vijay
ମୁମ୍ବାଇ: କରୋନା ଭାଇରସ୍ ସମଗ୍ର ବିଶ୍ୱରେ ନିଜର କାୟା ବିସ୍ତାର କରିସାରିଛି। ସରକାର ଏହା ସହ ଲଢ଼ିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ଏହି ମହାମାରୀ କାରଣରୁ ସମଗ୍ର ଦେଶକୁ ମେ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ କରିଦିଆଯାଇଛି। ଏହି କଠିନ ସମୟରେ ବହୁ ଲୋକ ସାହାଯ୍ୟର ହାତ ବଢ଼ାଉଛନ୍ତି। ବିଶେଷ କରି ସେଲେବ୍ରିଟିମାନେ ମନ ଖୋଲି ସାହାଯ୍ୟ କରୁଛନ୍ତି। ବଲିଉଡ୍ ଠାରୁ ଆରମ୍ଭ କରି ସାଉଥ୍ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ, ଅନେକ ତାରକା ଅସହାୟଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ବର୍ତ୍ତମାନ ଏହି କ୍ରମରେ ସାଉଥ୍ ସିନେମାର ଲୋକପ୍ରିୟ ଅଭିନେତା ବିଜୟ ଦେବରାକୋଣ୍ଡାଙ୍କ ନାମ ମଧ୍ୟ ଯୋଡ଼ି ହୋଇଯାଇଛି।
https://twitter.com/TheDeverakonda/status/1254271282218057730?s=20
ବିଜୟ ଦେବରାକୋଣ୍ଡା କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ୧.୩ କୋଟି ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏହା ସହିତ ସେ ଏହି କଠିନ ସମୟରେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବା ଶ୍ରମିକମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ ଘୋଷଣା କରିଛନ୍ତି। ଏକ ଟ୍ୱିଟ୍ କରି ସେ ଲେଖିଛନ୍ତି, 'ଏଥିପାଇଁ ଆମ ମଧ୍ୟରୁ କେହି ପ୍ରସ୍ତୁତ ନୁହଁନ୍ତି। ଆମେ ଏଥିରୁ ବଞ୍ଚିବା ଏବଂ ଏଥିରୁ ବାହାରିବା। ଏହା ମୋତେ ବହୁତ ଆଶ୍ଚର୍ଯ୍ୟ କଲା, କିନ୍ତୁ ବର୍ତ୍ତମାନ ମୁଁ ମୋର ଚମତ୍କାର ଦଳ ସହିତ ଅଛି ଯାହାକି କେବେ ବି ଯୁଦ୍ଧ କରିବାକୁ ମନା କରେ ନାହିଁ। ମୁଁ ୧.୩ କୋଟି ଟଙ୍କା ପାଣ୍ଠି ଘୋଷଣା କରି ଖୁସି ଅନୁଭବ କରୁଛି, ଯାହା ଦ୍ୱାରା ଆମେ ଅନେକ ଲୋକଙ୍କୁ ସାହାଯ୍ୟ କରିପାରିବା।'
https://www.instagram.com/tv/B_ZyRWlBGeG/?utm_source=ig_web_copy_link
ବିଜୟ 'ଅର୍ଜୁନ ରେଡ୍ଡୀ', 'ଡିଅର୍ କୋମରେଡ୍', ‘ଗୀତା ଗୋବିନ୍ଦମ’ ଏବଂ ‘ୱାର୍ଲ୍ଡସ୍ ଫେମସ୍ ଲଭର୍' ଭଳି ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି। ଆଗକୁ ସେ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସହ ବଲିଉଡ୍ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ପି. ଜଗନ୍ନାଥଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ନାଁ ହେଉଛି 'ଫାଇଟର୍'। ଏହି ଫିଲ୍ମଟି ହିନ୍ଦୀ ସହିତ ତେଲୁଗୁ ଭାଷାରେ ରିଲିଜ ହେବ। ଜଣାଇଦେବାକୁ ଚାହୁଁ ବିଜୟ ଫିଲ୍ମ 'ଅର୍ଜୁନ ରେଡ୍ଡୀ' ଜରିଆରେ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ। ଏହା ହେଉଛି ସେହି ଫିଲ୍ମ ଯାହାର ହିନ୍ଦୀ ରିମେକ୍ ‘କବୀର ସିଂହ’ ବ୍ଲକବଷ୍ଟର ହୋଇଥିଲା। ଏଥିରେ ବିଜୟଙ୍କ ରୋଲରେ ଶାହିଦ କପୁର ଅଭିନୟ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/04/vijay.jpg)