Advertisment

‘ଶେରଶାହ’ରେ ଶାହାରୁଖ୍‌ଙ୍କ ଏଣ୍ଟ୍ରି

ମୁମ୍ବାଇ: ପାଖାପାଖି ଦୁଇବର୍ଷ ହୋଇଗଲାଣି ବଲିଉଡ୍‌ କିଙ୍ଗ୍ ଶାହାରୁଖ ଖାନ୍‌ ପରଦାରୁ ଦୂରେଇ ଅଛନ୍ତି। ୨୦୧୮ରେ ଆସିଖିବା ଫିଲ୍ମ ‘ଜିରୋ’ ପରେ ସେ ଆଉ କୌଣସି ଫିଲ୍ମରେ ନଜର ଆସିନାହାଁନ୍ତି। ହେଲେ ଏବେ ଖବର ଆସିଛି ଯେ ସେ ଫିଲ୍ମ ‘ଶେରଶାହ’ରେ ନଜର ଆସିବେ। ସୂଚନା ଅନୁଯାୟୀ ଶାହାରୁଖ ସିଦ୍ଧାର୍ଥ ମଲହୋତ୍ରାଙ୍କ ଅପକମିଂ ଫିଲ୍ମ ‘ଶେରଶାହ’ରେ କେମିୟୋ ରୋଲ୍‌ରେ ନଜର ଆସିବେ। ଏହି ଖବରକୁ ଗୁପ୍ତ ରଖାଯାଇଛି। କାରଣ ନିର୍ମାତା ଏହାକୁ ସମୟ ଦେଖି ଘୋଷଣା କରିବାକୁ […]

‘ଶେରଶାହ’ରେ ଶାହାରୁଖ୍‌ଙ୍କ ଏଣ୍ଟ୍ରି

sharukh

Advertisment

ମୁମ୍ବାଇ: ପାଖାପାଖି ଦୁଇବର୍ଷ ହୋଇଗଲାଣି ବଲିଉଡ୍‌ କିଙ୍ଗ୍ ଶାହାରୁଖ ଖାନ୍‌ ପରଦାରୁ ଦୂରେଇ ଅଛନ୍ତି। ୨୦୧୮ରେ ଆସିଖିବା ଫିଲ୍ମ ‘ଜିରୋ’ ପରେ ସେ ଆଉ କୌଣସି ଫିଲ୍ମରେ ନଜର ଆସିନାହାଁନ୍ତି। ହେଲେ ଏବେ ଖବର ଆସିଛି ଯେ ସେ ଫିଲ୍ମ ‘ଶେରଶାହ’ରେ ନଜର ଆସିବେ।

Advertisment

publive-imageସୂଚନା ଅନୁଯାୟୀ ଶାହାରୁଖ ସିଦ୍ଧାର୍ଥ ମଲହୋତ୍ରାଙ୍କ ଅପକମିଂ ଫିଲ୍ମ ‘ଶେରଶାହ’ରେ କେମିୟୋ ରୋଲ୍‌ରେ ନଜର ଆସିବେ। ଏହି ଖବରକୁ ଗୁପ୍ତ ରଖାଯାଇଛି। କାରଣ ନିର୍ମାତା ଏହାକୁ ସମୟ ଦେଖି ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଫିଲ୍ମଟି କାର୍ଗିଲ୍‌ ଯୁଦ୍ଧର ହିରୋ କ୍ୟାପ୍ଟେନ୍‌ ବିକ୍ରମ ବତ୍ରାଙ୍କ ବାୟୋପିକ୍‌। ଏଥିରେ ସିଦ୍ଧାର୍ଥ ଡବଲ୍‌ ରୋଲ୍‌ରେ ନଜର ଆସିବେ। ଯେଉଁଥିରେ ସେ କ୍ୟାପ୍ଟେନ୍ ବିକ୍ରମ ଓ ତାଙ୍କ ଯାଆଁଳା ଭାଇ ବିଶାଲ୍‌ ବତ୍ରାଙ୍କ ଭୂମିକାରେ ଅଭିନୟ କରିବେ। ଅଭିନେତ୍ରୀ କିୟାରା ଆଡଭାନୀ ଫିଲ୍ମରେ ବିକ୍ରମଙ୍କ ଭାବି ପତ୍ନୀ ଡିମ୍ପଲ୍‌ଙ୍କ ଭୂମିକାରେ ଅଭିନୟ କରିବେ।

ତେବେ ଫିଲ୍ମରେ ଶାହାରୁଖ ରୋଲ୍‌ ଛୋଟ ହେଲେ ବି ଏହା ବହୁତ ପ୍ରଭାବଶାଳୀ ହେବ। ଶାହାରୁଖଙ୍କ ଭୂମିକା ବିକ୍ରମଙ୍କ ଜୀବନରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବ, ଯିଏ କି ବିକ୍ରମଙ୍କ ଜୀବନକୁ ଏକ ନୂଆ ମୋଡ଼ ଦେବାରେ ସାହାଯ୍ୟ କରିଥିଲେ।

Advertisment

https://www.instagram.com/p/B7XXct2BnPY/?utm_source=ig_web_copy_link

ଫିଲ୍ମର ପ୍ରଥମ ଲୁକ୍‌ର ପୋଷ୍ଟର ମଧ୍ୟ ରିଲିଜ୍‌ ହୋଇସାରିଛି। ବୀର ଯବାନ୍‌ କ୍ୟାପ୍ଟେନ୍ ବିକ୍ରମ ବତ୍ରାଙ୍କ ଆର୍ମୀ ଲୁକ୍‌ରେ ସିଦ୍ଧାର୍ଥ ବେଶ୍ ଦମ୍‌ଦାର୍‌ ଦେଖାଯାଉଛନ୍ତି। ଫିଲ୍ମରେ ଦର୍ଶକ ୧୯୯୯ ମସିହାର କାର୍ଗିଲ୍‌ ଯୁଦ୍ଧର କାହାଣୀ ଦେଖିବାକୁ ପାଇବେ। ଫିଲ୍ମରେ ସିଦ୍ଧାର୍ଥ ଓ କିୟାରାଙ୍କ ବ୍ୟତୀତ ଜାଭେଦ୍ ଜାଫ୍ରି, ହିମାଂଶୁ ମଲହୋତ୍ରା ଓ ପରେଶ ରାୱଲ୍ ମଧ୍ୟ ନଜର ଆସିବେ। ପରେଶ ରାୱଲ୍ ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳବିହାରୀ ବାଜପେୟୀଙ୍କ ଭୂମିକାରେ ଅଭିନୟ କରିଛନ୍ତି।  ବିଷ୍ଣୁ ବର୍ଦ୍ଧନଙ୍କ ନିର୍ଦ୍ଦେଶନା ତିଆରି ହୋଇଥିବା ଏହି ଫିଲ୍ମଟି ଜୁଲାଇ ୩ରେ ପରଦାକୁ ଆସିବ। ଫିଲ୍ମଟିକୁ କରଣ ଜୋହର୍ ଓ ଶବୀର ବକ୍ସବାଲା ମିଶି ଏହାର ପ୍ରଯୋଜନା କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe