କାନ୍(ଫ୍ରାନ୍ସ): ଦକ୍ଷିଣ କୋରିଆର ବଙ୍ଗ୍-ଜୁନ୍-ହୋ ନିର୍ଦ୍ଦେଶିତ ଫିଲ୍ମ ‘ପାରାସାଇଟ୍’ କାନ୍ ଫିଲ୍ମ ଫେଷ୍ଟିଭାଲ୍ରେ ଶ୍ରେଷ୍ଠ ଫିଲ୍ମ ବିବେଚିତ ହୋଇ ମର୍ଯ୍ୟାଦାପୂର୍ଣ୍ଣ 'ପାମଡୋର୍' ପୁରସ୍କାର ଜିତିଛି।
ହ୍ୟୁମର୍ ଏବଂ ସସ୍ପେନ୍ସକୁ ନେଇ ଏହି ଫିଲ୍ମ ତିଆରି ହୋଇଛି। ଏହା ଫିଲ୍ମର ନିର୍ଦ୍ଦେଶକ, ଅଭିନେତା-ଅଭିନେତ୍ରୀ ଓ ପ୍ରଯୋଜକଙ୍କ ପାଇଁ ଗର୍ବ ଓ ଗୌରବ ଆଣିଦେଇଛି। କାରଣ, ବିଶ୍ୱର ସବୁଠୁ ମର୍ଯ୍ୟାଦାସମ୍ପନ୍ନ ଓ ବଡ଼ ଫିଲ୍ମ ଫେଷ୍ଟିଭାଲ୍ରେ ପ୍ରଥମ ସାଉଥ୍ କୋରିଆନ୍ ଫିଲ୍ମ ଭାବେ 'ପାମଡୋର୍’ ପୁରସ୍କାର ଜିତି ନୂଆ ଇତିହାସ ସୃଷ୍ଟି କରିଛି।
‘ କାନରେ କ୍ୱେଣ୍ଟିନ ଟାରାଣ୍ଟିନୋଙ୍କ ବହୁଚର୍ଚ୍ଚିତ ‘ୱାନ୍ସ ଓପନ୍ ଟାଇମ୍ ଇନ୍ ହଲିଉଡ୍’ ମଧ୍ୟ 'ପାମଡୋର' ପୁରସ୍କାର ଦୌଡ଼ରେ ସାମିଲ୍ ଥିଲା।'ପାମଡୋର୍’ ବିଜେତା ‘ପାରାସାଇଟ୍’ଏକ ଡାର୍କ କମେଡି ଫିଲ୍ମ। ଧନୀ ହେବା ପାଇଁ ସ୍ୱପ୍ନ ଦେଖୁଥିବା ଏକ ପରିବାରର ଚାରିଜଣ ସଦସ୍ୟଙ୍କ କାହାଣୀ ଉପରେ ଏହି ଫିଲ୍ମ ଆଧାରିତ। ଏହି ଫିଲ୍ମର ହଲିଉଡ୍ରେ ବହୁତ ଚର୍ଚ୍ଚା ହେବା ସହ ଲୋକେ ମଧ୍ୟ ଏହି ଫିଲ୍ମକୁ ବହୁତ ପସନ୍ଦ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Bollywood
ହାସ୍ୟ ଅଭିନେତା ଟିକୁଙ୍କୁ ହୃଦ୍ଘାତ! ହସ୍ପିଟାଲରେ ଭର୍ତ୍ତି
ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।