Advertisment

ଥାନାରେ ହାଜରେ ହେଲେ ସୌରିନ ଭଟ୍ଟ, ହେବ ମେଡିକାଲ ଯାଞ୍ଚ

ମହିଳା ଥାନାରେ ହାଜର ହେବା ପୂର୍ବରୁ ସୌରିନ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ କହିଥିଲେ ଯେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ।

ଅଦ୍ୟତନ ହୋଇଛି
Sourin Bhatta

Sourin Bhatta

Advertisment

ଯୌନ ନିର୍ଯାତନ ମାମଲାରେ ସୋମବାର କଟକ ମହିଳା ଥାନାରେ ହାଜର ହୋଇଥିଲେ କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟ। ପୁଲିସ ତାଙ୍କ ବୟାନ ରେକର୍ଡ କରିଥିବା ବେଳେ ତାଙ୍କର ମେଡିକାଲ ଯାଞ୍ଚ ହେବ। କଟକ ଜୋନ୍ ୨ ଏସିପି ଏହି ସୂଚନା ଦେଇଛନ୍ତି।

Advertisment

ଏସିପି କହିଛନ୍ତି, ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ଦେଇଛନ୍ତି। ଏହା ସହିତ ତଦନ୍ତରେ ପୁଲିସକୁ ସହଯୋଗ କରିବାକୁ କହିଛନ୍ତି। ତେଣୁ ସେ ଆଜି ଥାନାକୁ ଆସିଥିଲେ। ଆମେ ତାଙ୍କୁ ପଚରାଉଚରା କରିଛୁ। ତାଙ୍କର ମେଡିକାଲ ଯାଞ୍ଚ କରାଯିବ। ତା’ପରେ ତଦନ୍ତରେ ହୋଇଥିବା ଅଗ୍ରଗତି ନେଇ ହାଇକୋର୍ଟଙ୍କୁ ରିପୋର୍ଟ ଦିଆଯିବ।

ଏସିପି ଆହୁରି କହିଛନ୍ତି ଯେ ସୌରିନ ଭଟ୍ଟ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଅଭିଯୋଗ ଆଣିଥିବା ଯୁବତୀ ଜଣଙ୍କ କେବଳ ତାଙ୍କର ଘନିଷ୍ଠ ସାଙ୍ଗ ଥିଲେ ‍ବୋଲି ସେ କହିଛନ୍ତି।

Advertisment

ମହିଳା ଥାନାରେ ହାଜର ହେବା ପୂର୍ବରୁ ସୌରିନ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ କହିଥିଲେ ଯେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ।

ଜୁନ୍‌ ୧୨ ତାରିଖରେ ଜଣେ ଯୁବତୀ କଟକ ମହିଳା ଥାନାରେ ସୌରିନଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ। ପ୍ରତିଷ୍ଠିତ ଗାୟିକା କରାଇଦେବାର ପ୍ରତିଶ୍ରୁତି ଦେଇ ସୌରିନ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଥିଲେ। ସୌରିନ ଟଙ୍କା ନେଇ ଫେରାଉ ନଥିବା ମଧ୍ୟ ସେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତିକରି ସୌରିନ ଭଟ୍ଟଙ୍କ ନାଁରେ ମାମଲା ରୁଜୁ କରିଥିଲା ମହିଳା ଥାନା ପୁଲିସ୍‌। ଥାନାରେ ହାଜର ହେବା ପାଇଁ ପୁଲିସ ତାଙ୍କୁ ନୋଟିସ୍ ଦେଇଥିଲା। କିନ୍ତୁ ସୌରିନ ଧରାଛୁଆଁ ଦେଇ ନଥିଲେ। ଏମିତିକି ପୁଲିସର ଏକ ଟିମ୍ କୋଲକାତା ସ୍ଥିତ ତାଙ୍କ ଘରକୁ ଯାଇଥିଲେ। କିନ୍ତୁ ସୌରିନ ସେଠାରେ ନଥିଲେ। ପରେ ହାଇକୋର୍ଟ ଯାଇ ଅନ୍ତରୀଣ ସୁରକ୍ଷା ଆଣିଥିଲେ ସୌରିନ।

Cuttack Commissionerate Police Shourin Bhatt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe