Advertisment

ସାଉଥର ଆଉ ଜଣେ ଷ୍ଟାରଙ୍କୁ କରୋନା

ଚେନ୍ନାଇ: ସାଉଥ ସୁପରଷ୍ଟାର ରାମ ଚରଣଙ୍କ ପରେ ଆଉ ଜଣେ ସାଉଥ ଷ୍ଟାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରାମ ଚରଣଙ୍କ ସମ୍ପର୍କୀୟ ତଥା ତେଲୁଗୁ ଅଭିନେତା ବରୁଣ ତେଜ କୋନିଡେଲାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଏନେଇ ନିଜେ ବରୁଣ ଟ୍ୱିଟ କରି ସୂଚନା ଦେଇଛନ୍ତି ।   View this post on Instagram   A post shared by Varun Tej Konidela (@varunkonidela7) କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଦେବା ପରେ ସେ […]

author-image
Madhupriya Mistry
ସାଉଥର ଆଉ ଜଣେ ଷ୍ଟାରଙ୍କୁ କରୋନା

varun-tej

ଚେନ୍ନାଇ: ସାଉଥ ସୁପରଷ୍ଟାର ରାମ ଚରଣଙ୍କ ପରେ ଆଉ ଜଣେ ସାଉଥ ଷ୍ଟାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରାମ ଚରଣଙ୍କ ସମ୍ପର୍କୀୟ ତଥା ତେଲୁଗୁ ଅଭିନେତା ବରୁଣ ତେଜ କୋନିଡେଲାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଏନେଇ ନିଜେ ବରୁଣ ଟ୍ୱିଟ କରି ସୂଚନା ଦେଇଛନ୍ତି ।

Advertisment


କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଦେବା ପରେ ସେ କୋଭିଡ ପରୀକ୍ଷା କରାଇଥିଲେ। ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ହାଇଦ୍ରାବାଦ ସ୍ଥିତ ନିଜ ଘରେ ଆଇସୋଲେସନରେ ଅଛନ୍ତି। ସମସ୍ତ ପଦକ୍ଷେପ ଗ୍ରହଣ କରୁଛି । ମୁଁ ଖୁବ୍ ଶୀଘ୍ର ଫେରିବି । ସମସ୍ତଙ୍କ ଭଲପାଇବା ପାଇଁ ମୁଁ କୃତଜ୍ଞତା ଜଣାଉଛି ବୋଲି ବରୁଣ କହିଛନ୍ତି।publive-image

Advertisment

ସୂଚନା ଯୋଗ୍ୟ ଯେ, ନିକଟରେ ବରୁଣ ତେଜ କୋନିଡେଲା ଏବଂ ରାମ ଚରଣ ଏକାସଙ୍ଗେ ଖ୍ରୀଷ୍ଟମାସ ପାର୍ଟିରେ ସାମିଲ ହୋଇଥିଲେ। ଏହାପରେ ଉଭୟଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ଏହି ପାର୍ଟି ବରୁଣ ତେଜଙ୍କ ଭଉଣୀ ଦେଇଥିଲେ। ଯିଏ ନିକଟରେ ଅଭିନେତା ଚୈତନ୍ୟଙ୍କୁ ବିବାହ କରିଛନ୍ତି। ଏହି ପାର୍ଟିରେ ସାଇ ଧର୍ମ ତେଜ, ବରୁଣ ତେଜ, ଅଲ୍ଲୁ ସିରିଶ, ଅଲ୍ଲୁ ବବି, ଚିରଞ୍ଜିବୀଙ୍କ ଝିଅ ଶ୍ରୀଜା ଏବଂ ସୁସ୍ମିତା ମଧ୍ୟ ସାମିଲ ହୋଇଥିଲେ।

Tollywood