Advertisment

ପରଲୋକରେ କମେଡ଼ି ଓ ମିମିକ୍ରି ପାଇଁ ଜଣାଶୁଣା ଅଭିନେତ୍ରୀ ସୁବି

ମୃତ୍ୟୁ ବେଳକୁ ତାଙ୍କୁ ୪୧ ବର୍ଷ ବୟସ ହୋଇଥିଲା।

Subi Suresh

Subi Suresh

Advertisment

ପୁଣି ଫିଲ୍ମ ଜଗତରୁ ଆସିଲା ଦୁଃଖଦ ଖବର। ନିଜର ଜବରଦସ୍ତ କମେଡ଼ି ଓ ମିମିକ୍ରିର ଯାଦୁରେ ଲୋକଙ୍କ ହୃଦୟ ଜିତିଥିବା ମଲୟାଲମ ଫିଲ୍ମ ଅଭିନେତ୍ର ସୁବି ସୁରେଶ ଆଉ ନାହାନ୍ତି। ଅଭିନେତ୍ରୀ ତଥା ଟେଲିଭିଜନ ହୋଷ୍ଟ ସୁବି ସୁରେଶଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୧ ବର୍ଷ ବୟସ ହୋଇଥିଲା। 

Advertisment

ଋିପୋର୍ଟ ମୁତାବକ, ସେ ଦୀର୍ଘ ଦିନ ଧରି ଲିଭର ସହ ଜଡିତ ସମସ୍ୟାରେ ପୀଡିତ ଥିଲେ। ଗତ କିଛି ମାସ ହେବ ତାଙ୍କର ଚିକିତ୍ସା ଚାଲିଥିଲା। ତେବେ ଆଜି ଚିକିତ୍ସିତ ଅବସ୍ଥାରେ କୋଚ୍ଚିର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।  

ସୁୁବି ମଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ଚେହେରା। ଯିଏକି ଫିଲ୍ମରେ ଜବରଦସ୍ତ ଅଭିନୟ କରି ଲୋକଙ୍କ ହୃଦୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ। ମିମିକ୍ରି କଳାକାର ରୂପେ ସୁବି ନିଜ କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କ କମେଡି ଶୋ’ ‘ସିନେମାଲା’ ଖୁବ୍ ଚର୍ଚ୍ଚାରେ ଥିଲା। ଏହାପରେ ଅନେକ ଟିଭି ଶୋ’ ହୋଷ୍ଟ କରିବା ଠାରୁ ଆରମ୍ଭ କରି କମେଡି ଶୋ’ କରିଥିଲେ। 

Advertisment

କେବଳ ଟିଭି ଶୋ’ ନୁହେଁ ଅନେକ ମଲୟାଲମ ଫିଲ୍ମରେ ମଧ୍ୟ ସୁବି କାମ କରିଛନ୍ତି। ବିଶେଷ କରି ସେ ‘ହାପି ହଜବ୍ୟାଣ୍ଡ’  ଓ ‘କଙ୍କନାସିମହସନମ୍‌’ଭଳି ଫିଲ୍ମରେ ନିଜର ଦମ୍‌ଦାର କମେଡି ପାଇଁ ବେଶ୍ ଜଣାଶୁଣା। ସୁବି ସୁରେଶଙ୍କ ଏଭଳି ହଠାତ୍ ଦେହାନ୍ତ ହେବା ଖବର ଏବେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଶକ୍ତ ଝଟ୍‌କା ଦେଇଛି। 

ସାଉଥ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ଦୁଲକର ସଲମାନ ସୋଶାଲ ମିଡିଆ ଜରିଆରେ ସୁବି ସୁରେଶଙ୍କ ଦେହାନ୍ତ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଅଭିନେତ୍ରୀଙ୍କ ସହ ଏକ ଫଟୋ ଶେଆର କରି ଲେଖିଛନ୍ତି, ‘ତାଙ୍କ ଦେହାନ୍ତ ଖବର ଶୁଣି ମୋତେ ଶକ୍ତ ଝଟ୍‌କା ଲାଗିଛି। ସେ ବେଶ୍ କମ୍ ବୟସରେ ଚାଲିଗଲେ। ସେ ନିଜ କ୍ୟାରିୟରରେ ଅହୁରି ଅନେକ କିଛି କରିବା ବାକି ଥିଲା। ଏହା ମଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ବଡ କ୍ଷତି।’ 

Tollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe