Advertisment

କରୋନାରେ ଆକ୍ରାନ୍ତ ହେଲେ ସ୍ପେନ ସିଙ୍ଗର୍‌, ଲେଖିଲେ ଦୁଃଖପୂର୍ଣ୍ଣ ଲେଟର୍‌

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ଭାଇରସ୍‌ ମହାମାରୀ ଯୋଗୁ ୧୬ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଟମ୍‌ ହ୍ୟାଙ୍କସ୍‌ ଓ ଇନ୍ଦିରା ବର୍ମାଙ୍କ ପରି ହଲିଉଡ୍‌ ଅଭିନେତା ଓ ଅଭିନେତ୍ରୀ ମଧ୍ୟରେ କରୋନାର ଶିକାର ହୋଇଛନ୍ତି। ନିକଟରେ ସ୍ପେନର ଲୋକପ୍ରିୟ ଅପେରା ସିଙ୍ଗର ପ୍ଲାସିଡୋ ଡୋମିଙ୍ଗୋ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୭୯ ବର୍ଷୀୟ ପ୍ଲାସିଡୋ ସୋଶାଲ ମିଡିଆରେ ଫେସବୁକ ମାଧ୍ୟମରେ ଏହି ସୂଚନା ସମସ୍ତଙ୍କୁ ଦେଇଛନ୍ତି। କରୋନା ସହିତ କିପରି ଲଢ଼େଇ କରୁଛନ୍ତି, ଏହାକୁ […]

କରୋନାରେ ଆକ୍ରାନ୍ତ ହେଲେ ସ୍ପେନ ସିଙ୍ଗର୍‌, ଲେଖିଲେ ଦୁଃଖପୂର୍ଣ୍ଣ ଲେଟର୍‌

spain

Advertisment

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ଭାଇରସ୍‌ ମହାମାରୀ ଯୋଗୁ ୧୬ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଟମ୍‌ ହ୍ୟାଙ୍କସ୍‌ ଓ ଇନ୍ଦିରା ବର୍ମାଙ୍କ ପରି ହଲିଉଡ୍‌ ଅଭିନେତା ଓ ଅଭିନେତ୍ରୀ ମଧ୍ୟରେ କରୋନାର ଶିକାର ହୋଇଛନ୍ତି। ନିକଟରେ ସ୍ପେନର ଲୋକପ୍ରିୟ ଅପେରା ସିଙ୍ଗର ପ୍ଲାସିଡୋ ଡୋମିଙ୍ଗୋ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୭୯ ବର୍ଷୀୟ ପ୍ଲାସିଡୋ ସୋଶାଲ ମିଡିଆରେ ଫେସବୁକ ମାଧ୍ୟମରେ ଏହି ସୂଚନା ସମସ୍ତଙ୍କୁ ଦେଇଛନ୍ତି।

Advertisment

କରୋନା ସହିତ କିପରି ଲଢ଼େଇ କରୁଛନ୍ତି, ଏହାକୁ ନେଇ ଏକ ଦୁଃଖପୂର୍ଣ୍ଣ ପୋଷ୍ଟ ସେ ଶେଆର୍‌ କରିଛନ୍ତି। ପ୍ଲାସିଡୋ ଲେଖିଛନ୍ତି, ‘ମୋତେ ଲାଗୁଛି, ଏହା ମୋର ନୈତିକ କର୍ତ୍ତବ୍ୟ ଯେ ଆପଣଙ୍କୁ ଜଣାଉଛି ମୁଁ କରୋନାରେ ଆକ୍ରାନ୍ତ ଅଛି। ମେଡିକାଲ୍‌ ନିୟମ ଅନୁଯାୟୀ ମୋ ପରିବାର ଓ ମୁଁ ସେଲ୍ଫ ଆଇସୋଲେସନ୍‌ରେ ରହିବୁ। ମୁଁ ସମସ୍ତଙ୍କୁ ହାତଯୋଡ଼ି ନିବେଦନ କରୁଛି, ଦୟାକରି ସାବଧାନ ରୁହନ୍ତୁ। ସମସ୍ତ ଗାଇଡ୍‌ ଲାଇନ୍‌କୁ ଠିକ୍‌ ଭାବରେ ଫଲୋ କରନ୍ତୁ। ଲଗାତାର ଭାବରେ ହାତ ଧୁଅନ୍ତୁ। ଅତି କମ୍‌ରେ ଲୋକଙ୍କଠାରୁ ଛଅ ଫୁଟ୍‌ ଦୂରତାରେ ରୁହନ୍ତୁ। ଏହି ଭାଇରସ୍‌କୁ ରୋକିବା ପାଇଁ ଯାହା କରିପାରୁଛନ୍ତି କରନ୍ତୁ। ଅଧିକରୁ ଅଧିକ ଘରେ ରହିବା ପାଇଁ ଚେଷ୍ଟା କରନ୍ତୁ।’

ସେ ଆହୁରି ମଧ୍ୟ ଲେଖିଛନ୍ତି, ‘ଆମେ ସମସ୍ତେ ଏକାଠି ହେଲେ ହିଁ ଏହି ଭାଇରସ୍‌କୁ ହରାଇ ପାରିବା ଏବଂ ବିଶ୍ୱକୁ ସଙ୍କଟରୁ ଉଦ୍ଧାର କରିପାରିବା। ମୋର ଆଶା ଅଛି ଆମେ ପୁଣିଥରେ ସାଧାରଣ ଜୀବନଯାପନ କରିବା। ଦୟାକରି ନିଜର ସ୍ଥାନୀୟ ସରକାରଙ୍କ ଗାଇଡ୍‌ଲାଇନ୍‌କୁ ଫଲୋ କରନ୍ତୁ। ଆପଣ ନିଜକୁ ବଞ୍ଚାଇ ପାରିବେ ନାହିଁ ହେଲେ ସମ୍ପୂର୍ଣ୍ଣ ସମୁଦାୟକୁ ବଞ୍ଚାଇବାର ଦାୟିତ୍ୱ ଆପଣଙ୍କର।’

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe