ପତ୍ନୀଙ୍କ ପାଇଁ ଶ୍ରୀସନ୍ତ ଧର୍ମ ଭଉଣୀ ଦୀପିକାଙ୍କୁ କଲେ ଅନ୍‌ଫଲୋ

ମୁମ୍ବାଇ: ଟେଲି ଦୁନିଆର ମୋଷ୍ଟ୍‌ କଣ୍ଟ୍ରୋଭର୍ସିଆଲ୍‌ ଶୋ’ ବିଗ୍‌ ବସ୍‌-୧୨ ଶେଷ ହେବାର କିଛି ମାସ ହୋଇଛି। ଶୋ’ ଶେଷ ହେବା ପରେ ଅଧିକାଂଶ ପ୍ରତିଯୋଗୀ କିଛି ନା କିଛି କାରଣରୁ ଚର୍ଚ୍ଚାରୁ ରହିଛନ୍ତି। ଶୋ’ର ଭାଇ-ଭଉଣୀ ଅର୍ଥାତ ଦୀପିକା କକ୍କର ଓ ଶ୍ରୀସନ୍ତଙ୍କୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ଦୀପିକା କହିଥିଲେ ଶୋ’ରୁ ବାହାରି ଗଲା ପରେ ମଧ୍ୟ ସେ ଶ୍ରୀସନ୍ତଙ୍କ ସହ ସମ୍ପର୍କରେ ରହିବେ। ଆଉ ତାଙ୍କ ଭାଇ ଭାଉଣୀ ସମ୍ପର୍କ ସବୁଦିନ ପାଇଁ […]

deepika

Sangita Sahoo
  • Published: Friday, 15 February 2019
  • , Updated: 15 February 2019, 08:10 PM IST

ମୁମ୍ବାଇ: ଟେଲି ଦୁନିଆର ମୋଷ୍ଟ୍‌ କଣ୍ଟ୍ରୋଭର୍ସିଆଲ୍‌ ଶୋ’ ବିଗ୍‌ ବସ୍‌-୧୨ ଶେଷ ହେବାର କିଛି ମାସ ହୋଇଛି। ଶୋ’ ଶେଷ ହେବା ପରେ ଅଧିକାଂଶ ପ୍ରତିଯୋଗୀ କିଛି ନା କିଛି କାରଣରୁ ଚର୍ଚ୍ଚାରୁ ରହିଛନ୍ତି। ଶୋ’ର ଭାଇ-ଭଉଣୀ ଅର୍ଥାତ ଦୀପିକା କକ୍କର ଓ ଶ୍ରୀସନ୍ତଙ୍କୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ଦୀପିକା କହିଥିଲେ ଶୋ’ରୁ ବାହାରି ଗଲା ପରେ ମଧ୍ୟ ସେ ଶ୍ରୀସନ୍ତଙ୍କ ସହ ସମ୍ପର୍କରେ ରହିବେ। ଆଉ ତାଙ୍କ ଭାଇ ଭାଉଣୀ ସମ୍ପର୍କ ସବୁଦିନ ପାଇଁ କାୟମ୍‌ ହୋଇ ରହିବ।

ଦୁହେଁ ନିଜେ କଥା ରଖି ଶୋ’ ପରେ ବି ଦୁହିଁଙ୍କ ମଧ୍ୟରେ ସମ୍ପର୍କ ରଖିଥିଲେ। ଏଣେ ଦୀପିକା ଟ୍ରଫି ଜିତିବା ପରେ ଶ୍ରୀସନ୍ତଙ୍କ ଫ୍ୟାନ୍‌ମାନେ ତାଙ୍କୁ ଅନେକ କଥା କହି ତାଙ୍କ ଉପରେ ଏସିଡ୍‌ ଆକ୍ରମଣ ଧମକ ଦେଇଥିଲେ। ଏ ପରିସ୍ଥିତିରେ ଶ୍ରୀସନ୍ତ ଦୀପିକାଙ୍କ ଘରକୁ ଯାଇ ଫେସ୍‌ବୁକ୍‌ ଲାଇଭ୍‌ କରି ଏମିତି ନ କରିବାକୁ ନିବେଦନ କରିଥିଲେ।

