ସାଇକେଲରେ ଆସୁଥିଲେ ଫ୍ୟାନ୍, ଫ୍ଲାଇଟ ପଠାଇଲେ ସୋନୁ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ପାଇଁ ସାଇକେଲ ଯାତ୍ରା । ଜଣେ ପ୍ରଶଂସକ ସୋନୁଙ୍କୁ ଭେଟିବାକୁ ପାଟନାରୁ ମୁମ୍ବାଇ ସାଇକଲରେ ବାହାରିଛନ୍ତି । କିନ୍ତୁ ଏହି ଖବର ସୋନୁଙ୍କ ପାଖରେ ପହଞ୍ଚିବା ପରେ ସେ ତାଙ୍କ ପାଇଁ ବିମାନ ପଠାଇଛନ୍ତି । ନିଜ ଫ୍ୟାନ୍ ଙ୍କ ପାଇଁ ସେ ବୁକ୍ କରିଛନ୍ତି ଫ୍ଲାଇଟ ଟିକଟ । ସବୁଠୁ ବଡ କଥା ହେଉଛି ସୋନୁଙ୍କ ଏହି ଫ୍ୟାନ ବିମାନରେ ମୁମ୍ବାଇ ଆସିବା ସହ ତାଙ୍କ ସାଇକେଲ ମଧ୍ୟ […]

sonu

Madhupriya Mistry
  • Published: Thursday, 26 November 2020
  • , Updated: 26 November 2020, 03:56 PM IST

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ପାଇଁ ସାଇକେଲ ଯାତ୍ରା । ଜଣେ ପ୍ରଶଂସକ ସୋନୁଙ୍କୁ ଭେଟିବାକୁ ପାଟନାରୁ ମୁମ୍ବାଇ ସାଇକଲରେ ବାହାରିଛନ୍ତି । କିନ୍ତୁ ଏହି ଖବର ସୋନୁଙ୍କ ପାଖରେ ପହଞ୍ଚିବା ପରେ ସେ ତାଙ୍କ ପାଇଁ ବିମାନ ପଠାଇଛନ୍ତି । ନିଜ ଫ୍ୟାନ୍ ଙ୍କ ପାଇଁ ସେ ବୁକ୍ କରିଛନ୍ତି ଫ୍ଲାଇଟ ଟିକଟ । ସବୁଠୁ ବଡ କଥା ହେଉଛି ସୋନୁଙ୍କ ଏହି ଫ୍ୟାନ ବିମାନରେ ମୁମ୍ବାଇ ଆସିବା ସହ ତାଙ୍କ ସାଇକେଲ ମଧ୍ୟ ତାଙ୍କ ସହ ବିମାନରେ ଆସିବ । ଏଥିପାଇଁ ସମସ୍ତ ବ୍ୟବସ୍ଥା କରିଦେଇଛନ୍ତି ଅଭିନେତା ସୋନୁ ସୁଦ ।

ମିଡିଆ ରିପୋର୍ଟ ମୁତାବକ, ଅରମାନ ସୋନୁ ସୁଦଙ୍କୁ ଭେଟିବାକୁ ବିହାରରୁ ମୁମ୍ବାଇ ସାଇକେଲରେ ବାହାରିଥିଲେ । ସାଇକଲରେ ଯାତ୍ରା କରି ବାରାଣସୀ ପହଞ୍ଚିବା ପରେ ଅରମାନଙ୍କୁ ଅଭିନେତା ସୋନୁଙ୍କ ଫୋନ ଆସିଥିଲା । ସେ ତାଙ୍କ ପ୍ରଶଂସକଙ୍କୁ ଏଭଳି ସାଇକେଲରେ ଯାତ୍ରା କରି ମୁମ୍ବାଇ ନ ଆସିବାକୁ ଅନୁରୋଧ କରିଥିଲେ । ଏଥିସହ ସୋନୁ ତାଙ୍କ ଫ୍ୟାନ୍ ଙ୍କ ପାଇଁ ଫ୍ଲାଇଟ ଟିକେଟ ବୁକ କରିବା ସହ ମୁମ୍ବାଇ ଆସିଲେ ହୋଟେଲରେ ରହିବା ପାଇଁ ବ୍ୟବସ୍ଥା ମଧ୍ୟ କରିଦେଇଛନ୍ତି ।

ଅଭିନେତା ସୋନୁ କହିଛନ୍ତି, “ମୁଁ ଖୁବ ଶୀଘ୍ର ମୋ ଫ୍ୟାନମାନଙ୍କୁ ଭେଟିବାକୁ ବିହାର ଯିବି । କିନ୍ତୁ ଏଥିପାଇଁ ଟିକେ ସମୟ ଲାଗିବ । ଏବେ ପ୍ରଥମେ ସଙ୍କଟରେ ଥିବା ଲୋକଙ୍କ ପାଖରେ ସହାୟତା ପହଂଚିବା ନିହାତି ଆବଶ୍ୟକ ।

ଲକଡାଉନ ବେଳେ ଅନେକଙ୍କୁ ସହାର୍ଯ୍ୟ କରି ଚର୍ଚ୍ଚା ସାଉଁଟିଛନ୍ତି ରିଲରୁ ରିଅଲ ଲାଇଫରେ ହିରୋ ପାଲଟିଥିବା ସୋନୁ ସୁଦ ।  ଏବେବି ସେ ଅନେକ ଅସହାୟକଙ୍କୁ ହାତ ବାଢ଼ଇ ତାଙ୍କ ଅସୁବିଧା ସମୟରେ ତାଙ୍କ ପାଖରେ ଠିଆ ହେଉଛନ୍ତି ଏହି ଅଭିନେତା ଜଣକ । ଏଥିପାଇଁ ଦେଶ ବିଦେଶରେ ସୋନୁଙ୍କ ଫ୍ୟାନ ବା ପ୍ରଶଂସକ ସଂଖ୍ୟା  ଢ଼େର ବଢ଼ିବାରେ ଲାଗିଛି ।

Related story