/odisha-reporter/media/post_attachments/uploads/2019/02/4ED.jpg)
4ED
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୭ ବର୍ଷ ପାଇଁ ଆଜି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଏଡିଟର ରବିଶଙ୍କର ପଟ୍ଟନାୟକଙ୍କୁ ‘ଜୟଦେବ ସମ୍ମାନ’ ମିଳିବ ବୋଲି ଘୋଷଣା କରାଯାଇଛି। ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ସମ୍ମାନ ମଧ୍ୟ ଘୋଷଣା କରାଯାଇଛି।
Advertisment
‘ହେଲୋ ଆରସି’ ପାଇଁ ପାର୍ଥସାରଥୀ ରାୟ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବେ। ସେହିଭଳି ସମ୍ବିତ ମହାନ୍ତି ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଏହି ପୁରସ୍କୃତ ହେବେ।
ଅନ୍ୟପକ୍ଷରେ ‘ଲୈଲା ଓ ଲୈଲା’ ପାଇଁ ସନମୀରା ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବେ।
Advertisment
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସହିତ ୬ଷ୍ଠ ରାଜ୍ୟ ଟେଲି ପୁରସ୍କାର ବି ଘୋଷଣା କରାଯାଇଛି। ତରଙ୍ଗ ପ୍ରଡକ୍ସନର ‘ନୂଆବୋହୂ’ ଶ୍ରେଷ୍ଠ ଧାରାବାହିକ ଭାବେ ରାଜ୍ୟ ଟେଲି ପୁରସ୍କାର ପାଇବାକୁ ମନୋନୀତ ହୋଇଛି। ସେହିପରି ‘ନୂଆବୋହୂର’ ଜଗଜିତ ପାଲ୍ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଟେଲି ପୁରସ୍କାର ପାଇବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
