Advertisment

ପୁଣିଥରେ ଏକାଠି ନଜର ଆସିବେ ଶାହାରୁଖ-ଆଲିୟା

ମୁମ୍ବାଇ: ପାଖାପାଖି ଦୁଇବର୍ଷ ହୋଇଗଲାଣି ବଲିଉଡ୍‌ କିଙ୍ଗ୍ ଶାହାରୁଖ ଖାନ୍‌ ପରଦାରୁ ଦୂରେଇ ଅଛନ୍ତି। ୨୦୧୮ରେ ଆସିଥିବା ଫିଲ୍ମ ‘ଜିରୋ’ ପରେ ସେ ଆଉ କୌଣସି ଫିଲ୍ମରେ ନଜର ଆସିନାହାନ୍ତି। ତାଙ୍କ ପ୍ରଶଂସକମାନେ ଜାଣିବାକୁ ଅପେକ୍ଷା କରିଛନ୍ତି ଯେ କିଙ୍ଗ୍ ଅଫ୍ ରୋମାନ୍ସ ପୁଣି ଥରେ କେବେ ବଡ଼ ପରଦାକୁ ଫେରିବେ। ତେବେ ଆପଣ ଯଦି ଶାହରୁଖଙ୍କ ଫ୍ୟାନ୍, ତେବେ ଆପଣଙ୍କ ପାଇଁ ରହିଛି ଏକ ପାଇଁ ଖୁସି ଖବର। ଖୁବଶୀଘ୍ର ବଲିଉଡ୍ ବାଦଶାହ ଶାହରୁଖ ଖାନ୍ […]

author-image
Chinmayee Roy
ଅଦ୍ୟତନ ହୋଇଛି
ପୁଣିଥରେ ଏକାଠି ନଜର ଆସିବେ ଶାହାରୁଖ-ଆଲିୟା

ALIA-SRK

ମୁମ୍ବାଇ: ପାଖାପାଖି ଦୁଇବର୍ଷ ହୋଇଗଲାଣି ବଲିଉଡ୍‌ କିଙ୍ଗ୍ ଶାହାରୁଖ ଖାନ୍‌ ପରଦାରୁ ଦୂରେଇ ଅଛନ୍ତି। ୨୦୧୮ରେ ଆସିଥିବା ଫିଲ୍ମ ‘ଜିରୋ’ ପରେ ସେ ଆଉ କୌଣସି ଫିଲ୍ମରେ ନଜର ଆସିନାହାନ୍ତି। ତାଙ୍କ ପ୍ରଶଂସକମାନେ ଜାଣିବାକୁ ଅପେକ୍ଷା କରିଛନ୍ତି ଯେ କିଙ୍ଗ୍ ଅଫ୍ ରୋମାନ୍ସ ପୁଣି ଥରେ କେବେ ବଡ଼ ପରଦାକୁ ଫେରିବେ। ତେବେ ଆପଣ ଯଦି ଶାହରୁଖଙ୍କ ଫ୍ୟାନ୍, ତେବେ ଆପଣଙ୍କ ପାଇଁ ରହିଛି ଏକ ପାଇଁ ଖୁସି ଖବର। ଖୁବଶୀଘ୍ର ବଲିଉଡ୍ ବାଦଶାହ ଶାହରୁଖ ଖାନ୍ ଏବଂ ଆଲିୟା ଭଟ୍ଟଙ୍କ ଯୋଡ଼ି ପୁଣିଥରେ ବଡ଼ ପରଦାରେ ଦେଖିବାକୁ ମିଳିବ।

Advertisment

https://www.instagram.com/p/BNYf1bphIxE/?utm_source=ig_web_copy_link

ସିଦ୍ଧାର୍ଥ ଆନନ୍ଦଙ୍କ ଆଗାମୀ ଫିଲ୍ମରେ ଶାହରୁଖ-ଆଲିୟା ଏକାଠି ନଜରକୁ ଆସିବେଲ ବୋଲି ଜଣାପଡ଼ିଛି। ତେବେ ଫିଲ୍ମର ଟାଇଟଲ୍ ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଏହା ପୂର୍ବରୁ ସିଦ୍ଧାର୍ଥଙ୍କ ଫିଲ୍ମ ‘ୱାର୍’ ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା, ଯେଉଁଥିରେ ଟାଇଗର ଶ୍ରଫ୍, ହ୍ରିତିକ ରୋଶନ ଏବଂ ବାଣୀ କପୁରଙ୍କୁ ଦେଖିବାକୁ ମିଳିଥିଲା। ​​ବର୍ତ୍ତମାନ ସେ ଶାହରୁଖ-ଆଲିୟାଙ୍କୁ ନିଜର ଆଗାମୀ ଫିଲ୍ମରେ କାଷ୍ଟ କରିବାକୁ ଚାହୁଁଛନ୍ତି। ତେବେ ପୂର୍ବରୁ ଫିଲ୍ମ ‘ଡିଅର୍ ଜିନ୍ଦେଗୀ’ରେ ଶାହାରୁଖ-ଆଲିୟାଙ୍କ ଯୋଡ଼ିକୁ ଦର୍ଶକ ବେଶ ପସନ୍ଦ କରିଥିଲେ।

https://www.instagram.com/p/BND4EFTB_Ns/?utm_source=ig_web_copy_link

ଶାହାରୁଖ୍ ପରଦାରୁ ଦୂରେଇ ଅଛନ୍ତି ସତ, ହେଲେ ସେ ଦୀର୍ଘ ଦିନ ଧରି କ୍ୟାମେରା ପଛରେ କାମ କରିଆସୁଛନ୍ତି। ସେ ‘ବାର୍ଡ ଅଫ୍ ବ୍ଲଡ୍’ ପରି ୱେବ୍ ସିରିଜ୍ ଏବଂ ‘ବଦଲା’ ଭଳି ସୁପରହିଟ୍ ଫିଲ୍ମ ପ୍ରସ୍ତୁତ କରିଛନ୍ତି। ନିକଟରେ ତାଙ୍କ ପ୍ରଯୋଜନାରେ ନିର୍ମିତ ଫିଲ୍ମ ‘କମୟାବ’ ବକ୍ସ ଅଫିସରେ ଏକ ବଡ଼ ହିଟ୍ ହୋଇଛି। ତେବେ କିଙ୍ଗ୍ ଖାନ ପୁଣି ରୂପେଲି ପରଦାରେ କେବେ ନଜର ଆସିବେ ତାହା ଦେଖିବା ବାକି ରହିଲା।

Advertisment