sonu-sood
ନୂଆଦିଲ୍ଲୀ: ସୋଶାଲ୍ ମିଡିଆରେ ଏବେ ଏକ ଭିଡ଼ିଓ ଭାଇରାଲ୍ ହେଉଛି। ଯେଉଁଥିରେ ଜଣେ ବୃଦ୍ଧା ବାଡି ସହ ଅତି ସୁନ୍ଦର ଭାବେ ଖେଳୁଛନ୍ତି। ରାସ୍ତା କଡରେ ଠିଆ ହେଇ ବୃଦ୍ଧା ଜଣଙ୍କ ବାଡି ବୁଲାଇ ଲୋକମାନଙ୍କ ମନୋରଞ୍ଜନ କରୁଛନ୍ତି ଯେଉଁଥିପାଇଁ ଲୋକମାନେ ତାଙ୍କୁ କିଛି ଟଙ୍କା ମଧ୍ୟ ଦେଉଛନ୍ତି। ଏହି ଭିଡ଼ିଓଟି 'ଦାଦି ଚନ୍ଦ୍ରୋ ତୁମାର' ଟ୍ୱିଟର ଆକାଉଣ୍ଟରେ ଶେଆର କରାଯାଇଛି। ଯାହାକୁ ରି-ଟ୍ୱିଟ୍ କରି ବଲିଉଡ୍ ଅଭିନେତା ସୋନୁ ସୁଦ୍ ବୃଦ୍ଧାଙ୍କ ଠିକଣା ମାଗିଛନ୍ତି।
ଭିଡ଼ିଓ ରିଟ୍ୱିଟ୍ କରି ସୋନୁ ସୁଦ୍ ଲେଖିଛନ୍ତି, ମୁଁ ଏହି ମହିଳାଙ୍କର ଯୋଗାଯୋଗ ପାଇପାରିବି? ମୁଁ ତାଙ୍କୁ ନେଇ ଗୋଟେ ଟ୍ରେନିଂ ଆରମ୍ଭ କରିବି ଯେଉଁଠି ସେ ଅନ୍ୟ ମହିଳା ମାନଙ୍କୁ ଏମିତି ବାଡି ଦ୍ୱାରା କେମିତି ନିଜକୁ ସୁରକ୍ଷା କରିହେବ ଶିଖାଇବେ।
ସୋନୁଙ୍କର ଏହି ପୋଷ୍ଟରେ କିଛି ଲୋକ ତାଙ୍କର ଢେର୍ ପ୍ରଶଂସା କରିବା ସହ ଏମିତି ମହତ କାର୍ଯ୍ୟ ଆଗକୁ ମଧ୍ୟ ଜାରି ରଖନ୍ତୁ ବୋଲି କହିଛନ୍ତି। କିଛି ଲୋକ ସୋନୁଙ୍କ ଟ୍ୱିଟ୍ ଦେଖି ଉକ୍ତ ମହିଳାଙ୍କ ଘରେ ପହଞ୍ଚିଯାଇଛନ୍ତି ଏବଂ ମହିଳାଙ୍କ ଠିକଣା ଆଣି ଦେଇଛନ୍ତି।
ସୂଚନାଯୋଗ୍ୟ, କରୋନା ମହାମାରୀ ସମୟରେ ସୋନୁ ସୁଦ୍ ପ୍ରବାସୀ ମାନଙ୍କୁ ତାଙ୍କ ଅଞ୍ଚଳକୁ ଫେରାଇ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ବିଦେଶରେ ଫସି ରହିଥିବା ୧୫୦୦ ମେଡିକାଲ୍ ଛାତ୍ରଙ୍କୁ ମଧ୍ୟ ସେ ଫେରାଇ ଆଣିଥିଲେ। ନିକଟରେ ସୋନୁ ସୁଦ୍ ପିଲାର ଅନ୍ଲାଇନ୍ କ୍ଲାସ୍ରେ ଆବଶ୍ୟକ ହେଉଥିବା ଫୋନ୍ କଣିବା ପାଇଁ ଗାଇ ବିକିଥିବା ବ୍ୟକ୍ତିଙ୍କର ଠିକଣା ମଧ୍ୟ ମାଗିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/07/sonu-sood.jpg)