Advertisment

ବଲିଉଡ୍‌ରେ ଡେବ୍ୟୁ କରିବେ ସାଉଥ୍ ଅଭିନେତ୍ରୀ ଶାଳିନୀ ପାଣ୍ଡେ

ମୁମ୍ବାଇ: ସାଉଥ୍ ଅଭିନେତ୍ରୀ ଶାଳିନୀ ପାଣ୍ଡେ ବଲିଉଡ୍‌ରେ ଡେବ୍ୟୁ କରିବେ। ସୁପର୍‌ହିଟ୍‌ ସିନେମା ‘ଅର୍ଜୁନ ରେଡ୍ଡୀ’ରେ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟିଥିବା ଶାଳିନୀ ଏବେ ବଲିଉଡ୍‌ରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଚାହୁଁଛନ୍ତି। ‘ଅର୍ଜୁନ ରେଡ୍ଡୀ’ ହେଉଛି ସେହି ସିନେମା ଯାହାର ହିନ୍ଦୀ ରିମେକ୍‌ ‘କବୀର ସିଂହ’ ବ୍ଲକ୍‌ବଷ୍ଟର ହୋଇଥିଲା। ଶାଳିନୀ ୟଶ୍‌ରାଜ୍‌ ଫିଲ୍ମ ପ୍ରଡକ୍ସନ୍‌ରୁ ବଲିଉଡ୍‌ରେ ପାଦ ଥାପିବାକୁ ଯାଉଛନ୍ତି ଯାହାକି ଅନେକ ଅଭିନେତ୍ରୀଙ୍କର ସ୍ୱପ୍ନ ଥାଏ। ସେ ରଣବୀର ସିଂଙ୍କ ସହ ଫିଲ୍ମ […]

ଅଦ୍ୟତନ ହୋଇଛି
ବଲିଉଡ୍‌ରେ ଡେବ୍ୟୁ କରିବେ ସାଉଥ୍ ଅଭିନେତ୍ରୀ ଶାଳିନୀ ପାଣ୍ଡେ 

shalini

Advertisment

ମୁମ୍ବାଇ: ସାଉଥ୍ ଅଭିନେତ୍ରୀ ଶାଳିନୀ ପାଣ୍ଡେ ବଲିଉଡ୍‌ରେ ଡେବ୍ୟୁ କରିବେ। ସୁପର୍‌ହିଟ୍‌ ସିନେମା ‘ଅର୍ଜୁନ ରେଡ୍ଡୀ’ରେ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟିଥିବା ଶାଳିନୀ ଏବେ ବଲିଉଡ୍‌ରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଚାହୁଁଛନ୍ତି। ‘ଅର୍ଜୁନ ରେଡ୍ଡୀ’ ହେଉଛି ସେହି ସିନେମା ଯାହାର ହିନ୍ଦୀ ରିମେକ୍‌ ‘କବୀର ସିଂହ’ ବ୍ଲକ୍‌ବଷ୍ଟର ହୋଇଥିଲା।

Advertisment

ଶାଳିନୀ ୟଶ୍‌ରାଜ୍‌ ଫିଲ୍ମ ପ୍ରଡକ୍ସନ୍‌ରୁ ବଲିଉଡ୍‌ରେ ପାଦ ଥାପିବାକୁ ଯାଉଛନ୍ତି ଯାହାକି ଅନେକ ଅଭିନେତ୍ରୀଙ୍କର ସ୍ୱପ୍ନ ଥାଏ। ସେ ରଣବୀର ସିଂଙ୍କ ସହ ଫିଲ୍ମ ‘ଜୟେଶଭାଇ ଜୋରଦାର୍‌’ରେ ଅଭିନୟ କରିବେ। ପ୍ରଡକ୍ସନ ହାଉସକୁ ଏକ ଫ୍ରେଶ୍ ଚେହେରା ଆବଶ୍ୟକ ଥିବାବେଳେ। ତେଣୁ ସେମାନେ ଶାଳିନୀଙ୍କୁ ବାଛିଥିଲେ ବୋଲି ଜଣାଯାଇଛି।

https://twitter.com/RanveerOfficial/status/1202097929911033857

ୟଶ୍‌ରାଜ୍‌ ଫିଲ୍ମ ପ୍ରଡକ୍ସନ୍‌ରୁ ପ୍ରଥମ ବଲିଉଡ୍‌ ଫିଲ୍ମ ପାଇ ଖୁସି ଅଛନ୍ତି ଶାଳିନୀ। ଏଥିସହ ରଣବୀର ସିଂହଙ୍କ ସହ କାମ କରୁଥିବାରୁ ମଧ୍ୟ ସେ ବେଶ୍ ଉତ୍ସାହିତ ଅଛନ୍ତି। ସେ କହିଛନ୍ତି, “ରଣବୀର ସିଂହ ଆମ ପିଢ଼ିର ସବୁଠୁ ବଡ଼ ସୁପରଷ୍ଟାର୍‌। ସେ ଜଣେ ଭର୍ସାଟାଇଲ୍‌ ଆକ୍ଟର। ତେଣୁ ତାଙ୍କ ସହ କାମ କରିବା ବେଶ୍ ରୋମାଞ୍ଚକର ହେବ ଓ ଆହୁରି ଭଲ କାମ କରିବା ପାଇଁ ପ୍ରେରଣା ଯୋଗାଇବ।”

Advertisment

https://twitter.com/ishalinipandey/status/1195703668546256898

ସୂଚନାଯୋଗ୍ୟ, ଫିଲ୍ମ ‘ଜୟେଶଭାଇ ଜୋରଦାର୍‌’ ମହିଳା ସଶକ୍ତିକରଣ ଉପରେ ଆଧାରିତ। ଦିବ୍ୟାଙ୍ଗ ଠକ୍କର ଏହାର ନିର୍ଦ୍ଦେଶନା ଭାର ନେଇଛନ୍ତି। ଫିଲ୍ମଟି ଆସନ୍ତା ବର୍ଷ ରିଲିଜ୍‌ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe