Advertisment

ଶାଢ଼ି ପିନ୍ଧିବା ନେଇ ଏମିତି ଉତ୍ତର ଦେଲେ ସାଉଥ୍‌ କଣ୍ଠଶିଳ୍ପୀ, ସୋଶାଲ୍‌ ମିଡିଆରେ ଭାଇରାଲ୍‌

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଶାଢ଼ି ପିନ୍ଧିବା ପାଇଁ ଜଣେ ଫ୍ୟାନ୍‌ଙ୍କ ପ୍ରସ୍ତାବ ଉପରେ ଜଣାଶୁଣା ଦକ୍ଷିଣ ଭାରତୀୟ କଣ୍ଠଶିଳ୍ପୀ ଚିନ୍ମୟୀ ଶ୍ରୀପଦା ଏପରି କିଛି ଜବାବ୍‌ ରଖିଛନ୍ତି, ଯାହା ସୋଶାଲ୍‌ ମିଡିଆରେ ଖୁବ୍ ଭାଇରାଲ୍‌ ହୋଇଛି। ରାମ୍‌ କୁମାର ନାମକ ଜଣେ ଫ୍ୟାନ୍‌ ଚିନ୍ମୟୀଙ୍କୁ ଟ୍ୟାଗ୍‌ କରି ଟ୍ୱିଟ୍‌ କରିଥିଲେ ଯେ ‘‘ଆପଣ ଭଲ ଗୀତ ଗାଉଛନ୍ତି। ଆପଣ ଖୁବ୍‌ ସାହସୀ, ସୁନ୍ଦରୀ, ଆତ୍ମବିଶ୍ୱାସୀ ଓ ଅନେକଙ୍କ ପାଇଁ ରୋଲ୍‌ ମଡେଲ୍‌। ଆପଣ ସେତେବେଳେ ଆହୁରି ଭଲ ପ୍ରଦର୍ଶନ […]

ଅଦ୍ୟତନ ହୋଇଛି
ଶାଢ଼ି ପିନ୍ଧିବା ନେଇ ଏମିତି ଉତ୍ତର ଦେଲେ ସାଉଥ୍‌ କଣ୍ଠଶିଳ୍ପୀ, ସୋଶାଲ୍‌ ମିଡିଆରେ ଭାଇରାଲ୍‌

chinamyee

Advertisment

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଶାଢ଼ି ପିନ୍ଧିବା ପାଇଁ ଜଣେ ଫ୍ୟାନ୍‌ଙ୍କ ପ୍ରସ୍ତାବ ଉପରେ ଜଣାଶୁଣା ଦକ୍ଷିଣ ଭାରତୀୟ କଣ୍ଠଶିଳ୍ପୀ ଚିନ୍ମୟୀ ଶ୍ରୀପଦା ଏପରି କିଛି ଜବାବ୍‌ ରଖିଛନ୍ତି, ଯାହା ସୋଶାଲ୍‌ ମିଡିଆରେ ଖୁବ୍ ଭାଇରାଲ୍‌ ହୋଇଛି।

Advertisment

ରାମ୍‌ କୁମାର ନାମକ ଜଣେ ଫ୍ୟାନ୍‌ ଚିନ୍ମୟୀଙ୍କୁ ଟ୍ୟାଗ୍‌ କରି ଟ୍ୱିଟ୍‌ କରିଥିଲେ ଯେ ‘‘ଆପଣ ଭଲ ଗୀତ ଗାଉଛନ୍ତି। ଆପଣ ଖୁବ୍‌ ସାହସୀ, ସୁନ୍ଦରୀ, ଆତ୍ମବିଶ୍ୱାସୀ ଓ ଅନେକଙ୍କ ପାଇଁ ରୋଲ୍‌ ମଡେଲ୍‌। ଆପଣ ସେତେବେଳେ ଆହୁରି ଭଲ ପ୍ରଦର୍ଶନ କରିପାରିବେ, ଯେତେବେଳେ ଶାଢ଼ି କିମ୍ବା କୌଣସି ଭାରତୀୟ ପୋଷାକ ପରିଧାନ କରିବେ।’’

ଏହାର ଉତ୍ତରରେ ଶ୍ରୀପଦା ଲେଖିଥିଲେ ଯେ “ଶାଢ଼ି ପିନ୍ଧିବା ପରେ କିଛି ପୁରୁଷ ମୋର ଛାତି ଓ ଅଣ୍ଟାର ଫଟୋ ଉଠାଇ ପର୍ଣ୍ଣ ସାଇଟ୍‌ରେ ଛାଡ଼ି ଦେଉଛନ୍ତି। ଏହା ପରେ ମୋ ପାଖକୁ ଏମିତି ମେସେଜ ଆସୁଛି, ଯେଉଁଥିରେ କିଛି ପୁରୁଷ ନିହାତି ଅଶ୍ଲୀଳ ଆଚରଣ କରୁଥିବା ଦେଖିବାକୁ ମିଳୁଛି। ମୁଁ ଜଣେ ଭାରତୀୟ ଭାବେ ଶାଢ଼ି ଓ ଜିନ୍ସ ପିନ୍ଧିବାକୁ ପସନ୍ଦ କରେ।”

Advertisment

ଶ୍ରୀପଦାଙ୍କ ଏପରି ଉତ୍ତର ଏବେ ସୋଶାଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe