Advertisment

'ଅମ୍ପାନ୍' ପୀଡ଼ିତଙ୍କୁ ସହାୟତାର ହାତ ବଢ଼ାଇଲେ କିଙ୍ଗ୍ ଖାନ୍

କୋଲକାତା: ମହାମାରୀ କରୋନା ଭାଇରସ୍ ବିରୁଦ୍ଧରେ ଦେଶରେ ଚାଲିଥିବା ଯୁଦ୍ଧରେ ବଲିଉଡ ସରକାରଙ୍କ ସହ କାନ୍ଧରେ କାନ୍ଧ ମିଶାଇ ସାହାଯ୍ୟ କରିଛି। ପ୍ରାୟ ଅନେକ କଳାକାର ନିଜ ନିଜ ସାମର୍ଥ୍ୟ ହିସାବରେ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି। ହେଲେ କିଙ୍ଗ୍ ଖାନ୍ ଦେଶର ଏଭଳି ଗମ୍ଭୀର ପରିସ୍ଥିତିରେ ନିଜର ଉଦାରାତରା ପରିଚୟ ଦେଇ ଅନେକ ପ୍ରକାରର ସାହଯ୍ୟ କରିଛନ୍ତି। ଯାହାକି ସମସ୍ତଙ୍କ ହୃଦୟ ଜିତିନେଇଛି। ତେବେ ବର୍ତ୍ତମାନ ସେ ବାତ୍ୟା ‘ଅମ୍ଫାନ’ରେ ପ୍ରଭାବିତଙ୍କୁ ସାହାଯ୍ୟ କରିବା ପାଇଁ […]

ଫ୍ୟାନମାନଙ୍କୁ ଟାସ୍କ ଦେଲେ କିଙ୍ଗ୍ ଖାନ୍, ବିଜେତାଙ୍କୁ ମିଳିବ...

srk

Advertisment

କୋଲକାତା: ମହାମାରୀ କରୋନା ଭାଇରସ୍ ବିରୁଦ୍ଧରେ ଦେଶରେ ଚାଲିଥିବା ଯୁଦ୍ଧରେ ବଲିଉଡ ସରକାରଙ୍କ ସହ କାନ୍ଧରେ କାନ୍ଧ ମିଶାଇ ସାହାଯ୍ୟ କରିଛି। ପ୍ରାୟ ଅନେକ କଳାକାର ନିଜ ନିଜ ସାମର୍ଥ୍ୟ ହିସାବରେ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି। ହେଲେ କିଙ୍ଗ୍ ଖାନ୍ ଦେଶର ଏଭଳି ଗମ୍ଭୀର ପରିସ୍ଥିତିରେ ନିଜର ଉଦାରାତରା ପରିଚୟ ଦେଇ ଅନେକ ପ୍ରକାରର ସାହଯ୍ୟ କରିଛନ୍ତି। ଯାହାକି ସମସ୍ତଙ୍କ ହୃଦୟ ଜିତିନେଇଛି। ତେବେ ବର୍ତ୍ତମାନ ସେ ବାତ୍ୟା ‘ଅମ୍ଫାନ’ରେ ପ୍ରଭାବିତଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ଆଗେଇ ଆସିଛନ୍ତି।

Advertisment

https://twitter.com/KKRiders/status/1265576070323019777?s=20

ଅଭିନେତା ଶାହାରୁଖ ଖାନ୍ ଚକ୍ରବର୍ତ୍ତୀ ବାତ୍ୟା ‘ଅମ୍ଫାନ୍’ ପିଡ଼ୀତଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି। ତାଙ୍କ ଆଇପିଏଲ୍ କ୍ରିକେଟ୍ ଟିମ୍ କୋଲକାତା ନାଇଟ୍ ରାଇଡର୍ସର ଟ୍ୱିଟର୍ ହ୍ୟାଣ୍ଡେଲ୍‌ରଏ ରିଲିଫ୍ ପ୍ୟାକେଜର ଘୋଷଣା କରାଯାଇଛି। ଏଥିରେ ପଶ୍ଚିମବଙ୍ଗ ସରକାରଙ୍କ ରିଲିଫ ଫଣ୍ଡକେ ଆର୍ଥିକ ସାହାଯ୍ୟ କରିବା ସହ ୫ ହଜାର ବୃ‍କ୍ଷ ରୋପଣ କରାଯିବା ନେଇ ଘୋଷଣା କରାଯାଇଛି। ଏହା ବ୍ୟତୀତ ଶାହାରୁଖଙ୍କ ଏହି ଟିମ୍ ଅମ୍ଫାନ୍ ପ୍ରଭାବିତ ଲୋକଙ୍କୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇଦେବାକୁ ମଧ୍ୟ ନିଷ୍ପତ୍ତି ନେଇଛି।

https://www.instagram.com/tv/CAKlUFRlnOu/?utm_source=ig_web_copy_link

ଗତ ୨୦ ତାରିଖରେ ପଶ୍ଚିମବଙ୍ଗରେ ‘ଅମ୍ଫାନ୍’ ବହୁ କ୍ଷୟକ୍ଷତି ଘଟାଇଛି। ଏଥିରେ ବହୁ ଲୋକ ପ୍ରଭାବିତ ହୋଇଥିବାବେଳେ  ୮୬ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି। ବଡ଼ ବଡ଼ ନେତା ସମେତ ଅନେକ ବଲିଉଡ୍ ତାରକା ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଆକାଶ ମାର୍ଗରୁ ବାତ୍ୟା ପରିସ୍ଥିତି ସମୀକ୍ଷା କରିବା ସହ ଅଗ୍ରୀମ ହଜାର କୋଟି ଟଙ୍କାର ସହାୟତା ଯୋଗାଇ ଦେଇଛନ୍ତି। ବର୍ତ୍ତମାନ ରାଜ୍ୟରେ ବ୍ୟାହତ ହୋଇଥିବା ଟେଲିଫୋନ୍, ବିଦ୍ୟୁତ ଆଦି ସେବାର ପୁନରୁଦ୍ଧାର ପ୍ରକ୍ରିୟା ଚାଲିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe