Advertisment

କରୋନା ଯୋଦ୍ଧାଙ୍କୁ PPE କିଟ୍ ଦାନ କରିବାକୁ ଅପିଲ୍ କଲେ ଶାହାରୁଖ

ମୁମ୍ବାଇ: କରୋନା ଭାଇରସ୍ ବିରୋଧରେ ଏବେ ବିଶ୍ୱବ୍ୟାପୀ ଯୁଦ୍ଧ ଚାଲିଛି। ଆଉ ଏଥରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି ଜରୁରୀ ସେବା ପ୍ରଦାନକାରୀ କର୍ମଚାରୀ। ବିଶେଷ କରି ଡାକ୍ତରମାନେ ନିଜ ଜୀବନକୁ ସଂକଟରେ ପକାଇ କରୋନା ରୋଗୀମାନଙ୍କ ଜୀବନ ବଞ୍ଚାଉଛନ୍ତି। ତେବେ ଏହି ଡାକ୍ତରମାନଙ୍କ ପାଇଁ ପୁଣିଥରେ ସହାୟତାର ହାତ ବଢ଼ାଇଛନ୍ତି ବଲିଉଡ୍ ଅଭିନେତା ଶାହାରୁଖ ଖାନ୍। Let’s support the brave health officials and medical teams that are leading the fight […]

author-image
Chinmayee Roy
ଧର୍ମକୁ ନେଇ ଏମିତି କହିଲେ ଶାହାରୁଖ: ଭାଇରାଲ୍‌ ହେଉଛି ଭିଡିଓ

srk

ମୁମ୍ବାଇ: କରୋନା ଭାଇରସ୍ ବିରୋଧରେ ଏବେ ବିଶ୍ୱବ୍ୟାପୀ ଯୁଦ୍ଧ ଚାଲିଛି। ଆଉ ଏଥରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି ଜରୁରୀ ସେବା ପ୍ରଦାନକାରୀ କର୍ମଚାରୀ। ବିଶେଷ କରି ଡାକ୍ତରମାନେ ନିଜ ଜୀବନକୁ ସଂକଟରେ ପକାଇ କରୋନା ରୋଗୀମାନଙ୍କ ଜୀବନ ବଞ୍ଚାଉଛନ୍ତି। ତେବେ ଏହି ଡାକ୍ତରମାନଙ୍କ ପାଇଁ ପୁଣିଥରେ ସହାୟତାର ହାତ ବଢ଼ାଇଛନ୍ତି ବଲିଉଡ୍ ଅଭିନେତା ଶାହାରୁଖ ଖାନ୍।

Advertisment

https://twitter.com/iamsrk/status/1260878152752119808?s=20

କରୋନା ବିରୋଧରେ ଚାଲିଥିବା ଯୁଦ୍ଧରେ PPE କିଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର, ଯାହା ମେଡିକାଲ୍ କର୍ମଚାରୀଙ୍କୁ ଏହି ଭୟଙ୍କର ମହାମାରୀରୁ ରକ୍ଷା କରିଥାଏ। ତେଣୁ ଏହାର ଆବଶ୍ୟକତାକୁ ଧ୍ୟାନରେ ରଖି ଶାହାରୁଖ ଡାକ୍ତରଙ୍କ ପାଇଁ ପିପିଏ କିଟ୍ ଦାନ କରିବାକୁ ସମସ୍ତଙ୍କୁ ଅପିଲ୍ କରିଛନ୍ତି। ଶାହାରୁଖ ଟ୍ୱିଟ୍ କରି ଲେଖିଛନ୍ତି, ‘ଆସନ୍ତୁ ସେହି ସାହସୀ ମେଡିକାଲ କର୍ମଚାରୀ ଏବଂ ଡାକ୍ତରମାନଙ୍କୁ ସାହାଯ୍ୟ କରିବା, ଯେଉଁମାନେ କରୋନା ବିରୋଧରେ ଏହି ଯୁଦ୍ଧରେ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି। ସେମାନଙ୍କୁ PPE କିଟ୍ ଦାନ କରିବା। ଆପଣଙ୍କ ଛୋଟ ସାହାଯ୍ୟ ବହୁତ ଉପଯୋଗୀ ହେବ।’

https://www.instagram.com/tv/CAKlUFRlnOu/?utm_source=ig_web_copy_link

ସୂଚନାଯୋଗ୍ୟ, ପୂର୍ବରୁ ଶାହାରୁଖ ନିଜେ ମହାରାଷ୍ଟ୍ରର ମେଡିକାଲ କର୍ମଚାରୀ ଓ ଡାକ୍ତରଙ୍କ ପାଇଁ 25 ହଜାର କିଟ୍ ଦାନ କରିଥିଲେ। ଏହା ବ୍ୟତୀତ ଏହି ମହାମାରୀ ମୁକାବିଲା ପାଇଁ ସେ ବହୁ ପ୍ରକାରେ ସାହାଯ୍ୟ କରିଛନ୍ତି। ଏହି ଅଭିନେତା ଅନେକ ଗରିବ ଲୋକଙ୍କୁ ଖାଦ୍ୟ ଓ ଜରୁରୀ ସାମଗ୍ରୀ ଯୋଗାଇଆସୁଛନ୍ତି। ଏହା ବ୍ୟତୀତ ମୁମ୍ବାଇରେ ଥିବା ତାଙ୍କ ଚାରି ମହଲା କାର୍ଯ୍ୟାଳୟକୁ ମଧ୍ୟ ସେ ବିଏମସି (ବ୍ରିହାନମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍)କୁ କ୍ୱାରେଣ୍ଟାଇନ ସେଣ୍ଟର କରିବାକୁ ଦେଇଛନ୍ତି। ତେବେ କେବଳ ଶାହାରୁଖ ନୁହନ୍ତି, ବଲିଉଡର ବହୁ ସେଲେବ୍ରିଟି ଏଭଳି ଗମ୍ଭୀର ପରିସ୍ଥିତିରେ ସରକାରଙ୍କ ସହ କାନ୍ଧ ମିଶାଇ ଲୋକଙ୍କୁ ସାହାଯ୍ୟ କରୁଛନ୍ତି।

Advertisment