Advertisment

ରିଲିଜ୍‌ ହେଲା 'ସୂର୍ଯ୍ୟବଂଶୀ'ର ଟ୍ରେଲର୍

ମୁମ୍ବାଇ: ଖିଲାଡ଼ି କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଟ୍ରେଲର୍‌ ରିଲିଜ୍ ହୋଇଯାଇଛି। ରୋହିତ୍‌ ଶେଟ୍ଟୀଙ୍କ କୋପ୍‌ (ପୁଲିସ୍) ସିରିଜ୍‌ର ଏହି ଫିଲ୍ମରେ ଅକ୍ଷୟ ପୁଲିସ୍‌ ଅଫିସର୍‌ ଭୂମିକାରେ ନଜର ଆସିଛନ୍ତି। ଫିଲ୍ମର ଟ୍ରେଲର୍‌କୁ ଦର୍ଶକଙ୍କ ଜବରଦସ୍ତ ରେସପନ୍ସ ମିଳୁଛି। ଟ୍ରେଲର୍‌ରେ ରଣବୀର ସିଂହ ଓ ଅଜୟ ଦେବଗନ୍‌ଙ୍କୁ ବି ଦେଖିବାକୁ ମଳିଛି। ଏହି ଫିଲ୍ମଟି ବ୍ଲକବଷ୍ଟର ହେବ ଓ ୩୦୦ କୋଟିରୁ ଅଧିକ ଆୟ କରିବ ବୋଲି ଦର୍ଶକ କହୁଛନ୍ତି। DCP Veer Sooryavanshi now […]

author-image
Chinmayee Roy
ଅଦ୍ୟତନ ହୋଇଛି
ରିଲିଜ୍‌ ହେଲା 'ସୂର୍ଯ୍ୟବଂଶୀ'ର ଟ୍ରେଲର୍

ak

ମୁମ୍ବାଇ: ଖିଲାଡ଼ି କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଟ୍ରେଲର୍‌ ରିଲିଜ୍ ହୋଇଯାଇଛି। ରୋହିତ୍‌ ଶେଟ୍ଟୀଙ୍କ କୋପ୍‌ (ପୁଲିସ୍) ସିରିଜ୍‌ର ଏହି ଫିଲ୍ମରେ ଅକ୍ଷୟ ପୁଲିସ୍‌ ଅଫିସର୍‌ ଭୂମିକାରେ ନଜର ଆସିଛନ୍ତି। ଫିଲ୍ମର ଟ୍ରେଲର୍‌କୁ ଦର୍ଶକଙ୍କ ଜବରଦସ୍ତ ରେସପନ୍ସ ମିଳୁଛି। ଟ୍ରେଲର୍‌ରେ ରଣବୀର ସିଂହ ଓ ଅଜୟ ଦେବଗନ୍‌ଙ୍କୁ ବି ଦେଖିବାକୁ ମଳିଛି। ଏହି ଫିଲ୍ମଟି ବ୍ଲକବଷ୍ଟର ହେବ ଓ ୩୦୦ କୋଟିରୁ ଅଧିକ ଆୟ କରିବ ବୋଲି ଦର୍ଶକ କହୁଛନ୍ତି।

Advertisment

https://twitter.com/akshaykumar/status/1234382268778434561?s=20

ଟ୍ରେଲର୍‌ରେ ପ୍ରଥମେ ଅଜୟ ଦେବଗନଙ୍କ ଭଏସ୍‌ ଆସିଛି। ସେ ଅକ୍ଷୟଙ୍କ ବିଷୟରେ କହୁଛନ୍ତି । ଏହାପରେ ଅକ୍ଷୟ ହେଲିକପ୍ଟର୍‌ରେ ଧମାକେଦାର୍‌ ଏଣ୍ଟ୍ରି କରୁଛନ୍ତି। ଅକ୍ଷୟ ମୁମ୍ବାଇ ଆତଙ୍କବାଦୀ ହମଲା ଉପରେ କାମ କରିବାକୁ ଆସିଛନ୍ତି। ଫିଲ୍ମରେ ଜବରଦସ୍ତ ଆକ୍ସନ୍‌ ଦେଖିବାକୁ ମିଳିଛି। ଟ୍ରେଲର୍‌ର ଶେଷ ଆଡ଼କୁ ରଣବୀର ସିଂହ ଓ ଅଜୟ ଦେବଗନ୍‌ଙ୍କର ମଧ୍ୟ ଜବରଦସ୍ତ ଏଣ୍ଟ୍ରି ହୋଇଛି। ଦର୍ଶକ ଟ୍ରେଲର୍‌କୁ ବେଶ୍ ପସନ୍ଦ କରୁଛନ୍ତି। ସୋଶାଲ୍‌ ମିଡିଆରେ ଏବେ ଏହା ଭାଇରାଲ୍‌ ହେଉଛି।

https://www.instagram.com/p/B87zdLRHzjz/?utm_source=ig_web_copy_link

‘ସୂର୍ଯ୍ୟବଂଶୀ’ ଷ୍ଟାର ନିର୍ଦ୍ଦେଶକ ରୋହିତ୍‌ ଶେଟ୍ଟୀଙ୍କ କୋପ୍‌ (ପୁଲିସ୍) ସିରିଜ୍‌ର ଚତୁର୍ଥ ଫିଲ୍ମ। ଏହା ପୂର୍ବରୁ ଏହି ସିରିଜ୍‌ର ଫିଲ୍ମ ‘ସିଂହମ୍‌’ ଓ ‘ସିଂହମ୍ ରିଟର୍ନସ୍’ରେ ଅଜୟ ଦେବ୍‌ଗନ ଓ ତୃତୀୟ ଫିଲ୍ମ ‘ସିମ୍ବା’ରେ ରଣବୀର ସିଂହ ଅଭିନୟ କରିଥିଲେ। ତେବେ ଏହି ସିରିଜ୍‌ରେ ଅକ୍ଷୟଙ୍କ ଏଣ୍ଟ୍ରି ପ୍ରଥମ ଥର ପାଇଁ ହୋଇଛି। ଫିଲ୍ମରେ ଅଜୟ ଓ ରଣବୀରଙ୍କ ମଧ୍ୟ ସ୍ପେଶାଲ୍ ରୋଲ୍‌ ରହିଛି। ତେଣୁ ତିନି ଜଣ ମିଶି ଏହାର ପ୍ରୋମୋସନ କରୁଛନ୍ତି।

Advertisment

https://www.instagram.com/p/B8s2H8Hngze/?utm_source=ig_web_copy_link

‘ସୂର୍ଯ୍ୟବଂଶୀ’କୁ ବଲିଉଡ୍‌ର ଦୁଇ ଜଣ ବଡ଼ ନିର୍ମାତା ରୋହିତ ଶେଟ୍ଟୀ ଓ କରଣ ଜୋହର୍‌ ମିଶି ତିଆରି କରୁଛନ୍ତି। ଅକ୍ଷୟ ଏଥିରେ ଏଟିଏସ୍ (ଆଣ୍ଟି ଟେରୋରିଜିମ୍ ସ୍କ୍ୱାଡ୍) ଚିଫ୍‌ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମ ଜରିଆରେ ଦର୍ଶକ ପୁଣି ଥରେ ଅକ୍ଷୟ ଓ କ୍ୟାଟ୍ରିନାଙ୍କୁ ଏକାଠି ଦେଖିପାରିବେ। ପାଖାପାଖି ୯ ବର୍ଷ ପରେ ଏଦୁହେଁ ପୁଣି ପରଦାରେ ଏକାଠି ଦେଖିବାକୁ ମିଳିବ। ଶେଷଥର ପାଇଁ ଏମାନଙ୍କୁ ଫିଲ୍ମ ‘ତିସ୍‌ମାର୍‌ ଖାନ୍‌’ରେ ଏକାଠି ଦେଖିବାକୁ ମିଳିଥିଲା। ତାଙ୍କ ବ୍ୟତୀତ ଏହି ଫିଲ୍ମରେ ଜ୍ୟାକି ଶ୍ରଫ୍, ଜାଭେଦ ଜାଫ୍ରି, ଗୁଲଶନ୍‌ ଗ୍ରୋଭର ଓ ସିକନ୍ଦର ଖେର୍‌ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।