Advertisment

ଆଇଡିଅଲ୍‌ କପଲ୍‌ ଶାହାରୁଖ-ଗୌରୀ

ମୁମ୍ବାଇ: ବଲିଉଡର ବାଦ୍‌ଶାହ ଶାହାରୁଖ ଖାନ୍ ନିଜ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚିତ ନିଜ ପର୍ସନଲ୍‌ ଲାଇଫ୍‌କୁ ନେଇ ମଧ୍ୟ ସେତିକି ଚର୍ଚ୍ଚିତ। ବିଶେଷ କରି ତାଙ୍କର ଓ ଗୌରି ଖାନ୍ ଯୋଡ଼ିଙ୍କୁ ଫ୍ୟାନ୍‌ମାନେ ବେଶି ପସନ୍ଦ କରନ୍ତି। ଏହି ଯୋଡ଼ିକୁ ଦେଖିଲେ ଯେ କେହି ବି ଈର୍ଷା କରିବ। ଦୁହେଁ ସବୁବେଳେ ବ୍ୟସ୍ତ ରହି ମଧ୍ୟ ଉଭୟ ଉଭୟଙ୍କୁ ସମୟ ଦେଇଥାନ୍ତି। ଏମାନଙ୍କୁ ଆଇଡିଅଲ୍ କପଲ ବୋଲି ସମସ୍ତେ କହିଥାନ୍ତି। ତେବେ ତାଙ୍କ ଆଦର୍ଶ ଦାମ୍ପତ୍ୟର […]

ଅଦ୍ୟତନ ହୋଇଛି
ଆଇଡିଅଲ୍‌ କପଲ୍‌ ଶାହାରୁଖ-ଗୌରୀ

srk

Advertisment

ମୁମ୍ବାଇ: ବଲିଉଡର ବାଦ୍‌ଶାହ ଶାହାରୁଖ ଖାନ୍ ନିଜ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚିତ ନିଜ ପର୍ସନଲ୍‌ ଲାଇଫ୍‌କୁ ନେଇ ମଧ୍ୟ ସେତିକି ଚର୍ଚ୍ଚିତ। ବିଶେଷ କରି ତାଙ୍କର ଓ ଗୌରି ଖାନ୍ ଯୋଡ଼ିଙ୍କୁ ଫ୍ୟାନ୍‌ମାନେ ବେଶି ପସନ୍ଦ କରନ୍ତି। ଏହି ଯୋଡ଼ିକୁ ଦେଖିଲେ ଯେ କେହି ବି ଈର୍ଷା କରିବ। ଦୁହେଁ ସବୁବେଳେ ବ୍ୟସ୍ତ ରହି ମଧ୍ୟ ଉଭୟ ଉଭୟଙ୍କୁ ସମୟ ଦେଇଥାନ୍ତି। ଏମାନଙ୍କୁ ଆଇଡିଅଲ୍ କପଲ ବୋଲି ସମସ୍ତେ କହିଥାନ୍ତି। ତେବେ ତାଙ୍କ ଆଦର୍ଶ ଦାମ୍ପତ୍ୟର ସିକ୍ରେଟ୍ ଫର୍ମୁଲା ଆସନ୍ତୁ ଜାଣିବା।

Advertisment

https://www.instagram.com/p/B9d4-s1A89C/?utm_source=ig_web_copy_link

ଶାହାରୁଖଙ୍କୁ ବଲିଉଡର କିଙ୍ଗ୍‌ ଅଫ୍ ରୋମାନ୍ସ ବୋଲି କୁହାଯାଏ। ସେ ଫିଲ୍ମରେ ଯେତିକି ରୋମାଣ୍ଟିକ୍ ରିୟଲ ଲାଇଫ୍‌ରେ ବି ସେ ସେତିକି ରୋମାଣ୍ଟିକ୍। ୧୯୯୧ ମସିହାରେ ଗୌରୀଙ୍କୁ ବାହା ହୋଇଥିଲେ। ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଯେଉଁଠି କପଲ୍‌ମାନଙ୍କର ଡିଭୋର୍ସ ହେବାରେ ଲାଗିଛି ସେହିଠି ଶାହାରୁଖ ଓ ଗୌରୀଙ୍କ ସମ୍ପର୍କରେ କେବେ ହେଲେ ତିକ୍ତତା ଆସିନାହିଁ। ଏମାନେ ସବୁବେଳେ ପରସ୍ପରର ଛାଇ ଭଳି ରହିଥାନ୍ତି। ପ୍ରତ୍ୟେକ କ୍ଷେତ୍ରରେ ପରସ୍ପରର ସବୁବେଳେ ସହଯୋଗ କରିଥାନ୍ତି। ତେବେ ସମସ୍ତେ ଏମାନଙ୍କ ସମ୍ପର୍କ ଏତେ ମଧୁର ହେବା ପଛର ସିକ୍ରେଟ୍‌ ଫର୍ମୂଲା ଜାଣିବାକୁ ଚାହୁଛନ୍ତି।

publive-imageଶାହରୁଖ ଏକ ସାକ୍ଷତକାରରେ ନିଜ ମ୍ୟାରେଡ୍‌ ଲାଇଫ୍‌ର ସିକ୍ରେଟ୍‌ ଖୋଲିଥିଲେ। ସେ କହିଥିଲେ ଯେ ବାହାଘରର ଏତେବର୍ଷ ପରେ ବି ଗୌରୀଙ୍କ ପର୍ସକୁ ସେ କେବେ ଚେକ୍ କରନ୍ତି ନାହିଁ। ସାଧରଣତଃ ଅଧିକାଂଶ ପୁରୁଷ ସେମାନଙ୍କ ପତ୍ନୀଙ୍କର ପର୍ସକୁ ଚେକ୍ କରିଥାନ୍ତି। ସେ ଆହୁରି କହିଛନ୍ତି ଯେ ଗୌରୀ ଯଦି ରୁମରେ ନିଜ ଶାଢ଼ି ଚେଞ୍ଜ କରୁଥିବେ ତେବେ ସେ କବାଟ ଠକ୍ ଠକ୍ କରି ଭିତରକୁ ଯାଇଥାନ୍ତି। ଏହା କରିବାର ଅର୍ଥ ସେ ତାଙ୍କ ପତ୍ନୀକୁ ଯେତିକି ଭଲ ପାଆନ୍ତି ସେତିକି ସମ୍ମାନ ବି କରିଥାନ୍ତି। ଶାହାରୁଖ କେବଳ ଯେ ଫିଲ୍ମରେ ବ୍ୟସ୍ତ ରୁହନ୍ତି ତାହା ନୁହେଁ, ତାଙ୍କ ପତ୍ନୀଙ୍କୁ ବି ସମୟ ଦେଇଥାନ୍ତି। ସେ କୁହନ୍ତି, ଗୌରୀ ଆଜି ପର୍ଯ୍ୟନ୍ତ ଯେଉଁ ସବୁ ସଫଳତା ପାଇଛନ୍ତି, ସେ ତାଙ୍କ ପରିଶ୍ରମ ଦ୍ୱାରା ପାଇଛନ୍ତି। ଗୌରୀ ଜଣେ ଭଲ ପତ୍ନୀ ହେବା ସହ ଭଲ ମା’ ମଧ୍ୟ। ସେ ତାଙ୍କ କ୍ୟାରିୟର ଦେଖିବା ସହିତ ପରିବାରକୁ ମଧ୍ୟ ସମୟ ଦିଅନ୍ତି। ଜଣାଇଦେବାକୁ ଚାହୁଁ ଯେ ଗୌରୀ ଜଣେ ଇନ୍‌ଟେରିୟର୍‌ ଡିଜାଇନର୍‌ ହେବା ସହ ଜଣେ ଫିଲ୍ମ ପ୍ରଯୋଜକ ମଧ୍ୟ।

Advertisment

publive-imageବଲିଉଡର କିଙ୍ଗ୍ ଖାନ୍, ଯିଏକି ନିଜେ ପରିଶ୍ରମ କରି ଆଜି ପର୍ଯ୍ୟନ୍ତ ଇଣ୍ଡଷ୍ଟ୍ରିରେ ନିଜର କାୟା ଜାରି ରଖିଛନ୍ତି। ସେ ତାଙ୍କ ପିଲାମାନଙ୍କୁ ବେଶି ଭଲ ପାଆନ୍ତି। ଫିଲ୍ମ ସୁଟିଙ୍ଗ୍ ସରିବା ପରେ ସେ ପରିବାରକୁ ସମୟ ଦିଅନ୍ତି। ବର୍ତ୍ତମାନ ତାଙ୍କର ପିଲାମାନେ ବାହାରେ ରହି ପାଠପଢୁଛନ୍ତି। ତଥାପି ସମୟ ମିଳିଲେ ସେ ପିଲାମାନଙ୍କୁ ଦେଖା କରିବାକୁ ବାହାରକୁ ଯାଇଥାନ୍ତି।

https://www.instagram.com/p/B6Z41pph-bY/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe