Advertisment

ସୋନୁ କହିଲେ ‘I Am No Messiah’

ମୁମ୍ବାଇ: କରୋନା ମହାମାରୀ ଏବଂ ଲକଡାଉନରେ ଚର୍ଚ୍ଚା ସାଉଁଟିଥିବା ବଲିଉଡ ଅଭିନେତା ସୋନୁ ସୁଦ ଏବେବି ଅବିରତ ଲୋକଙ୍କ ସାହାଯ୍ୟ କରୁଛନ୍ତି। ରିଲ ହିରୋରୁ ରିଅଲ ହିରୋ ପାଲଟିଛନ୍ତ ସୋନୁ। ଗରିବ ଅସହାୟଙ୍କୁ ସହଯୋଗର ହାତ ବଡାଇ ସେ ସାଜିଛନ୍ତି ମସିହା। ସୋନୁଙ୍କ ମହତ କାମ ବିଷୟରେ ଲୋକେ ଏବେ ପଢ଼ିପାରିବେ । ନିକଟରେ ସୋନୁଙ୍କ ଅନୁଭୂତି ଉପରେ ଆଧାରିତ ଏକ ବହି ଉନ୍ମୋଚିତ ହୋଇଛି । ଏହି ପୁସ୍ତକକୁ ସାମ୍ବାଦିକା ମୀନା କେ ଆୟର ଲେଖିଛନ୍ତି। […]

author-image
Madhupriya Mistry
ସୋନୁ କହିଲେ ‘I Am No Messiah’

sonu

ମୁମ୍ବାଇ: କରୋନା ମହାମାରୀ ଏବଂ ଲକଡାଉନରେ ଚର୍ଚ୍ଚା ସାଉଁଟିଥିବା ବଲିଉଡ ଅଭିନେତା ସୋନୁ ସୁଦ ଏବେବି ଅବିରତ ଲୋକଙ୍କ ସାହାଯ୍ୟ କରୁଛନ୍ତି। ରିଲ ହିରୋରୁ ରିଅଲ ହିରୋ ପାଲଟିଛନ୍ତ ସୋନୁ। ଗରିବ ଅସହାୟଙ୍କୁ ସହଯୋଗର ହାତ ବଡାଇ ସେ ସାଜିଛନ୍ତି ମସିହା। ସୋନୁଙ୍କ ମହତ କାମ ବିଷୟରେ ଲୋକେ ଏବେ ପଢ଼ିପାରିବେ । ନିକଟରେ ସୋନୁଙ୍କ ଅନୁଭୂତି ଉପରେ ଆଧାରିତ ଏକ ବହି ଉନ୍ମୋଚିତ ହୋଇଛି । ଏହି ପୁସ୍ତକକୁ ସାମ୍ବାଦିକା ମୀନା କେ ଆୟର ଲେଖିଛନ୍ତି। ବହିର ଟାଇଟଲ ରହିଛି ‘ଆଇ ଆମ୍ ନୋ ମସିହା’(I Am No Messiah)।

Advertisment

ଏହି ବହିଟି  ସୋନୁଙ୍କ ମହତ କାମ ଏବଂ ତାଙ୍କ ଜୀବନର ଅନୁଭୂତି ଉପରେ ଆଧାରିତ। ଅଭିନେତା ସୋନୁ ସୁଦ ନିଜେ ସୋଶାଲ ମିଡିଆରା ଏକ ଭିଡିଓ ଜାରି କରି ନିଜ ଉପରେ ଲେଖା ହୋଇଥିବା ବହି ବିଷୟରେ ସୂଚନା ଦେଇଛନ୍ତି।

Advertisment


ସୋନୁ କହିଛନ୍ତି, ମୋ ବହି ‘ଆଇ ଆମ୍ ନୋ ମସିହା’ ଉନ୍ମୋଚିତ ହୋଇଯାଇଛି। ମୁଁ ସାଇନ କରିଥିବା ଏହି ବହି ମୁମ୍ବାଇର ବିବାନ ବନ୍ଦରରେ ଥିବା ସମସ୍ତ ବୁକ ଷ୍ଟୋରରେ ଆପଣଙ୍କୁ ମିଳିଯିବ। ଆପଣ ଚାହିଁଲେ ଏହାକୁ ଅନଲାଇନରେ ଅର୍ଡର ମଧ୍ୟ କରିପାରିବ। ହିନ୍ଦୀ ଏବଂ ଇଂରାଜୀ ଉଭୟ ଭାଷାରେ ଏହା ଉପଲବ୍ଧ ବୋଲି ସୋନୁ ତାଙ୍କ ପ୍ରଶଂସକଙ୍କୁ କହିଛନ୍ତି।


କରୋନା ଲକଡାଉନ ସମୟରେ ସୋନୁ ସୁଦ ବାହାର ରାଜ୍ୟରୁ ଆସି ମୁମ୍ବାଇରେ ଫସି ରହିଥିବା ଅନେକ ପ୍ରବାସୀ ଶ୍ରମିକଙ୍କ ସେମାନଙ୍କୁ ଘରେ ପହଞ୍ଚିବା ପାଇଁ ସହାୟତା କରିଛନ୍ତି। କେବଳ ମୁମ୍ବାଇ ନୁହେଁ ଦେଶ ବିଦେଶରେ ଫସି ରହିଥିବା ଶ୍ରମିକଙ୍କୁ ମଧ୍ୟ ସୋନୁ ସହାୟତାର ହାତ ବଢ଼ାଇ ଘରେ ପହଞ୍ଚାଇଛନ୍ତି। ଶ୍ରମିକଙ୍କ ପାଇଁ ବସ, ଟ୍ରେନ ଏବଂ ଚାଟର୍ଡ ଫ୍ଲାଇଟ ସହ ଖାଇବା ପିଇବାର ବ୍ୟବସ୍ଥା ମଧ୍ୟ କରିଛନ୍ତି।

Sonu Sood