୧.୩ କୋଟିର ସାହାଯ୍ୟ ଘୋଷଣା କଲେ ବିଜୟ ଦେବରାକୋଣ୍ଡା

ମୁମ୍ବାଇ: କରୋନା ଭାଇରସ୍ ସମଗ୍ର ବିଶ୍ୱରେ ନିଜର କାୟା ବିସ୍ତାର କରିସାରିଛି। ସରକାର ଏହା ସହ ଲଢ଼ିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ଏହି ମହାମାରୀ କାରଣରୁ ସମଗ୍ର ଦେଶକୁ ମେ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ କରିଦିଆଯାଇଛି। ଏହି କଠିନ ସମୟରେ ବହୁ ଲୋକ ସାହାଯ୍ୟର ହାତ ବଢ଼ାଉଛନ୍ତି। ବିଶେଷ କରି ସେଲେବ୍ରିଟିମାନେ ମନ ଖୋଲି ସାହାଯ୍ୟ କରୁଛନ୍ତି। ବଲିଉଡ୍ ଠାରୁ ଆରମ୍ଭ କରି ସାଉଥ୍ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ, ଅନେକ ତାରକା ଅସହାୟଙ୍କୁ ସାହାଯ୍ୟ […]

vijay

vijay

Chinmayee Roy
  • Published: Monday, 27 April 2020
  • Updated: 27 April 2020, 03:02 PM IST

Sports

Latest News

ମୁମ୍ବାଇ: କରୋନା ଭାଇରସ୍ ସମଗ୍ର ବିଶ୍ୱରେ ନିଜର କାୟା ବିସ୍ତାର କରିସାରିଛି। ସରକାର ଏହା ସହ ଲଢ଼ିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ଏହି ମହାମାରୀ କାରଣରୁ ସମଗ୍ର ଦେଶକୁ ମେ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ କରିଦିଆଯାଇଛି। ଏହି କଠିନ ସମୟରେ ବହୁ ଲୋକ ସାହାଯ୍ୟର ହାତ ବଢ଼ାଉଛନ୍ତି। ବିଶେଷ କରି ସେଲେବ୍ରିଟିମାନେ ମନ ଖୋଲି ସାହାଯ୍ୟ କରୁଛନ୍ତି। ବଲିଉଡ୍ ଠାରୁ ଆରମ୍ଭ କରି ସାଉଥ୍ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ, ଅନେକ ତାରକା ଅସହାୟଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ବର୍ତ୍ତମାନ ଏହି କ୍ରମରେ ସାଉଥ୍ ସିନେମାର ଲୋକପ୍ରିୟ ଅଭିନେତା ବିଜୟ ଦେବରାକୋଣ୍ଡାଙ୍କ ନାମ ମଧ୍ୟ ଯୋଡ଼ି ହୋଇଯାଇଛି।

https://twitter.com/TheDeverakonda/status/1254271282218057730?s=20

ବିଜୟ ଦେବରାକୋଣ୍ଡା କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ୧.୩ କୋଟି ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏହା ସହିତ ସେ ଏହି କଠିନ ସମୟରେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବା ଶ୍ରମିକମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ ଘୋଷଣା କରିଛନ୍ତି। ଏକ ଟ୍ୱିଟ୍‌ କରି ସେ ଲେଖିଛନ୍ତି, 'ଏଥିପାଇଁ ଆମ ମଧ୍ୟରୁ କେହି ପ୍ରସ୍ତୁତ ନୁହଁନ୍ତି। ଆମେ ଏଥିରୁ ବଞ୍ଚିବା ଏବଂ ଏଥିରୁ ବାହାରିବା। ଏହା ମୋତେ ବହୁତ ଆଶ୍ଚର୍ଯ୍ୟ କଲା, କିନ୍ତୁ ବର୍ତ୍ତମାନ ମୁଁ ମୋର ଚମତ୍କାର ଦଳ ସହିତ ଅଛି ଯାହାକି କେବେ ବି ଯୁଦ୍ଧ କରିବାକୁ ମନା କରେ ନାହିଁ।  ମୁଁ ୧.୩ କୋଟି ଟଙ୍କା ପାଣ୍ଠି ଘୋଷଣା କରି ଖୁସି ଅନୁଭବ କରୁଛି, ଯାହା ଦ୍ୱାରା ଆମେ ଅନେକ ଲୋକଙ୍କୁ ସାହାଯ୍ୟ କରିପାରିବା।'

https://youtu.be/5O3Aelv7c10

ଏଥି ସହିତ ସେ ଏକ ଭିଡିଓ ମଧ୍ୟ ଶେଆର୍ କରିଛନ୍ତି, ଯେଉଁଥିରେ ସେ ହଇରାଣ ହେଉଥିବା ଗରିବ ଶ୍ରମିକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ ଭିଡିଓରେ କହିଛନ୍ତି ଯେ କରୋନା ଭାଇରସ ସଙ୍କଟ ଦ୍ୱାରା ପ୍ରଭାବିତ ମଧ୍ୟବିତ୍ତ ପରିବାରକୁ ରିଲିଫ ଯୋଗାଇବା ପାଇଁ ଏକ ପାଣ୍ଠି ଯୋଗାଡ଼ କରାଯାଇଛି। ଏହି ପାଣ୍ଠି ପ୍ରଭାବିତ ପରିବାରକୁ ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ମୋଳିକ ଆବଶ୍ୟକତା ଯୋଗାଇବାରେ ସାହାଯ୍ୟ କରିବ। ଭିଡିଓରେ ସେ ଆହୁରି କହିଛନ୍ତି ଯେ ତାଙ୍କ ଦଳ ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଏହି ପାଣ୍ଠି ଦ୍ୱାରା ସାହାଯ୍ୟ ଯୋଗାଉଛି। ଆଉ ଏଥିପାଇଁ ସେମାନେ ଅତିରିକ୍ତ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।

https://www.instagram.com/tv/B_ZyRWlBGeG/?utm_source=ig_web_copy_link

ବିଜୟ 'ଅର୍ଜୁନ ରେଡ୍ଡୀ', 'ଡିଅର୍ କୋମରେଡ୍', ‘ଗୀତା ଗୋବିନ୍ଦମ’ ଏବଂ ‘ୱାର୍ଲ୍ଡସ୍ ଫେମସ୍ ଲଭର୍' ଭଳି ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି। ଆଗକୁ ସେ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସହ ବଲିଉଡ୍ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ପି. ଜଗନ୍ନାଥଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ନାଁ ହେଉଛି 'ଫାଇଟର୍'। ଏହି ଫିଲ୍ମଟି ହିନ୍ଦୀ ସହିତ ତେଲୁଗୁ ଭାଷାରେ ରିଲିଜ ହେବ। ଜଣାଇଦେବାକୁ ଚାହୁଁ ବିଜୟ ଫିଲ୍ମ 'ଅର୍ଜୁନ ରେଡ୍ଡୀ' ଜରିଆରେ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ। ଏହା ହେଉଛି ସେହି ଫିଲ୍ମ ଯାହାର ହିନ୍ଦୀ ରିମେକ୍ ‘କବୀର ସିଂହ’ ବ୍ଲକବଷ୍ଟର ହୋଇଥିଲା। ଏଥିରେ ବିଜୟଙ୍କ ରୋଲରେ ଶାହିଦ କପୁର ଅଭିନୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story