Advertisment

ସୁପରଷ୍ଟାରଙ୍କ ପାଇଁ ସୁଇସାଇଡ୍

ଚେନ୍ନାଇ: ତାମିଲ ସୁପରଷ୍ଟାରଙ୍କ ପାଇଁ କଲେ ସୁଇସାଇଡ୍ । ବିଶ୍ୱାସମ୍, ବେଦାଲମ ଏବଂ ବୀରମ୍ ଭଳି ସୁପରହିଟ୍ ତାମିଲ ଫିଲ୍ମରେ କାମ କରିଥିବା ସୁପରଷ୍ଟାର ଅଜିତଙ୍କ ପାଇଁ ଆତ୍ମହତ୍ୟା କରିଛନ୍ତି ତାଙ୍କର ଜଣେ ଜବରା ଫ୍ୟାନ୍। ଏହି ଖବର ସାମ୍ନାକୁ ଆସିବା ପରେ ପୁରା ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରି ଚକିତ ହୋଇପଡିଛି। ତାମିଲ ସୁପରଷ୍ଟାର ଅଜିତ କୁମାରଙ୍କ ଫ୍ୟାନ କ୍ଲବରେ ଏହି ଅତ୍ମହତ୍ୟା ସମ୍ପନ୍ଧୀୟ ଖବର ପ୍ରକାଶିତ ହୋଇଛି । ଫ୍ୟାନ କ୍ଲବର ଟୁଇଟର ହ୍ୟାଣ୍ଡେଲରେ କିଛି […]

author-image
Madhupriya Mistry
ଅଦ୍ୟତନ ହୋଇଛି
ସୁପରଷ୍ଟାରଙ୍କ ପାଇଁ ସୁଇସାଇଡ୍

Ajith Kumar

ଚେନ୍ନାଇ: ତାମିଲ ସୁପରଷ୍ଟାରଙ୍କ ପାଇଁ କଲେ ସୁଇସାଇଡ୍ । ବିଶ୍ୱାସମ୍, ବେଦାଲମ ଏବଂ ବୀରମ୍ ଭଳି ସୁପରହିଟ୍ ତାମିଲ ଫିଲ୍ମରେ କାମ କରିଥିବା ସୁପରଷ୍ଟାର ଅଜିତଙ୍କ ପାଇଁ ଆତ୍ମହତ୍ୟା କରିଛନ୍ତି ତାଙ୍କର ଜଣେ ଜବରା ଫ୍ୟାନ୍। ଏହି ଖବର ସାମ୍ନାକୁ ଆସିବା ପରେ ପୁରା ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରି ଚକିତ ହୋଇପଡିଛି।

Advertisment

ତାମିଲ ସୁପରଷ୍ଟାର ଅଜିତ କୁମାରଙ୍କ ଫ୍ୟାନ କ୍ଲବରେ ଏହି ଅତ୍ମହତ୍ୟା ସମ୍ପନ୍ଧୀୟ ଖବର ପ୍ରକାଶିତ ହୋଇଛି । ଫ୍ୟାନ କ୍ଲବର ଟୁଇଟର ହ୍ୟାଣ୍ଡେଲରେ କିଛି ଫଟୋ ପୋଷ୍ଟ ଶେଆର କରାଯିବା ସହ ଜଣେ ଭଲ ପ୍ରଶଂସକଙ୍କୁ ହରାଇଥିବା ନେଇ ଉଲ୍ଲେଖ କରାଯାଇଛି। ଆତ୍ମହତ୍ୟା କରିଥିବା ଏହି ବ୍ୟକ୍ତିଙ୍କ ନାଁ ହେଉଛି ପ୍ରକାଶ। ତେବେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି, ଆତ୍ମହତ୍ୟା ପଛର କାରଣ କ’ଣ ରହିଛି, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳି ନାହିଁ। ପୁଲିସ ପକ୍ଷରୁ ମଧ୍ୟ ଏନେଇ କିଛି ସୂଚନା ମିଳିନାହିଁ। ଅନ୍ୟପକ୍ଷରେ ସୋଶାଲ ମିଡିଆରେ ଏହି ପ୍ରଶଂସକ ଜଣକଙ୍କ ଆତ୍ମହତ୍ୟା ଖବର ଭାଇରାଲ ହେବାରେ ଲାଗିଛି।

ଅଜିତଙ୍କ ଫ୍ୟାନ କ୍ଲବ ପେଜରେ ଶେଆର ହୋଇଥିବା ଫଟୋରେ ଉକ୍ତ ଫ୍ୟାନ ଜଣଙ୍କ ନିଜ ଶରୀରରେ ଅଜିତଙ୍କ ନାଁରେ ଅନେକ ଟାଟୁ କରିଥିବା ଦେଖିବାକୁ ମିଳିଛି।  ତାମିଲ ଭାଷାରେ ଅଜିତ ତାଙ୍କ ଭଗବାନ ବୋଲି ସେ ଲେଖିଛନ୍ତି। ଏଥିସହ ଟାଟୁ ଜରିଆରେ ଅଜିତଙ୍କ ଫଟୋ ଚିତ୍ର ମଧ୍ୟ ଆଙ୍କିଥିବା ଦେଖିବାକୁ ମିଳିଛି।

Advertisment

ସୂଚନାଯୋଗ୍ୟ, ୧୯୯୦ ମସିହାରେ ‘ଏନ ବିଜୁ ଏନ କାନାୱର’ ଫିଲ୍ମ ଜରିଆରେ ସାଉଥ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ ଅଭିନେତା ଅଜିତ। ୧୯୯୩ ମସିହାରେ ‘ଅମରାବତୀ’ ଫିଲ୍ମ ଜରିଆରେ ପ୍ରଥମ କରି ତାଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିଥିଲା। ଏହାପରେ ସେ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦେଇ ଚାଲିଛନ୍ତି।  ତାମିଲ ଇଣ୍ଡଷ୍ଟ୍ରିରେ ତାଙ୍କର ପ୍ରାୟ ୫୦ ବର୍ଷ ପୂର୍ତ୍ତି ହୋଇସାରିଲାଣି।

Tollywood