Advertisment

ରାମ ଚରିତ୍ର ପାଇଁ ପ୍ରଥମେ ରିଜେକ୍ଟ ହୋଇଥିଲେ ଅରୁଣ

ମୁମ୍ବାଇ: କରୋନା ଭାଇରସ୍ ସହ ମୁକାବିଲା ପାଇଁ ସାରା ଦେଶକୁ ଏବେ ଲକ୍‌ଡାଉନ୍ କରିଦିଆଯାଇଛି।  କରୋନା ସଂକ୍ରମଣ ଭୟରେ ଲୋକଙ୍କୁ ଘରେ ରହିବାକୁ କୁହାଯାଇଛି। ଆଉ ଏଭଳି ଏକ ସମୟରେ ଲୋକଙ୍କ ଦାବି ଅନୁସାରେ ମନୋରଞ୍ଜନ ପାଇଁ ପୁଣିଥରେ ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ପୌରାଣିକ ଧାରାବାହିକ ‘ରାମାୟଣ’ର ପୁନଃପ୍ରସାରଣ ଆରମ୍ଭ କରାଯାଇଛି। ଶନିବାର (ମାର୍ଚ୍ଚ ୨୮) ଠାରୁ ‘ଡିଡି ନ୍ୟାସ୍‌ନାଲ’ ଚ୍ୟାନେଲରେ ଏହାର ପ୍ରସାରଣ ଆରମ୍ଭ ହୋଇଛି। ଗୋଟିଏ ଏପିସୋଡ୍ ସକାଳ ୯ଟାରୁ ୧୦ ଯାଏ ଓ […]

ଅଦ୍ୟତନ ହୋଇଛି
ରାମ ଚରିତ୍ର ପାଇଁ ପ୍ରଥମେ ରିଜେକ୍ଟ ହୋଇଥିଲେ ଅରୁଣ

raam

Advertisment

ମୁମ୍ବାଇ: କରୋନା ଭାଇରସ୍ ସହ ମୁକାବିଲା ପାଇଁ ସାରା ଦେଶକୁ ଏବେ ଲକ୍‌ଡାଉନ୍ କରିଦିଆଯାଇଛି।  କରୋନା ସଂକ୍ରମଣ ଭୟରେ ଲୋକଙ୍କୁ ଘରେ ରହିବାକୁ କୁହାଯାଇଛି। ଆଉ ଏଭଳି ଏକ ସମୟରେ ଲୋକଙ୍କ ଦାବି ଅନୁସାରେ ମନୋରଞ୍ଜନ ପାଇଁ ପୁଣିଥରେ ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ପୌରାଣିକ ଧାରାବାହିକ ‘ରାମାୟଣ’ର ପୁନଃପ୍ରସାରଣ ଆରମ୍ଭ କରାଯାଇଛି। ଶନିବାର (ମାର୍ଚ୍ଚ ୨୮) ଠାରୁ ‘ଡିଡି ନ୍ୟାସ୍‌ନାଲ’ ଚ୍ୟାନେଲରେ ଏହାର ପ୍ରସାରଣ ଆରମ୍ଭ ହୋଇଛି। ଗୋଟିଏ ଏପିସୋଡ୍ ସକାଳ ୯ଟାରୁ ୧୦ ଯାଏ ଓ ଆଉ ଏକ ଏପିସୋଡ୍ ରାତି ୯ଟାରୁ ୧୦ଟା ଯାଏ ପ୍ରସାରିତ ହେଉଛି।

Advertisment

ଏହି ଖବର ଜାଣିବା ପରେ ଦର୍ଶକଙ୍କ ସହ ଶୋ’ର ଲିଡ୍ ଷ୍ଟାର୍ ତଥା ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ୍ ମଧ୍ୟ ଖୁସି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସେ ଏବେ ତାଙ୍କ ନାତି ସହ ଏହି ଶୋ’ ଦେଖିବେ। ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ଅରୁଣଙ୍କୁ କିପରି ଏହି ରୋଲ୍ ମିଳିଥିଲା।

https://www.instagram.com/p/B9Qr1_jltVh/?utm_source=ig_web_copy_link

କିଛି ଦିନ ତଳେ ରାମାୟଣର ତିନି ମୁଖ୍ୟ କଳାକାର କମେଡି ଶୋ’ ‘ଦ କପିଲ୍ ଶର୍ମା ଶୋ’କୁ ଆସିଥିଲେ। ସେଠାରେ ଅରୁଣ ନିଜ କାଷ୍ଟିଂକୁ ନେଇ ଏକ ଖୁଲାସା କରିଥିଲେ। ସେ କହିଥିଲେ ଯେ ବୋଧହୁଏ ପ୍ରଭୁ ରାମଚନ୍ଦ୍ରଙ୍କର ଇଚ୍ଛା ଥିଲା ଯେ ସେ ହିଁ ରାମ ଚରିତ୍ରରେ ଅଭିନୟ କରନ୍ତୁ। ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅରୁଣ କହିଥିଲେ ଯେ ସେ ଏହି ସିରିଏଲ୍‌ ପୂର୍ବରୁ ରାମାନନ୍ଦ ସାଗରଙ୍କର ଆଉ କିଛି ସିରିଏଲ୍ ଓ ଫିଲ୍ମରେ କାମ କରିଥିଲେ। ତାଙ୍କୁ ଯେତେବେଳେ ଖବର ମିଳିଲା ଯେ ରାମାନନ୍ଦ ସାଗର ରାମାୟଣ ତିଆରି କରିବାକୁ ଯାଉଛନ୍ତି, ସେ ରାମ ଚରିତ୍ରରେ ଅଭିନୟ କରିବାକୁ ଚାହିଁଲେ। ସେ ତୁରନ୍ତ ରାମାନନ୍ଦଙ୍କ ପାଖକୁ ଯାଇ ନିଜ ଇଚ୍ଛା ପ୍ରକାଶ କରିଥିଲେ। ରାମାନନ୍ଦ ନିଜ ଚଷମା ଠିକ୍ କରି ତାଙ୍କୁ ଚାହିଁଲେ ଓ କହିଲେ ଯେ ସମୟ ଆସିଲେ ଦେଖାଯିବ। ପରେ ଅରୁଣଙ୍କୁ ଅଡିଶନ୍ ପାଇଁ ହକାଯାଇଥିଲା। ହେଲେ ଏଥିରେ ସେ ଫେଲ୍ ହୋଇଥିଲେ। ଅର୍ଥାତ୍ ତାଙ୍କୁ ରିଜେକ୍ଟ କରି ଦିଆଯାଇଥିଲା। ସେ ମନଦୁଃଖ କରି ଫେରିଯାଇଥିଲେ। ତା’ସହିତ ଏହି ସିରିଏଲ୍‌ରେ କାମ ପାଇବାର ଆଶା ଛାଡ଼ିଦେଇଥିଲେ।

Advertisment

https://www.instagram.com/p/B9QvCNLHWQA/?utm_source=ig_web_copy_link

ଏହି ଘଟଣାର କିଛିଦିନ ପରେ ଅରୁଣଙ୍କୁ ରାମାନନ୍ଦ ସାଗର ଫୋନ୍ କରିଥିଲେ। ସେ ତାଙ୍କୁ ଦେଖାକରିବା ପାଇଁ ଡକେଇଥିଲେ। ଅରୁଣ ମଧ୍ୟ ବିଳମ୍ବ ନ କରି ତୁରନ୍ତ ତାଙ୍କୁ ଦେଖା କରିବାକୁ ପହଞ୍ଚିଥିଲେ। ତାଙ୍କୁ ଦେଖି ରାମାନନ୍ଦ ସାଗର କହିଥିଲେ, “ତୁମ ପରି ରାମ ଆଉ ମିଳୁନାହାନ୍ତି। ତେଣୁ ସିଲେକ୍ସନ ଟିମ୍ ରାମଙ୍କ ରୋଲ୍ ପାଇଁ ତୁମକୁ ହିଁ ବାଛିଛନ୍ତି।” ଏହା ଶୁଣି ଅରୁଣ ବହୁତ ଖୁସି ହୋଇଯାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe