Advertisment

ଅମିତାଭଙ୍କ ସହ ସ୍କ୍ରିନ ଶେଆର କରିବେ ସାଉଥ ସୁନ୍ଦରୀ

ମୁମ୍ବାଇ: ଟଲିଉଡ ପରେ ଏବେ ବଲିଉଡ ମୁହାଁ ସାଉଥ ସୁନ୍ଦରୀ ରଶ୍ମୀକା ମନ୍ଦନା। ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବେ ସାଉଥର ଚୁଲବୁଲି ଅଭିନେତ୍ରୀ ତଥା ନ୍ୟାଶନାଲ କ୍ରସ ରଶ୍ମୀକା। ଅପକମିଂ ଫିଲ୍ମ ‘ମିସନ ମଜନୁ’ରେ ସେ ନଜର ଆସିବେ । ତବେ ପ୍ରଥମ ବଲିଉଡ ଫିଲ୍ମ ରିଲିଜ ହେବା ପୂର୍ବରୁ ସେ ଏବେ ଦ୍ୱିତୀୟ ଫିଲ୍ମ ବି ସାଇନ କରିସାଲେଣି । ସେ ଖୁବଶୀଘ୍ର ବିଗ ବି ତଥା ମହାନାୟକ ଅମିତାଭ ବଚ୍ଚନଙ୍କ ସହ ସ୍କ୍ରିନ ଶେଆର […]

author-image
Madhupriya Mistry
ଅମିତାଭଙ୍କ ସହ ସ୍କ୍ରିନ ଶେଆର କରିବେ ସାଉଥ ସୁନ୍ଦରୀ

rashmika

ମୁମ୍ବାଇ: ଟଲିଉଡ ପରେ ଏବେ ବଲିଉଡ ମୁହାଁ ସାଉଥ ସୁନ୍ଦରୀ ରଶ୍ମୀକା ମନ୍ଦନା। ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବେ ସାଉଥର ଚୁଲବୁଲି ଅଭିନେତ୍ରୀ ତଥା ନ୍ୟାଶନାଲ କ୍ରସ ରଶ୍ମୀକା। ଅପକମିଂ ଫିଲ୍ମ ‘ମିସନ ମଜନୁ’ରେ ସେ ନଜର ଆସିବେ । ତବେ ପ୍ରଥମ ବଲିଉଡ ଫିଲ୍ମ ରିଲିଜ ହେବା ପୂର୍ବରୁ ସେ ଏବେ ଦ୍ୱିତୀୟ ଫିଲ୍ମ ବି ସାଇନ କରିସାଲେଣି । ସେ ଖୁବଶୀଘ୍ର ବିଗ ବି ତଥା ମହାନାୟକ ଅମିତାଭ ବଚ୍ଚନଙ୍କ ସହ ସ୍କ୍ରିନ ଶେଆର କରିବେ।

Advertisment

ବିକାଶ ବେହଲଙ୍କ ଅପକମିଂ ଫିଲ୍ମର ଲିଡ ରୋଲରେ ନଜର ଆସିବେ କର୍ଣ୍ଣାଟକ କ୍ରସ ରଶ୍ମୀକା। ଏଥିରେ ସେ ଅମିତାଭ ବଚ୍ଚନଙ୍କ ସହ କାମ କରିବେ । ବର୍ତ୍ତମାନ ପାଇଁ ଏହି ଫିଲ୍ମର ନାଁ ‘ଡେଡଲି’ ରଖାଯାଇଛି।

Advertisment


ସୂଚନା ମୁତାବକ ଏହି ଫିଲ୍ମର ଶୁଟିଂ ମାର୍ଚ୍ଚ ୨୦୨୧ରୁ ଆରମ୍ଭ ହେବ। ଫିଲ୍ମର ସିଡ୍ୟୁଲ ପ୍ରସ୍ତୁତ ହୋଇସାରିଛି। ଏହି ଫିଲ୍ମ ଏକତା କପୁର ଏବଂ ରିଲାଏନ୍ସର ମିଳିତ ପ୍ରଯୋଜନାରେ ନିର୍ମିତ ହେବ। ଫିଲ୍ମର କାହାଣୀ ବାପା ଓ ଝିଅ ସଂପର୍କ ଉପରେ ଆଧାରିତ । ନିନା ଗୁପ୍ତା ମଧ୍ୟ ଏହି ଫିଲ୍ମରେ ନଜର ଆସିବେ। ସେପଟେ ରଶ୍ମୀକା ‘ମିସନ୍ ମଜନୁ’ ରେ ମଧ୍ୟ ନଜର ଆସିବେ। ଏଥିରେ ତାଙ୍କୁ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ଅପୋଜିଟରେ ଦେଖିବାକୁ ମିଳିବ । ୨୩ ଡିସେମ୍ବରରେ ଏହି ଫିଲ୍ମ ନେଇ ଘୋଷଣା କରାଯାଇଛି । ଆଗାମୀ ବର୍ଷ ଫେବୃଆରୀ ମାସରେ ଫିଲ୍ମର ସୁଟିଂ ଆରମ୍ଭ ହେବ।

୨୦୧୬ରେ ରଶ୍ମୀକା ମନ୍ଦାନା କନ୍ନଡ ଫିଲ୍ମ କିରିକ ପାର୍ଟିରୁ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। କିରିକ ପାର୍ଟି, ଅଞ୍ଜନୀ ପୁତ୍ର, ଗୀତା ଗୋବିନ୍ଦମ୍ ଭଳି ଫିଲ୍ମରେ କାମ କରିସାରିଛନ୍ତି ରଶ୍ମୀକା। ରଶ୍ମୀକା କନ୍ନଡ ବ୍ୟତୀତ ତାମିଲ, ତେଲୁଗୁ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ରଶ୍ମୀକା ତାଙ୍କ ଅଭିନୟ ପାଇଁ ୨୦୧୭ରେ ସାଉଥ୍ ଇଣ୍ଡିଆନ୍ ଇଣ୍ଟରନ୍ୟାସନାଲ ମୁଭି ଆୱାର୍ଡସରେ ବେଷ୍ଟ୍ ଡେବ୍ୟୁ ଫିମେଲ ପୁରସ୍କାର ପାଇଥିଲେ।

Bollywood