କିନ୍ତୁ ଏବେ ଲାଗୁଛି ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ। କାହିଁକିନା ନିକଟରେ ଶ୍ରୀସନ୍ତ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଦୀପିକାଙ୍କୁ ଅନ୍‌ଫଲୋ କରିଦେଇଛନ୍ତି। ଯାହାପରେ ଦୁହିଁଙ୍କ ସମ୍ପର୍କ ଖରାପ ହୋଇ ଯାଇଥିବା ଅନୁମାନ କରାଯାଉଛି।

ହେଲେ ଏକ ୱେବ୍‌ସାଇଟ୍‌ର ତଥ୍ୟ ମୁତାବକ ଶ୍ରୀସନ୍ତଙ୍କ ଏମିତି କରିବା ପଛର କାରଣ ତାଙ୍କ ପତ୍ନୀ ବୋଲି ଜଣାପଡ଼ିଛି।

ଶ୍ରୀସନ୍ତ ଏକ ସାକ୍ଷାତକାରରେ କହିଛନ୍ତି, ‘‘ଦୀପିକା ପ୍ରଥମେ ମୋ ପତ୍ନୀଙ୍କୁ ଅନ୍‌ଫଲୋ କରିଦେଇଥିଲେ। ଏମିତିରେ ଯିଏ ମୋ ପତ୍ନୀକୁ ସମ୍ମାନ ଦେଉ ନାହାନ୍ତି ମୁଁ ବି ତାଙ୍କୁ ସମ୍ମାନ କରିବିନି।

ସେ କହିଥିଲେ ଦୀପିକାଙ୍କ ଫ୍ୟାନ୍‌ ମୋ ପତ୍ନୀ ଓ ପିଲାମାନଙ୍କୁ ଗାଳି ଦେଉଛନ୍ତି। ଏମିତିରେ ଦୀପିକା ତାଙ୍କୁ କହିବାର ଥିଲା ଯେ ସେମାନଙ୍କୁ ଏମିତି କରିବା ଉଚିତ୍‌ ନୁହେଁ। ମୋ ପତ୍ନୀ ମୋ ଶକ୍ତି ଓ ସପୋର୍ଟ। ତାଙ୍କ ଏମିତି ବ୍ୟବହାରକୁ ମୁଁ ବର୍‌ଦାସ୍ତ କରି ପାରିବି ନାହିଁ। ଯେମିତି ମୋ ଫ୍ୟାନ୍‌ ଦୀପିକାଙ୍କୁ ଗାଳି କରୁଥିଲେ ମୁଁ ତାଙ୍କୁ ମନା କଲି ଏମିତି ନ କରିବା ପାଇଁ। ଏକଥାକୁ ସେମାନେ ସମ୍ମାନ କରି ତାକୁ ସ୍ୱୀକାର କଲେ। ଦୀପିକାଙ୍କୁ ବି ଏମିତି କରିବାର ଥିଲା। ଦୀପିକା ମୋ ଭଉଣୀ ହୋଇ ସବୁବେଳେ ରହିବେ। ମୁଁ ଆମ ସମ୍ପର୍କକୁ ସମ୍ମାନ କରେ। କିନ୍ତୁ ମୁଁ ତାଙ୍କ ସହ ଏ ବିଷୟରେ କଥା ହେବା ଜରୁରୀ ଭାବୁନି। ମୁଁ ଏସବୁ କଥା ଦର୍ଶକଙ୍କୁ କହୁଛି କାରଣ ଦର୍ଶକ ଅନ୍‌ଫଲୋର କାରଣ ଜାଣି ପାରନ୍ତୁ।’’

 

 

Related story