Advertisment

ରାଜେଶ-ଶ୍ରଦ୍ଧାଙ୍କ ନିର୍ବନ୍ଧ ସଂପନ୍ନ

ଭୁବନେଶ୍ୱର(ଓଡ଼ିଶା ରିପର୍ଟର): ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି ଟେଲି ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ। ନିକଟରେ ଅଭିନେତା ରାଜେଶ ପଣ୍ଡାଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଛି। ଦୁହିଁଙ୍କ ନିର୍ବନ୍ଧରେ ଓଲିଉଡ୍‌ର ଅନେକ କଳାକାର ଯୋଗଦେଇଥିଲେ। ପ୍ରଥମେ ମନ୍ଦିରରେ ନିର୍ବନ୍ଧ ହେବା ପରେ ନିର୍ବନ୍ଧ ପାର୍ଟିର ଆୟୋଜନ ହୋଇଥିଲା। ୨୦୧୭ରେ ରିଲିଜ୍‌ ହୋଇଥିବା ଓଲିଉଡ୍‌ ଫିଲ୍ମ ‘ମିଠା ମିଠା’ ମାଧ୍ୟମରେ ଉଭୟ ଶ୍ରଦ୍ଧା ଏବଂ ରାଜେଶ ଓଲିଉଡ୍‌ରେ ପାଦ ଦେଇଥିଲେ ଏହା ପରେ ଶ୍ରଦ୍ଧା ସିରିଏଲ୍‌ ଦୁନିଆରେ […]

ରାଜେଶ-ଶ୍ରଦ୍ଧାଙ୍କ ନିର୍ବନ୍ଧ ସଂପନ୍ନ

toshali

Advertisment

ଭୁବନେଶ୍ୱର(ଓଡ଼ିଶା ରିପର୍ଟର): ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି ଟେଲି ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ। ନିକଟରେ ଅଭିନେତା ରାଜେଶ ପଣ୍ଡାଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଛି। ଦୁହିଁଙ୍କ ନିର୍ବନ୍ଧରେ ଓଲିଉଡ୍‌ର ଅନେକ କଳାକାର ଯୋଗଦେଇଥିଲେ। ପ୍ରଥମେ ମନ୍ଦିରରେ ନିର୍ବନ୍ଧ ହେବା ପରେ ନିର୍ବନ୍ଧ ପାର୍ଟିର ଆୟୋଜନ ହୋଇଥିଲା।

Advertisment

publive-image୨୦୧୭ରେ ରିଲିଜ୍‌ ହୋଇଥିବା ଓଲିଉଡ୍‌ ଫିଲ୍ମ ‘ମିଠା ମିଠା’ ମାଧ୍ୟମରେ ଉଭୟ ଶ୍ରଦ୍ଧା ଏବଂ ରାଜେଶ ଓଲିଉଡ୍‌ରେ ପାଦ ଦେଇଥିଲେ ଏହା ପରେ ଶ୍ରଦ୍ଧା ସିରିଏଲ୍‌ ଦୁନିଆରେ ନିଜ ଅଭିନୟର ଜାଦୁ ଦେଖାଇ ଦର୍ଶକଙ୍କ ଭଲ ପାଇବା ସାଉଂଟିଥିଲେ। ତରଙ୍ଗ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ସିରିଏଲ୍‌ ଆମ ଘର ଲକ୍ଷ୍ମୀରେ ନନ୍ଦିନୀ ଚରିତ୍ରରେ ଅଭିନୟ କରି ଶ୍ରଦ୍ଧା ଦର୍ଶକଙ୍କ ଭଲ ପାଇବା ସାଉଁଟିଥିଲେ। ସେପଟେ ରାଜେଶ ମଧ୍ୟ ବିଭିନ୍ନ ସିରିଏଲ୍‌ରେ କାମ କରିଛନ୍ତି।

ମିଠା ମିଠା ଫିଲ୍ମର ଶୁଟିଂ କରୁଥିବା ସମୟରେ ଶ୍ରଦ୍ଧା ଏବଂ ରାଜେଶ୍‌ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା। ଦୁହେଁ ଚଳିତ ବର୍ଷ ବିବାହ କରିବାର ଯୋଜନା ରଖିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe