‘ଡୁବ୍‌ ମିଳିବ?’ ‘ମୋଡ଼ୁଛି!’

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାକୁ ନେଇ ପ୍ରତିଦିନ କିଛି ନା କିଛି ନୂଆ ତଥ୍ୟା ସାମ୍ନାକୁ ଆସୁଛି। ନିକଟରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିଆ ଭୁବନେଶ୍ୱରରୁ ଡ୍ରଗ୍ସ ନେବା ନେଇ ଖବର ମିଳିଥିବା ବେଳେ ଏବେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କିର୍ତ୍ତି ରିଆ ଏବଂ ତାଙ୍କ ଭାଇ ସୌଭିକଙ୍କର ବିଭିନ୍ନ ଚାଟ୍‌ ଗ୍ରୁପ୍‌ରେ ଡ୍ରଗ୍ସକୁ ନେଇ କଥାବାର୍ତ୍ତା କରିବାର ସ୍କ୍ରିନ୍‌ ଶଟ୍‌ ଶେଆର କରିଛନ୍ତି। ଶ୍ୱେତା ଶେଆର କରିଥିବା ଚାଟ୍‌ର ସ୍କ୍ରିନ୍‌ ଶଟ୍‌ରେ ଏନ୍‌ଆଇଏଫ୍‌ଡବ୍ଲୁ […]

reha-cha

Biswobandita Swain
  • Published: Saturday, 29 August 2020
  • , Updated: 29 August 2020, 03:33 PM IST

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାକୁ ନେଇ ପ୍ରତିଦିନ କିଛି ନା କିଛି ନୂଆ ତଥ୍ୟା ସାମ୍ନାକୁ ଆସୁଛି। ନିକଟରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିଆ ଭୁବନେଶ୍ୱରରୁ ଡ୍ରଗ୍ସ ନେବା ନେଇ ଖବର ମିଳିଥିବା ବେଳେ ଏବେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କିର୍ତ୍ତି ରିଆ ଏବଂ ତାଙ୍କ ଭାଇ ସୌଭିକଙ୍କର ବିଭିନ୍ନ ଚାଟ୍‌ ଗ୍ରୁପ୍‌ରେ ଡ୍ରଗ୍ସକୁ ନେଇ କଥାବାର୍ତ୍ତା କରିବାର ସ୍କ୍ରିନ୍‌ ଶଟ୍‌ ଶେଆର କରିଛନ୍ତି।

ଶ୍ୱେତା ଶେଆର କରିଥିବା ଚାଟ୍‌ର ସ୍କ୍ରିନ୍‌ ଶଟ୍‌ରେ ଏନ୍‌ଆଇଏଫ୍‌ଡବ୍ଲୁ ନାମକ ଏକ ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ ରହିଛି। ଯେଉଁଥିରେ ଆୟୁସ ଏସ୍‌ଏସ୍‌ଆର୍‌, ଆନନ୍ଦି ଏସ୍‌ଏସ୍‌ଆର୍‌, ସିଦ୍ଧାର୍ଥ ପିଠାନୀ ଏସ୍‌ଏସ୍‌ଆର୍‌ ଏବଂ ରିଆ ରହିଛନ୍ତି।

ଚଳିତ ମାସ ଜୁଲାଇ ୩୦ରେ ରିଆ ଏହି ଚାଟ୍‌ ଗ୍ରୁପ୍‌ରେ ‘ଡୁବି’ ମାଗୁଥିବା ଦେଖିବାକୁ ମିଳିଛି। ଗଞ୍ଜେଇ ସିଗାରେଟ୍‌କୁ ମୁମ୍ବାଇର କେତେକ ଗୋଷ୍ଠୀ ଡୁବି ବୋଲି କହିଥାନ୍ତି। ଅନ୍ୟପଟେ ସ୍କ୍ରିନ୍‌ସଟ୍‌ ନିଆଯାଇଥିବା ଫୋନ୍‌ର ମାଲିକ, ‘ଆଣୁଛି’ ବୋଲି ଉତ୍ତର ଦେଇଛନ୍ତି।

ରିଆଙ୍କ ମେସେଜ୍‌ର ରିପ୍ଲାଏ ଦେଇ ଆୟୁସ୍‌ ଏସ୍‌ଏସ୍‌ଆର୍‌ ଲେଖିଛନ୍ତି ‘ରୋଲିଂ’ (ମୋଡ଼ୁଛି)।

ସେପଟେ ସିଦ୍ଧାର୍ଥ ପିଠାନୀ ଏସ୍‌ଏସ୍‌ଆର୍‌ ଲେଖିଛନ୍ତି ‘ମିରାଣ୍ଡା ଏଇଠି ଅଛି’।

ଏହାପରେ ମୋବାଇଲ୍‌ ମାଲିକ ଲେଖିଛନ୍ତି, ‘ୱାଟରଷ୍ଟୋନ୍‌ ବୁକିଂ କ୍ୟାନସଲ୍‌ ହେଇଯାଇଛି’।

ଆଉ କିଛି ସମୟ କଥାବାର୍ତ୍ତା ପରେ ରିଆ ‘ଡୁବ୍‌’ ମିଳିପାରିବ ବୋଲି ପୁଣିଥରେ ପଚାରିଛନ୍ତି।

ଏହାପରେ ପୁଣିଥରେ ମୋବାଇଲ୍‌ ମାଲିକ ‘ଦେଖୁଛି’ ବୋଲି ଉତ୍ତର ଦେଇଛନ୍ତି।

ଶ୍ୱେତା ଆହୁରି ଏକ ସ୍କ୍ରିନ୍‌ ଶଟ୍‌ ଶେଆର କରିଛନ୍ତି, ଯାହା ଅଗଷ୍ଟ ୨୭, ୨୦୧୯ର। ଯେଉଁଥିରେ ‘ଏକେ୪୭ ଏବଂ ବ୍ଲୁବେରୀ କୁସ୍‌ ‘ଅଛି କି ନାହଁ ପଚାରିବାର ମଧ୍ୟ ଦେଖିବାକୁ ମିଳିଛି।

 

ଏହି ସ୍କ୍ରିନ୍‌ ଶଟ୍‌ ଶେଆର କରି ଶ୍ୱେତା ଏସବୁ କଣ ଚାଲିଛି। ସୁଶାନ୍ତଙ୍କୁ ମାରିଥିବା ଲୋକଙ୍କୁ ତୁରନ୍ତ ଗିରଫ କରନ୍ତୁ ବୋଲି କ୍ୟାପସ୍‌ରେ ଲେଖିଛନ୍ତି।

ଆଉ ଏକ ଅଲଗା ଟ୍ୱିଟ୍‌ରେ ଶ୍ୱେତା ଆଉ ୪ଟି ସ୍କ୍ରିନ୍‌ ଶଟ୍‌ ଶେଆର କରିଛନ୍ତି, ଯେଉଁଥିରୁ ଗୋଟେ ସ୍କ୍ରିନ୍‌ ଶଟ୍‌ ୨୦୧୯ ଜୁଲାଇ ୨୧ର ଥିବା ବେଳେ ଏହି ଚାଟ୍‌ରେ ଫୋନ୍‌ ମାଲିକ ଆୟୁସ୍‌ଙ୍କୁ ‘ଯିବାବେଳେ ଡୁବି ନେଇ ଯାଅ ବୋଲି ଲେଖିଛନ୍ତି’।

ଯେଉଁଥିରେ ଆୟୁସ୍‌ ଉତ୍ତର ଦେଇଛନ୍ତି ‘ସର୍ବଦା’।

ସେମିତି ଆଉ ଏକ ସ୍କ୍ରିନ୍‌ ଶଟ୍‌ ରହିଛି ଯାହାର ନାଁ ‘ଟିମ୍‌ ଏସ୍‌ଏସ୍‌ଆର’ ରହିଛି। ଏହି ଚାଟ୍‌ ୨୦୧୯, ଅଗଷ୍ଟ ୫ର।

ଯେଉଁଥିରେ ପିଠାନୀ ଏସ୍‌ଏସ୍‌ଆର୍‌ ଲେଖିଛନ୍ତି, ‘ଏସ୍‌ଏସ୍‌ଆର୍‌ଙ୍କ ପାଖରେ ଡୁବ୍‌ସ୍‌ ଅଛି?’

ଆଗଷ୍ଟ ୧୪ର ଗୋଟେ ସ୍କ୍ରିନ୍‌ଶଟ୍‌ରେ ଅଶୋକ ନାମକ ଜଣେ ବ୍ୟକ୍ତି ‘ଗୋଟେ ଡୁବ୍‌ ରହିଛି’ ବୋଲି ଲେଖିଛନ୍ତି।

ସେହିପରି  ୨୦୧୯, ଜୁଲାଇ୨୧ର ଏକ ଚାଟ୍‌ରେ ସୌଭିକ୍‌ ମୋବାଇଲ୍‌ ମାଲିକଙ୍କୁ ‘ଜଲ୍‌ଦି ଆସ ଏବଂ ଆୟୁସ୍‌ଙ୍କୁ କୁହ ଡୁବି ଆଣିବେ’ ବୋଲି ଲେଖିଛନ୍ତି।

ଏହି ସ୍କ୍ରିନ୍‌ଶଟ୍‌ ଶେଆର କରି ଶ୍ୱେତା ଲେଖିଛନ୍ତି, ‘ଏଥିରୁ ଆମେ କଣ ବୁଝିବା?’

ଶ୍ୱେତାଙ୍କର ଏହି ଟ୍ୱିଟ୍‌କୁ ରିଟ୍ୱିଟ୍ କରି ସୁଶାନ୍ତଙ୍କ ଏକ୍ସ ଗର୍ଲଫ୍ରେଣ୍ଟ ଅଙ୍କିତା ଲେଖିଛନ୍ତି, ‘ଆଶ୍ଟର୍ଯ୍ୟଜନକ।’

 

Related story