Advertisment

ଅଚିହ୍ନା ଯୁବତୀଙ୍କୁ ଆଲିଙ୍ଗନ କଲେ ଆର୍ଯ୍ୟନ! ଫଟୋ ଭାଇରାଲ୍‌

ମୁମ୍ବାଇ: ବଲିଉଡ୍‌ ବାଦ୍‌ଶାହ ଶାହାରୁଖ ଖାନ୍‌ଙ୍କ ସୁପୁତ୍ର ଆର୍ଯ୍ୟନ ଖାନ୍‌ ନିକଟରେ ‘ଲାୟନ୍‌ କିଙ୍ଗ୍‌’ର ହିନ୍ଦୀ ସଂସ୍କରଣରେ ‘ସିମ୍ବା’ ଚରିତ୍ର ପାଇଁ ସ୍ୱରଦାନ କରି ଚର୍ଚ୍ଚାକୁ ଆସିଥିଲେ। ତେବେ ଏବେ ଏକ ଫଟୋକୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି। ଏହି ଫଟୋଟି ଇଣ୍ଟରନେଟ୍‌ରେ ଭାରି ଭାଇରାଲ୍ ହେଉଛି। ଏଥିରେ ସେ ଜଣେ ଅଚିହ୍ନା ଯୁବତୀଙ୍କ ସହ ଡ୍ୟାନ୍ସ କରୁଛନ୍ତି। ଏହି ଫଟୋର କ୍ୟାପ୍‌ସନ୍‌ରେ ଲେଖାଯାଇଛି ‘ବେବି’, ଯାହା ଚର୍ଚ୍ଚାକୁ ଅଧିକ ଖୋରାକ୍ ଯୋଗାଇଛି। ଏହି ଫଟୋରେ ନାଲି […]

ଅଦ୍ୟତନ ହୋଇଛି
ଅଚିହ୍ନା ଯୁବତୀଙ୍କୁ ଆଲିଙ୍ଗନ କଲେ ଆର୍ଯ୍ୟନ! ଫଟୋ ଭାଇରାଲ୍‌

852141-aryankhan-mysterygir

Advertisment

ମୁମ୍ବାଇ: ବଲିଉଡ୍‌ ବାଦ୍‌ଶାହ ଶାହାରୁଖ ଖାନ୍‌ଙ୍କ ସୁପୁତ୍ର ଆର୍ଯ୍ୟନ ଖାନ୍‌ ନିକଟରେ ‘ଲାୟନ୍‌ କିଙ୍ଗ୍‌’ର ହିନ୍ଦୀ ସଂସ୍କରଣରେ ‘ସିମ୍ବା’ ଚରିତ୍ର ପାଇଁ ସ୍ୱରଦାନ କରି ଚର୍ଚ୍ଚାକୁ ଆସିଥିଲେ। ତେବେ ଏବେ ଏକ ଫଟୋକୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି। ଏହି ଫଟୋଟି ଇଣ୍ଟରନେଟ୍‌ରେ ଭାରି ଭାଇରାଲ୍ ହେଉଛି। ଏଥିରେ ସେ ଜଣେ ଅଚିହ୍ନା ଯୁବତୀଙ୍କ ସହ ଡ୍ୟାନ୍ସ କରୁଛନ୍ତି। ଏହି ଫଟୋର କ୍ୟାପ୍‌ସନ୍‌ରେ ଲେଖାଯାଇଛି ‘ବେବି’, ଯାହା ଚର୍ଚ୍ଚାକୁ ଅଧିକ ଖୋରାକ୍ ଯୋଗାଇଛି।

Advertisment

ଏହି ଫଟୋରେ ନାଲି ରଙ୍ଗର ଡ୍ରେସ୍‌ ପିନ୍ଧି ଯୁବତୀ ଜଣଙ୍କ ଖୁବ୍‌ ସୁନ୍ଦର ଲାଗୁଥିବା ବେଳେ କଳାରଙ୍ଗର ଡ୍ରେସ୍‌ରେ ଆର୍ଯ୍ୟନ ମଧ୍ୟ ଖୁବ୍‌ ହ୍ୟାଣ୍ଡସମ୍ ଦେଖାଯାଉଛନ୍ତି। ତେବେ ଏବେ ସଭିଙ୍କ ମନରେ ଗୋଟିଏ ପ୍ରଶ୍ନ, ଇଏ କ’ଣ ଆର୍ଯ୍ୟନଙ୍କ ଗାର୍ଲଫ୍ରେଣ୍ଡ? କିନ୍ତୁ ଏ ସମ୍ପର୍କିତ କୌଣସି ସୂଚନା ଏଯାବତ୍‌ ମିଳିପାରି ନାହିଁ। ପରେ ହୁଏତ ତାଙ୍କ ଗୁମର ଖୋଲିବ।

ଆର୍ଯ୍ୟନଙ୍କ ଏହି ଫଟୋ ଭାଇରାଲ୍ ହେବା ପୂର୍ବରୁ ତାଙ୍କ ପରିବାରର ଏକ ଫଟୋ ଖୁବ୍ ଭାଇରାଲ୍ ହୋଇଥିଲା। ନିକଟରେ ଆର୍ଯ୍ୟନ ତାଙ୍କ ବାପାମା’ ଓ ଭାଇଭଉଣୀଙ୍କ ସହିତ ମାଳଦ୍ୱୀପକୁ ଛୁଟି କାଟିବାକୁ ଯାଇଥିବା ବେଳେ ସେମାନଙ୍କ ଫଟୋଗୁଡ଼ିକ ଭାଇରାଲ୍‌ ହୋଇଥିଲା।

Advertisment

ସୂଚନାଯୋଗ୍ୟ, ଆର୍ଯ୍ୟନ ଏବେ ଆମେରିକାରେ ଫିଲ୍ମ ମେକିଂ କୋର୍ସ କରୁଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ସେ ତାଙ୍କ ପିତାଙ୍କ ପଦାଙ୍କ ଅନୁସରଣ କରି ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିବେ।

ଇତିମଧ୍ୟରେ ‘ଲାୟନ୍‌ କିଙ୍ଗ୍‌’ରେ ଆର୍ଯ୍ୟନ ‘ସିମ୍ବା’ ଚରିତ୍ର ପାଇଁ ଭଏସ ଦେଇ ବେଶ୍‌ ଲୋକପ୍ରିୟ ହୋଇଛନ୍ତି। ଏପରିକି ତାଙ୍କ ସ୍ୱର ଓ ତାଙ୍କ ପିତା ଶାହରୁଖଙ୍କ ସ୍ୱର ମଧ୍ୟରେ ଲୋକେ କୌଣସି ପ୍ରଭେଦ ବାରିପାରୁ ନାହାନ୍ତି। ଏହିକ୍ରମରେ ଜଣେ ପାକିସ୍ତାନୀ ଅଭିନେତା ଶାନ୍ ଶାହିଦ୍‌ ଭୁଲ୍‌ବଶତଃ ଆର୍ଯ୍ୟନଙ୍କ ସ୍ୱରକୁ ଶାହରୁଖଙ୍କ ସ୍ୱର ବୋଲି ଧରି ନେଇଥିଲେ। ଆଉ  ଏଥିପାଇଁ ସୋଶାଲ୍‌ ମିଡିଆରେ ଖୁବ୍ ଟ୍ରୋଲ୍ ହୋଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe