Advertisment

ବଦଳିଲା ‘ସୂର୍ଯ୍ୟବଂଶୀ’ର ରିଲିଜ୍‌ ଡେଟ୍‌

ମୁମ୍ବାଇ: ବଲିଉଡ୍‌ର ଖିଲାଡ଼ି ଅକ୍ଷୟ କୁମାର୍ ଓ କ୍ୟାଟ୍ରିନା କୈଫ‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ରିଲିଜ୍‌ ଡେଟ୍‌ ବଦଳିଯାଇଛି। ପୂର୍ବରୁ ଏହି ଫିଲ୍ମର ରିଲିଜ୍‌ ତାରିଖ ୨୭ ମାର୍ଚ୍ଚ ଘୋଷଣା ହୋଇଥିଲା। ଏହି ଫିଲ୍ମକୁ ଦର୍ଶକ ଅପେକ୍ଷା କରି ବସିଛନ୍ତି। ଆଉ ଏବେ ଦର୍ଶକଙ୍କ ପାଇଁ ଏକ ଖୁସି ଖବର ରହିଛି। ‘ସୂର୍ଯ୍ୟବଂଶୀ’ ଏବେ ୩ ଦିନ ପୂର୍ବରୁ ଅର୍ଥାତ ୨୪ ମାର୍ଚ୍ଚରେ ରିଲିଜ୍‌ ହେବ। https://www.instagram.com/p/B87zdLRHzjz/?utm_source=ig_web_copy_link ଅକ୍ଷୟ ସୋଶାଲ୍‌ ମିଡିଆରେ ଏକ ଭିଡିଓ ଶେଆର୍ […]

ଘୁଞ୍ଚିବ ‘ସୂର୍ଯ୍ୟବଂଶୀ’ର ରିଲିଜ୍‌ ତାରିଖ !

ak

Advertisment

ମୁମ୍ବାଇ: ବଲିଉଡ୍‌ର ଖିଲାଡ଼ି ଅକ୍ଷୟ କୁମାର୍ ଓ କ୍ୟାଟ୍ରିନା କୈଫ‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ରିଲିଜ୍‌ ଡେଟ୍‌ ବଦଳିଯାଇଛି। ପୂର୍ବରୁ ଏହି ଫିଲ୍ମର ରିଲିଜ୍‌ ତାରିଖ ୨୭ ମାର୍ଚ୍ଚ ଘୋଷଣା ହୋଇଥିଲା। ଏହି ଫିଲ୍ମକୁ ଦର୍ଶକ ଅପେକ୍ଷା କରି ବସିଛନ୍ତି। ଆଉ ଏବେ ଦର୍ଶକଙ୍କ ପାଇଁ ଏକ ଖୁସି ଖବର ରହିଛି। ‘ସୂର୍ଯ୍ୟବଂଶୀ’ ଏବେ ୩ ଦିନ ପୂର୍ବରୁ ଅର୍ଥାତ ୨୪ ମାର୍ଚ୍ଚରେ ରିଲିଜ୍‌ ହେବ।

Advertisment

https://www.instagram.com/p/B87zdLRHzjz/?utm_source=ig_web_copy_link

ଅକ୍ଷୟ ସୋଶାଲ୍‌ ମିଡିଆରେ ଏକ ଭିଡିଓ ଶେଆର୍ କରି ଏସମ୍ପର୍କିତ ସୂଚନା ଦେଇଛନ୍ତି। ସେ ଏହାର କ୍ୟାପଶନ୍‌ରେ ଲେଖିଛନ୍ତି, ‘କ୍ରାଇମ୍‌ ପାଇଁ ଆଉ ସମୟ ନାହିଁ, କାରଣ ପୁଲିସ୍‌ ଆସୁଛି। ସୂର୍ଯ୍ୟବଂଶୀ ରିଲିଜ୍‌ ହେବ ମାର୍ଚ୍ଚ ୨୪ରେ।’ ଏହି ଭିଡିଓରେ ଫିଲ୍ମ ‘ସିମ୍ବା’ର ରଣବୀର ସିଂହ, ‘ସିଙ୍ଘମ୍’ର ଅଜୟ ଦେବଗନ୍ ଓ ‘ସୂର୍ଯ୍ୟବଂଶୀ’ର ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିଛି। ଏମାନଙ୍କ ପାଖକୁ ଛୋଟଛୋଟ ପିଲାମାନେ ଏକ କାଗଜ ନେଇ ଯାଉଛନ୍ତି ଓ ସେଥିରେ ଫିଲ୍ମର ରିଲିଜ୍‌ ତାରିଖ ୨୪ ମାର୍ଚ୍ଚ ଲେଖାଯାଇଛି। ଆଉ ଏଥିପାଇଁ ତିନି ଜଣଯାକ ମଞ୍ଜୁରୀ ଦେଇଦେଉଛନ୍ତି। ଆଉ ଶେଷରେ କୁହାଯାଉଛି ଯେ ଏହାକୁ ଗୁଡ଼ିପାଡ଼ୱା ଅବସରରେ ରିଲିଜ୍‌ କରାଯାଉଛି।

https://www.instagram.com/p/B8VJDw4nOoT/?utm_source=ig_web_copy_link

ଏହି ଫିଲ୍ମଟି ଷ୍ଟାର ନିର୍ଦ୍ଦେଶକ ରୋହିତ୍‌ ଶେଟ୍ଟୀଙ୍କ କୋପ୍‌ (ପୁଲିସ୍) ସିରିଜ୍‌ର ଚତୁର୍ଥ ଫିଲ୍ମ। ଏହା ପୂର୍ବରୁ ଏହି ସିରିଜ୍‌ର ଫିଲ୍ମ ‘ସିଂହମ୍‌’ ଓ ‘ସିଂହମ୍ ରିଟର୍ନସ୍’ରେ ଅଜୟ ଦେବ୍‌ଗନ ଓ ତୃତୀୟ ଫିଲ୍ମ ‘ସିମ୍ବା’ରେ ରଣବୀର ସିଂହ ଅଭିନୟ କରିଥିଲେ। ତେବେ ଏହି ସିରିଜ୍‌ରେ ଅକ୍ଷୟଙ୍କ ଏଣ୍ଟ୍ରି ପ୍ରଥମ ଥର ପାଇଁ ହୋଇଛି। ସୂଚନା ମୁତାବକ ଫିଲ୍ମର ଟ୍ରେଲର୍‌ ମାର୍ଚ୍ଚ ୨ରେ ରିଲିଜ୍ ହେବ। ଏହି ଫିଲ୍ମର ପ୍ରମୋଶନ ଅକ୍ଷୟଙ୍କ ସହ ଅଜୟ ଓ ରଣବୀର ମଧ୍ୟ କରୁଛନ୍ତି। ଅନ୍ୟପଟେ ଏହି ଫିଲ୍ମରେ ଅଜୟ ଓ ରଣବୀରଙ୍କ ମଧ୍ୟ ସ୍ପେଶାଲ୍ ରୋଲ୍‌ ରହିଛି।

Advertisment

https://www.instagram.com/p/B8s2H8Hngze/?utm_source=ig_web_copy_link

‘ସୂର୍ଯ୍ୟବଂଶୀ’କୁ ବଲିଉଡ୍‌ର ଦୁଇ ଜଣ ବଡ଼ ନିର୍ମାତା ରୋହିତ ଶେଟ୍ଟୀ ଓ କରଣ ଜୋହର୍‌ ମିଶି ତିଆରି କରୁଛନ୍ତି। ଅକ୍ଷୟ ଏଥିରେ ଏଟିଏସ୍ (ଆଣ୍ଟି ଟେରୋରିଜିମ୍ ସ୍କ୍ୱାଡ୍) ଚିଫ୍‌ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମ ଜରିଆରେ ଦର୍ଶକ ପୁଣି ଥରେ ଅକ୍ଷୟ ଓ କ୍ୟାଟ୍ରିନାଙ୍କୁ ଏକାଠି ଦେଖିପାରିବେ। ପାଖାପାଖି ୯ ବର୍ଷ ପରେ ଏଦୁହେଁ ପୁଣି ପରଦାରେ ଏକାଠି ଦେଖାବାକୁ ମିଳିବ। ଶେଷଥର ପାଇଁ ଏମାନଙ୍କୁ ଫିଲ୍ମ ‘ତିସ୍‌ମାର୍‌ ଖାନ୍‌’ରେ ଏକାଠି ଦଖିବାକୁ ମିଳିଥିଲା। ତାଙ୍କ ବ୍ୟତୀତ ଏହି ଫିଲ୍ମରେ ଜ୍ୟାକି ଶ୍ରଫ୍, ଗୁଲଶନ୍‌ ଗ୍ରୋଭର ଓ ସିକନ୍ଦର ଖେର୍‌ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe