Advertisment

ନାଗାର୍ଜୁନ ବାତିଲ କଲେ ମାଳଦ୍ୱୀପ ଟ୍ରିପ୍‌; କହିଲେ - ଲାକ୍ଷାଦ୍ୱୀପ ଯିବି

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ମାଳଦ୍ୱୀପ ମନ୍ତ୍ରୀଙ୍କ ନକରାତ୍ମକ ଟିପ୍ପଣୀ ପରେ ନିଜ ମାଲଦ୍ୱୀପ ଟ୍ରିପ୍‌କୁ ବାତିଲ କରିଛନ୍ତି ସାଉଥ୍‌ ସୁପରଷ୍ଟାର ନାଗାର୍ଜୁନ।

author-image
Niharika Rout
South Star Nagarjuna

South Star Nagarjuna

ମାଳଦ୍ୱୀପ ଭାରତୀୟ ସେଲିବ୍ରିଟିଙ୍କ ମନ ପସନ୍ଦର ହଲିଡେ ଡେଷ୍ଟିନେସନ । ଟିକେ ଫୁରସତ ପାଇଲେ ବଲିଉଡ ସମେତ ସାଉଥ ସେଲିବ୍ରିଟି ବି ମାଲଦ୍ୱୀପମୁହାଁ ହୋଇଥାନ୍ତି। କିନ୍ତୁ ଏବେ ଲାକ୍ଷାଦ୍ୱୀପକୁ ନେଇ ଦେଖାଦେଇଥିବା ତିକ୍ତତା ଉଭୟ ଦେଶ ମଧ୍ୟରେ ଫାଟ ସୃଷ୍ଟି କରିଛି। ଏହାର ପ୍ରଭାବ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରେ ବି ପଡ଼ୁଥିବା ଦେଖିବାକୁ ମିଳିଛି।

Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ମାଳଦ୍ୱୀପ ମନ୍ତ୍ରୀଙ୍କ ନକରାତ୍ମକ ଟିପ୍ପଣୀ ପରେ ନିଜ ମାଲଦ୍ୱୀପ ଟ୍ରିପ୍‌କୁ ବାତିଲ କରିଛନ୍ତି ସାଉଥ୍‌ ସୁପରଷ୍ଟାର ନାଗାର୍ଜୁନ। ନାଗାର୍ଜୁନ ନିଜ ପରିବାର ସହ ଛୁଟି ବିତାଇବା ପାଇଁ ମାଳଦ୍ୱୀପ ଯିବାକୁ ଟିକେଟ କରିଥିଲେ। ମାତ୍ର ଶେଷ ମୁହୂର୍ତ୍ତରେ ସେ ଏହି ଟିକେଟକୁ ବାତିଲ କରି ଦେଇଛନ୍ତି।

ମାଳଦ୍ୱୀପ ପରିବର୍ତ୍ତେ ଲାକ୍ଷାଦ୍ୱୀପ ଯିବାକୁ ଯୋଜନା କରୁଥିବା ସେ କହିଛନ୍ତି। ମାଳଦ୍ୱୀପ ମନ୍ତ୍ରୀଙ୍କ ନକରାତ୍ମକ ଟିପ୍ପଣୀ ଉପରେ ଖପ୍ପା ନାଗାର୍ଜୁନ କହିଛନ୍ତି, ସବୁ ଆକ୍ସନର ରିଆକ୍ସନ ରହିଛି।

Advertisment

ଏକ ସାକ୍ଷାତକାରରେ ନାଗାର୍ଜୁନ କହିଛନ୍ତି, ୭୫ ଦିନ ଧରି ବିନା ବ୍ରେକ୍‌ରେ କାମ କରିବା ପରେ ଫ୍ୟାମିଲି ଭ୍ୟାକେସନ ପାଇଁ ମାଲଦ୍ୱୀପ ଯିବାକୁ ଯୋଜନା କରିଥିଲୁ। କିନ୍ତୁ ଏବେ ଉଭୟ ଦେଶ ମଧ୍ୟରେ ସୁସ୍ଥ ବାତାବରଣ ନ ଥିବାରୁ ମାଲଦ୍ୱୀପ ବଦଳରେ ଆସନ୍ତା ସପ୍ତାହରେ ଲାକ୍ଷାଦ୍ୱୀପ ଯିବାକୁ ଯୋଜନା କରୁଛୁ।

ପ୍ରଧାନମନ୍ତ୍ରୀଙ୍କ ସପକ୍ଷରେ ବାହାରି ମାଲଦ୍ୱୀପ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ନାଗାର୍ଜୁନ । ଏନେଇ ସେ କହିଛନ୍ତି, ମୋଦି ଦେଢଶ’ କୋଟି ଭାରତୀୟଙ୍କ ନେତୃତ୍ୱ କରୁଛନ୍ତି। ତାଙ୍କ ପ୍ରତି ଏପରି ଟିପ୍ପଣୀ, ବ୍ୟବହାର କେବେବି ଗ୍ରହଣୀୟ ନୁହେଁ।

ନାଗାର୍ଜୁନଙ୍କ ପୂର୍ବରୁ ଆହୁରି ବହୁ ଭାରତୀୟ ସେଲିବ୍ରିଟି ବି ମାଳଦ୍ୱୀପକୁ ବୟକଟ କରିବା ସହ ଲାକ୍ଷାଦ୍ୱୀପର ପ୍ରମୋଶନ କରୁଥିବା ଦେଖିବାକୁ ମିଳିଛି।

Lakshadweep Vs Maldives