାୟତା କରି ସମସ୍ତଙ୍କ ହିରୋ ପାଲଟି ଯାଇଛନ୍ତି ଅଭିନେତା ସୋନୁ ସୁଦ। ଗରିବ ଅସହାୟ ଲୋକଙ୍କ ସହାୟତା କରି ଅନେକ ପ୍ରଶଂସା ସାଉଁଟିଛନ୍ତି ସୋନୁ। ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଭଗବାନ ଭଳି ପୂଜା କରୁଛନ୍ତି। ଗରିବ ଲୋକଙ୍କ ପାଇଁ ସେ ପାଲଟି ଯାଇଛନ୍ତି ଭଗବାନ। ତେଲେଙ୍ଗାନାରେ ତାଙ୍କ ପାଇଁ ଏକ ମନ୍ଦିର ତିଆରି ହୋଇଛି। ତେଲେଙ୍ଗାନାର ସିଦ୍ଧିପେଟ ଜିଲ୍ଲା ଡବ୍ବା ଥାଣ୍ଡା ଗାଁରେ ୪୭ ବର୍ଷୀୟ ସୋନୁ ସୁଦଙ୍କ ନାଁରେ ତିଆରି […]

ଭଗବାନ ପାଲଟିଲେ ସୋନୁ! ତିଆରି ହେଲା ମନ୍ଦିର

sonu-sood-temple

Advertisment

ହାଇଦ୍ରାବାଦ:ଲକଡାଉନରେ ପ୍ରବାସୀ ଶ୍ରମିକଙ୍କ ସହାୟତା କରି ସମସ୍ତଙ୍କ ହିରୋ ପାଲଟି ଯାଇଛନ୍ତି ଅଭିନେତା ସୋନୁ ସୁଦ। ଗରିବ ଅସହାୟ ଲୋକଙ୍କ ସହାୟତା କରି ଅନେକ ପ୍ରଶଂସା ସାଉଁଟିଛନ୍ତି ସୋନୁ। ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଭଗବାନ ଭଳି ପୂଜା କରୁଛନ୍ତି। ଗରିବ ଲୋକଙ୍କ ପାଇଁ ସେ ପାଲଟି ଯାଇଛନ୍ତି ଭଗବାନ। ତେଲେଙ୍ଗାନାରେ ତାଙ୍କ ପାଇଁ ଏକ ମନ୍ଦିର ତିଆରି ହୋଇଛି।

Advertisment

ତେଲେଙ୍ଗାନାର ସିଦ୍ଧିପେଟ ଜିଲ୍ଲା ଡବ୍ବା ଥାଣ୍ଡା ଗାଁରେ ୪୭ ବର୍ଷୀୟ ସୋନୁ ସୁଦଙ୍କ ନାଁରେ ତିଆରି ହୋଇଛି ମନ୍ଦିର। ସେଠାକାର ଗାଁ ଲୋକେ ତାଙ୍କର ଏକ ମୂର୍ତ୍ତି ମଧ୍ୟ ତିଆରି କରି ସେଠାରେ ସ୍ଥାପନ କରିଛନ୍ତି। ସେଠାରେ ସୋନୁଙ୍କୁ ଲୋକେ ପୂଜା କରୁଥିବା ଦେଖିବାକୁ ମିଳଛି। କେବଳ ସେତିକି ନୁହେଁ ପାରମ୍ପରିକ ଗୀତ ଗାଇ ଆଳତି ମଧ୍ୟ କରାଯାଇଛି। ଜିଲ୍ଲା ପରିଷଦଙ୍କ ସହାୟତାରେ ତିଆରି ହୋଇଥିବା ଏହି ମନ୍ଦିରକୁ ରବିବାର ଦିନ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ଉଦଘାଟିତ କରାଯାଇଛି।

Advertisment


ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ଗିରି କୋଣ୍ଡଲ ରେଡ୍ଡି କହିଛନ୍ତି, କରୋନା କାଳରେ ସୋନୁ ଗରିବ ଅସହାୟ ଲୋକଙ୍କ ପାଇଁ ବେଶ ଭଲ କାମ କରିଛନ୍ତି। ଏଥିପାଇଁ ଆମେ ତାଙ୍କ ସମ୍ମାନରେ ଏକ ମନ୍ଦିର ତିଆରି କରିଛୁ। ସୋନୁ ଆମ ପାଇଁ ଭଗବାନ ବୋଲି ସେ କହିଛନ୍ତି।

ସେହିପରି ମନ୍ଦିର ନିର୍ମାଣ ଯୋଜନା ସଂଗଠନର ସଦସ୍ୟ ରମେଶ କହିଛନ୍ତି, ମହାମାରୀ ସମୟରେ ପୁରା ୨୮ ରାଜ୍ୟର ଲୋକଙ୍କୁ ସୋନୁ ସହାଯ୍ୟ କରିଛନ୍ତି। ଏଥିପାଇଁ ତାଙ୍କୁ ଦେଶ ବିଦଶରେ ବେଶ ସମ୍ମାନ ମିଳିଛି। ସୋନୁ ତାଙ୍କ ଭଲ କାମ ଯୋଗୁଁ ଭଗବାନର ସ୍ଥାନ ନେଇପାରିଛନ୍ତି ବୋଲି ରମେଶ କହିଛନ୍ତି।

Sonu Sood Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe